scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟିର ମାନହାନି କେସ୍‌ କରିବ କୋଲକାତା ଇସ୍କନ, ପଠାଇଲା ନୋଟିସ୍‌

29/09/2023 at 4:17 PM

ନୂଆଦିଲ୍ଲୀ: ବଢ଼ିପାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ଅସୁବିଧା। ଇସ୍କନ ବିରୋଧୀ ବୟାନକୁ ନେଇ ମାନହାନି ନୋଟିସ୍‌ ପଠାଇଲା କୋଲକାତା ଇସ୍କନ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ କହିଛନ୍ତି ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ଦାବି କରାଯିବ। ଏନେଇ ମାନେକା ଗାନ୍ଧୀଙ୍କୁ ନୋଟିସ୍‌ ଜାରି କରିଦିଆଯାଇଛି।

ସେ ଅଭିଯୋଗ କରିଛନ୍ତି ଯେ, କେହି ସାଂସଦ ବିନା କୌଣସି ତଥ୍ୟରେ ଏଭଳି ମିଥ୍ୟା ଅଭିଯୋଗ ଲଗାଇପାରିବେନି। ରାଧାରମଣ ଆହୁରି କହିଛନ୍ତି ‘‘ମାନେକା ଗାନ୍ଧୀଙ୍କ ବୟାନ ଖୁବ୍‌ ଦୁର୍ଭାଗ୍ୟପୂର୍ଣ୍ଣ। ଏହାଦ୍ବାରା ଆମର ସମସ୍ତ ଅନୁଗାମୀଙ୍କୁ କଷ୍ଟ ଦେଇଛି।’’

ସୂଚନାଥାଉକି, ପଶୁଙ୍କ ଅଧିକାର ପାଇଁ ଲଢ଼ୁଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ଅଭିଯୋଗ ଆଣିଛନ୍ତି ଯେ, ‘‘ଇସ୍କନର ଗୋଶାଳାରୁ କଂସେଇଙ୍କୁ ଗାଈ ବିକ୍ରି କରାଯାଏ। ଏଥିରୁ ଖୁବ୍‌ ଫାଇଦା ନେଇଥାଏ ଇସ୍କନ।’’

ଆହୁରି ପଢ଼ନ୍ତୁ: ମାନେକା ଗାନ୍ଧୀଙ୍କ ବୟାନକୁ ଇସ୍‌କନର ଖଣ୍ଡନ: କହିଲା- ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଅସହ୍ୟ, ୫୦ ବର୍ଷ ହେଲା କରୁଛୁ ସନାତନ ସେବା

ତେବେ ମାନେକା ଗାନ୍ଧୀଙ୍କ ଏହି ବୟାନ ଉପରେ ଇସ୍କନ ସୋସାଇଟି ତୀବ୍ର ଅସ୍ତନ୍ତୋଷ ପ୍ରକାଶ କରିଛି ଏବଂ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି। ଇସ୍କନ ଏକ ବିବୃତ୍ତିରେ କହିଛି ଯେ, ଇସ୍କନ ଗାଈ ଏବଂ ବଳଦଙ୍କ ସୁରକ୍ଷା ପ୍ରହରୀ । କେବଳ ଭାରତରେ ନୁହେଁ ବରଂ ପୂରା ଦୁନିଆରେ ଗାଈଙ୍କ ସେବାରେ ସମର୍ପିତ।’’

   Related Posts