କୋଲକାତା ଫେରନ୍ତାଙ୍କ ଟିକ୍ଟକ୍ ନିଶା: ୭ ଜଣଙ୍କ ନାଁରେ ମାମଲା ରୁଜୁ କଲା ତିହିଡ଼ି ପୋଲିସ୍
4/05/2020 at 5:30 PM

ଭଦ୍ରକ୪/୫: କ୍ବାରେଣ୍ଟାଇନ ସେଣ୍ଟରରେ ଟିକ୍ ଟକ୍ ଭିଡିଓ। ଥାନାରେ ଏତଲା ଦେଲେ ସ୍ଥାନୀୟ ସରପଞ୍ଚ । ଏହାପରେ କ୍ବାରେଣ୍ଟାଇନ ନିୟମ ଭଙ୍ଗ କରିଥିବା ଅନ୍ତେବାସୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଡିହିଡ଼ି କ୍ବାରାଣ୍ଟାଇନ ସେଣ୍ଟରରେ।

ଭଦ୍ରକ ଜିଲ୍ଲା ଭାଟ ପଞ୍ଚାୟତ ତିହିଡ଼ି ହାଇସ୍କୁଲରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ଟିକଟକ ଭିଡିଓ ଭାଇରାଲ ହେବା ପରେ ତିହିଡ଼ି ଥାନାରେ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ସଂପୃକ୍ତ କ୍ବାରେଣ୍ଟାଇନ ସେଣ୍ଟରରେ ୯ ଜଣ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । କ୍ବାରେଣ୍ଟାଇନ ସେଣ୍ଟରରେ ସାମାଜିକ ଦୂରତା ରକ୍ଷା କରିବାକୁ କଡ଼ା ନିୟମ ଥିଲେ ମଧ୍ୟ ସେମାନଙ୍କ ଭିତରୁ ୭ ଜଣ ଟିକ୍ ଟକ୍ ଭିଡିଓ ସୁଟିଂ କରିଥିଲେ। ତିହିଡ଼ି ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023