Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

କୋଲକାତାରେ ଆରମ୍ଭ ହେଲା ଟ୍ରାଫିକ ଇ-କୋର୍ଟ, ପ୍ରଥମ ଦିନରେ ୧୯ ହଜାର ମାମଲା ରୁଜୁ

16/09/2022 at 5:26 PM

କୋଲକାତା ୧୬।୯: କୋଲକାତା ମହାନଗରରେ ଦେଶର ପ୍ରଥମ ଟ୍ରାଫିକ ଇ-କୋର୍ଟ ଖୋଲିଛି। କୋଲକାତା ହାଇକୋର୍ଟଙ୍କ ଚିଫ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ବେଙ୍ଗଲର ପ୍ରଥମ ଟ୍ରାଫିକ ଇ-କୋର୍ଟକୁ ଉଦଘାଟନ କରିବା ପ୍ରଥମ ଦିନ ରେ ୧୯ ହଜାର ମୋକଦ୍ଦମା ରୁଜୁ ହୋଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟନ୍ୟାୟାଧୀଶ ନ୍ୟାୟପାଳିକାରେ ଟେକ୍ନୋଲଜିର ଉପଯୋଗ ବିଷୟରେ କହିଥିଲେ। ସେ କହିଥିଲେ ଯେ ନ୍ୟାୟପାଳିକା ଆଧୁନିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଦେଶରେ ମହାମାରୀ କାଳରେ ନ୍ୟାୟାଳୟରେ ପ୍ରଯୁକ୍ତିର ମହତ୍ୱ ଆମେ ଅନୁଭବ କରିପାରିଥିଲେ। ଯେତେବେଳେ ଆମେ ଭର୍ଚୁଆଲ ଓ ହାଇବ୍ରିଡ ମୋଡରେ କାମ କରିଥିଲେ। ଥରେ ଇ-ଚାଲାଣ କଟିଲେ ଏସଏମଏସ ଯିବ ଓ ଉଲ୍ଲଂଘନକର୍ତ୍ତା ଲଗଇନ କରି ପୈଠ କରିପାରିବ ନଚେତ କେସ୍ ଲଢିପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ସଂଯୁକ୍ତ ସିପି (ଯାତାୟାତ) ପୈଠ ନ ହୋଇଥିବା ସମସ୍ତ ଲମ୍ବିତ ମାମଲା ୧୫ ଦିନ ଅନ୍ତରାଳରେ ଇ-କୋର୍ଟକୁ ପହଞ୍ଚିଯିବ ବୋଲି କହିଛନ୍ତି।

ଏବେ ଚାଲାଣ ୪ ଗାର୍ଡ ଯେପରିକି ଦକ୍ଷିଣ ମୁଖ୍ୟାଳୟ, ହାୱଡାବ୍ରିଜ ଓ ଜୋରାବାଗାନରେ ଜେନେରେଟ ହେଉଛି। ଜରିମନା ଘଟଣାସ୍ଥଳରେ ନଗଦ ଅଥବା ଡେବିଟ କିମ୍ବା କ୍ରେଡିଟ କାର୍ଡ ଦ୍ୱାରା ପୈଠ କରାଯାଇପାରିବ। ରାଜ୍ୟରେ ଇ-କୋର୍ଟ ଆରମ୍ଭ ହେବା ପରେ ଟ୍ରାଫିକ ମୋକଦ୍ଦମାରେ ସୁଧାର ହେବ ବୋଲି ଆଶା କରାଯାଉଛି। ଏହି ପ୍ରକ୍ରିୟାରେ ଅନଲାଇନ ଜରିମନା ପୈଠ ସହିତ ହାବିଲଦାର ବାହନ ସମ୍ପର୍କିତ ସବୁ କାଗଜପତ୍ର ଉଭୟ ଅନଲାଇନ ଓ ଅଫଲାଇନ ଉଭୟ ଉପାୟରେ ଜବତ କରିପାରିବେ। ଏଥିରେ ଅନଲାଇନ ପ୍ରକ୍ରିଆ ଆରମ୍ଭ ହୋଇଥିବାରୁ ଲୋକଙ୍କୁ ତାଙ୍କର ଡକ୍ୟୁମେଣ୍ଟ ପାଇଁ ବାରମ୍ବାର ଥାନାରେ ଚକ୍କର କାଟିବାକୁ ପଡିବନି।

   Related Posts