ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଇଂରାଜୀରେ ଚଣ୍ଡୀପାଠ କରାଇଲେ କୋଲକାତାରେ ଦୁର୍ଗାପୂଜା କ୍ଲବ୍, ଦେଶରେ ଚହଳ

28/09/2022 at 8:11 PM

କୋଲକାତା ୨୮।୯: ପାଖେଇ ଆସୁଛି ଦୁର୍ଗାପୂଜା,ମହାଳୟା ସରିଛି ଏବେ ପରିବେଶ ଦେଲାଣି ମାଙ୍କ ଆଗମନର ସୂଚନା । ଦେଶରେ ଦୁର୍ଗା ପୂଜା ପାଇଁ ପଶ୍ଚିମବଙ୍ଗ ପ୍ରଶିଦ୍ଧ। କୋଲକାତାରେ ପୂଜାର ଉତ୍ସାହ ଅନୁଭବ ହେଲାଣି। ଏପରି ଅବସରରେ ସବୁଠୁ ଯାହା ଖାସ ତାହା ହେଉଛି ପେଣ୍ଡାଲ। ଯାହାକୁ ଅଲଗା ଅଲଗା ଥିମରେ ସଜା ଯାଏ। ଏଥର ମଧ୍ୟ କୋଲକାତାର ଦୁର୍ଗାପୂଜା ପେଣ୍ଡାଲ ବିଭିନ୍ନ ବିଚାରର ରଙ୍ଗରେ ରଙ୍ଗୀନ ହେଲାଣି। ତେବେ ଏ ସବୁ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବା ସମସ୍ତଙ୍କୁ ଚକିତ କରିଛି।

ଉଲ୍ଲେଖଯୋଗ୍ୟ ଯେ କୁଦଘାଟ ପୂଜା କମିଟି ପ୍ରଗତି ସଂଘ ଗତ ୨୫ ସେପ୍ଟେମ୍ବର ମହାଳୟା ଦିନ ଇଂରାଜୀରେ ଚଣ୍ଡିପାଠ କରାଇଛନ୍ତି। ସୋସିଆଲ ମିଡିଆରେ ଏହି ଚଣ୍ଡୀପାଠର ଏବେ ଖୁବ ଚର୍ଚ୍ଚା। ଏହି ଭିଡିଓକୁ ଟ୍ୱିଟର ୟୁଜର ଆଟ୍ ତମାଲ ଜିରୋ ଫୋର ଜିରୋ ୱାନ ସେପ୍ଟେମ୍ବର ୨୭ ତାରିଖ ଦିନ ଅପଲୋଡ କରିଛନ୍ତି। ଯେଉଁଥିରେ କୋଲକାତାର ଏହି ଦୁର୍ଗାପୂଜା କ୍ଲବ ଗ୍ଲୋବାଲ ଅଡିଆନ୍ସ ଲାଗି ଚଣ୍ଡୀପାଠର ପ୍ରଶିଦ୍ଧ ବଙ୍ଗାଳୀ କଥାକୁ ଇଂରାଜୀରେ ଅନୁବାଦ କରିଛନ୍ତି, ଯାହାର ଫଳାଫଳ ଆଶ୍ଚର୍ଯ୍ୟଜନକ ବୋଲି ଉଲ୍ଲେଖ କରିଛନ୍ତି।

ଏହି ଭିଡିଓକୁ ଦିନକରେ ଏପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଭ୍ୟୁଜ ମିଳିଥିବା ବେଳେ ୫୦୦ରୁ ଅଧିକ ଲାଇକସ୍‌ ମିଳିସାରିଛି। ଉଲ୍ଲେଖଯୋଗ୍ୟ ଯେ ହିନ୍ଦୁ ପୌରାଣିକ କଥା ଅନୁସାରେ ମହାଳୟା ଅବସରରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କ ରଚନା କରିଥିଲେ। ସେହିପରି ମହାଳୟା ପିତୃପକ୍ଷ ଅର୍ଥାତ ସର୍ବ ପିତ୍ରୁ ଅମାବାସ୍ୟା ଅନ୍ତିମ ଦିନ ମନେ କରାଯାଏ। ଏଣୁ ଏହି ଦିନ ଦେବୀ ଦୁର୍ଗାଙ୍କ ପରମ ଶକ୍ତିର ଆବାହନ ନିମନ୍ତେ ଚଣ୍ଡୀପାଠ କରାଯାଏ।

   Related Posts