କୋଲକାତାରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ଜଣେ ମୃତ ୯ ଗୁରୁତର
Published By : Prameya-News7 Bureau | October 02, 2018 IST
କୋଲକାତା ୨/୧୦ : କୋଲକାତାର ଜନଗହଳି ପୂର୍ଣ୍ଣ ନଗରବଜାର ଅଂଚଳରେ ବୋମା ବିସ୍ଫୋରଣ ଘଟଣାରେ ଜଣେ ୮ବର୍ଷର ବାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି । ନଗରବଜାର ଅଂଚଳ କୋଲକାତା ବିମାନ ବନ୍ଦରଠାରୁ ୨ କି:ମି: ଦୂରରେ | ୪ ମହଲା ବିଶିଷ୍ଟ କୋଠା ପାଖରେ ଏହି ବିସ୍ଫୋରଣ ହୋଇଥିଲା | ମୃତ ବାଳକଙ୍କ ନାଁ ବିଭବ ଘୋଷ | ତାଙ୍କୁ ସଂଗେ ସାଙ୍ଗ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲିସ ଘଟଣାସ୍ଥଳରେ ପହଂଚି ଏକ ବ୍ୟାଗ ସହ ଆଉ କିଛି ଜିନିଷ ଜବତ କରି ଫୋରେନସିକ ଟେଷ୍ଟ ପାଇଁ ଲ୍ୟାବକୁ ପଠାଇଛି | ତେବେ ଏହି ବିସ୍ଫୋରଣ ଅତ୍ୟନ୍ତ ଶକ୍ତିଶାଳୀ ଥିବା କହିଛି ସ୍ଥାନୀୟ ପୋଲିସ |
ସୂଚନାଯୋଗ୍ୟ ଯେ, ବିସ୍ଫୋରଣ କାଜିପଡା ନଗରବଜାର ସ୍ଥିତ ପଂଚୁ ରାୟଙ୍କ ଅଫିସ ଆଗରେ ହୋଇଥିଲା | ପଂଚୁ ରାୟ ଦକ୍ଷିଣ ଦମଦମର ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଅଛନ୍ତି | ତଦନ୍ତ ଆଧାରରେ ବିସ୍ଫୋରଣ କ୍ରୁଡ଼ ବୋମା ଯୋଗୁଁ ହୋଇଥିବା ପୋଲିସ ପ୍ରକାଶ କରିଛି |
ତେବେ ମ୍ୟୁନିସିପାଲ ଅଧ୍ୟକ୍ଷ ପଂଚୁ ରାୟ ସିଧାସଳଖ ବିଜେପି ଆଡକୁ ଆକ୍ଷେପ କରି କହିଛନ୍ତି, ବିସ୍ଫୋରଣ ତାଙ୍କୁ ଟାର୍ଗେଟ କରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।