AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଦେଢ ଘଣ୍ଟା, ୧୧ ବିମାନ, ଅବତରଣ ପାଇଁ ୧୬ ପ୍ରୟାସ : କୋଲକାତା ଆକାଶରେ ଘୁରି ବୁଲିଲା ବିମାନ

21/08/2022 at 6:24 PM

ନୂଆଦିଲ୍ଲୀ: କୋଲକାତା ବିମାନ ବନ୍ଦରରେ ଶୁକ୍ରବାର କିଛି ଏପରି ଘଟଣା ଘଟିଥିଲା ଯେଉଁଥି ପାଇଁ ପ୍ରାୟ ଦେଢ ଘଣ୍ଟା ଯାଏଁ ଯାତ୍ରୀଙ୍କ ଜୀବନ ଅଟକି ରହିଥିଲା । କ୍ରସୱିଣ୍ଡ ଯୋଗୁଁ ଅପରାହ୍ଣା ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଅବତରଣ ହେବାକୁ ଥିବା ବିମାନ ଗୁଡିକରେ ଆକାଶରେ ଘୁରି ବୁଲିଥିଲେ । ୧୧ କ୍ୟାପ୍ଟେନ ବିମାନ ଗୁଡିକୁ ରନୱେରେ ଅବତରଣ କରାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଅତ୍ୟଧିକ ପବନକୁ ଦେଖି ଲ୍ୟାଣ୍ଡିଂ ନକରି ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।

ବମାନ ଉଡାଣ ଦିଗର ବିପରୀତରେ ପ୍ରବାହିତ ହେଉଥିବା ପବନକୁ କ୍ରସୱିଣ୍ଡ କୁହାଯାଏ । ଏହି ପବନ ଲ୍ୟାଣ୍ଡିଂ ସମୟରେ ବିମାନକୁ ରନୱେରୁ ବାହାର କରିବାର ଶକ୍ତି ରଖିଥାଏ, ଯାହା ଦ୍ୱାରା ବଡ଼ ଦୁର୍ଘଟଣାର ଆଶଙ୍କା ରହିଥାଏ । ଖବର ଅନୁସାରେ ଶୁକ୍ରବାର ପ୍ରାୟ ୧୧ ବିମାନ ୧୬ ଥର ରନୱେର ଅବତରଣ କରିବାକୁ ପ୍ରସାୟ କରିଥିଲେ । କିନ୍ତୁ ଖରାପ ପାଗ ଯୋଗୁଁ ପ୍ରାୟ ଦୁଇ ଡର୍ଜନ ବିମାନ ଆକାଶରେ ଘରୁ ବୁଲୁଥିଲା । ପରେ ୯ ବିମାନକୁ ଅନ୍ୟ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରରେ, ପାଣିପାଗ ବିଭାଗ ପକ୍ଷରୁ ଖାରପ ପାଗ ନେଇ ସୂଚନା ଜାରି କରାଯାଇଥିଲ କିନ୍ତୁ ଏହିପରି କ୍ରସୱିଣ୍ଡର ସାମନା କରିବାକୁ ପଡିବ ବୋଲି ଭାବି ନଥିବା ପାଇଲଟ କହିଛନ୍ତି । ବାମ ପଟୁ ବୋହୁଥିବା ଏହି ପବନ ବିମାନକୁ ରନୱେର ଏଙ୍ଗେଲଠାରୁ ୨୦ ଡିଗ୍ରୀ ଯାଏଁ ଦିଗହୀନ କରିବାର ଶକ୍ତି ରଖିଥାଏ। ଏପରି ସ୍ଥିତିରେ ଲ୍ୟାଣ୍ଡିଂ କରାଇବା ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ।    

   Related Posts