ଜଳସ୍ଥର ବୃଦ୍ଧି ଯୋଗୁଁ କୋଲାବ ଜଳ ଭଣ୍ଡାରର ୨ ଗେଟ ଖୋଲାଗଲା

Published By : Prameya-News7 Bureau | September 21, 2018 IST

କୋରାପୁଟ ୨୧/୯ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ଓ ଡିପ ଡିପ୍ରେସନ ପ୍ରଭାବରେ ସମଗ୍ର କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି | ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ କୋଲାବ ଜଳଭଣ୍ଡାରର ଜଳସ୍ଥର ବୃଦ୍ଧି ପାଇଛି | ତେଣୁ ଜଳ ଭଣ୍ଡାରର ସୁରକ୍ଷା ଦୃଷ୍ଟିରୁ ଆଜି ଭୋରରୁ ଜଳ ଭଣ୍ଡାରର ଦୁଇଟି ଗେଟ ଖୋଲାଯାଇଛି | ଏହି ଦୁଇଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି | ଜଳ ଭଣ୍ଡାରର ବିପଦ ସଂକେତ ୮୫୮ମିଟର ଥିବା ବେଳେ ଏବେ ଜଳ ଭଣ୍ଡାରର ଜଳସ୍ଥର ୮୫୭ ମିଟର ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.