BCCIକୁ ନିଜର ଭବିଷ୍ୟତ ଯୋଜନା ଜଣାଇ ଦେଲେ କୋହଲି, କିଛି ମାସ ଖେଳିବେନି ଦିନିକିଆ ଓ ଟି-୨୦

Published By : Prameya-News7 Bureau | November 29, 2023 IST

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଦିନିକିଆ ଓ ଟି-୨୦ ମ୍ୟାଚ୍‌ରୁ ଅବ୍ୟାହତି ନେଇଛନ୍ତି। ବିସିସିଆଇକୁ ଏ ବିଷୟରେ ଅବଗତ କରାଇ ଦେଇଛନ୍ତି ବିରାଟ କୋହଲି। ଏହାର ଅର୍ଥ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ସୀମିତ ଓଭର ସିରିଜ୍ ଓ ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଉପଲବ୍ଧ ରହିବେ ନାହିଁ। ଭାରତ ଡିସେମ୍ବର ୧୦ରୁ ଜାନୁଆରୀ ୭ ମଧ୍ୟରେ ଦକ୍ଷିଣ ଆଫ୍ରିକା ଗସ୍ତ କରି ସେଠାରେ ୩ଟି ଟି-୨୦, ୩ଟି ଦିନିକିଆ ଓ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ।

wp:heading {"level":4}

Also read- ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ : ବଢିଲା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ, BCCIର ଅଫରରେ ହେଲେ ରାଜି

/wp:heading

ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ ଉପରେ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କେବଳ ଟେଷ୍ଟ ସିରିଜ୍ ଖେଳିବେ। କୋହଲି ଚୟନକର୍ତ୍ତାଙ୍କୁ ଜଣାଇ ଦେଇଛନ୍ତି ଯେ, ତାଙ୍କୁ ସୀମିତ ଓଭର କ୍ରିକେଟ୍‌ରୁ ବିଶ୍ରାମ ନେବାର ଆବଶ୍ୟକତା ରହିଛି। ଯେବେ ସେ ଏହି ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବେ ବୋର୍ଡକୁ ଜଣାଇ ଦେବେ। ତେଣୁ ସେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତରେ କେବଳ ଟେଷ୍ଟ ସିରିଜ୍ ଖେଳିବେ। ଯାହାଫଳରେ କି ଉଭୟ ଟି-୨୦ ଏବଂ ଦିନିକିଆ ସିରିଜ୍‌ରେ ବିରାଟଙ୍କୁ ମିସ୍‌ କରିବେ ଫ୍ୟାନ୍ସ ।

Local hero Virat Kohli makes rousing return to Delhi | CWC23
t20worldcup.com

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଡିସେମ୍ବର ୧୦, ୧୨ ଓ ୧୪ ତାରିଖରେ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ଏହା ପରେ ଡିସେମ୍ବର ୧୭, ୧୯ ଓ ୨୧ ତାରିଖରେ ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଗସ୍ତରେ ଭାରତ ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ପ୍ରଥମ ଟେଷ୍ଟ ଓ ଜାନୁଆରୀ ୩ରୁ ଜାନୁଆରୀ ୭ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଖେଳିବ। ଉଲ୍ଲେଖନୀୟ ନିକଟରେ ସମାପ୍ତ ବିଶ୍ଵକପ୍ ୨୦୨୩ରେ ବିରାଟ କୋହଲି ସର୍ବାଧିକ ରନ ହାସଲକାରୀ ବ୍ୟାଟର ଥିଲେ। ସେ ୧୧ଟି ମ୍ୟାଚ୍‌ରେ ୯୫.୬୨ ହାରରେ ୩ ଶତକ ଓ ୬ ଅର୍ଦ୍ଧଶତକ ସହ ୭୬୫ ରନ କରିଥିଲେ।

ଟି-୨୦ ସିରିଜ୍

ଡିସେମ୍ବର ୧୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟି-୨୦ ମ୍ୟାଚ୍‌ (ଡର୍ବାନ)

ଡିସେମ୍ବର-୧୨- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟି-୨୦ ମ୍ୟାଚ୍‌ (ସେଣ୍ଟ ଜର୍ଜ ପାର୍କ)

ଡିସେମ୍ବର-୧୪- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଟି-୨୦ ମ୍ୟାଚ୍‌(ଜୋହାନର୍ସବର୍ଗ)

ଦିନିକିଆ ସିରିଜ୍‌

ଡିସେମ୍ବର -୧୭-  ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଦିନିକିଆ ମ୍ୟାଚ୍‌ ( ଜୋହାନର୍ସବର୍ଗ)

ଡିସେମ୍ବର-୧୯- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଦିନିକିଆ ମ୍ୟାଚ୍‌(ସେଣ୍ଟ ଜର୍ଜ ପାର୍କ)

ଡିସେମ୍ବର-୨୧- ଦକ୍ଷିଣ ଆଫ୍ରିକା ବନାମ ଭାରତ, ତୃତୀୟ ଦିନିକିଆ ମ୍ୟାଚ୍‌ ( ପାର୍ଲ)

ଟେଷ୍ଟ ସିରିଜ୍‌

ଡିସେମ୍ବର ୨୧ରୁ ୩୦- ଦକ୍ଷିଣ ଆଫ୍ରିକା ବନାମ ଭାରତ, ପ୍ରଥମ ଟେଷ୍ଟ (ସେଞ୍ଚୁରିଆନ୍‌)

ଜାନୁଆରୀ ୦୩ରୁ ୦୭- ଦକ୍ଷିଣ ଆଫ୍ରିକା ବନାମ ଭାରତ, ଦ୍ୱିତୀୟ ଟେଷ୍ଟ (କେପ୍‌ ଟାଉନ୍‌)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.