ସର୍ବାଧିକ ରନରେ କିଙ୍ଗ କୋହଲି, ସବୁଠୁ କଞ୍ଜୁସ ଭୁବନେଶ୍ଵର କୁମାର, ଟି-୨୦ ବିଶ୍ଵ କପ୍‌ର ୧୦ ଅଜବ ରେକର୍ଡ

Published By : Prameya-News7 Bureau | November 14, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ସମାପ୍ତ ହୋଇ ସାରିଛି। ଇଂଲଣ୍ଡ ନୂତନ ଚାମ୍ପିଅନ ଭାବେ ଟାଇଟଲ୍ ଜିତିଛି। ମେଲବର୍ଣ୍ଣରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଇଂଲଣ୍ଡ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ପ୍ରାୟ ଦେଢ ମାସ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଇନିଂସ ଦେଖିବାକୁ ମିଳିଛି, ଯେଉଁଥିରେ ଅନେକ ରେକର୍ଡ ଦେଖିବାକୁ ମିଳିଛି।

ବ୍ୟାଟିଂରେ ଭାରତର ତାରକା ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଦବଦବା ଦେଖିବାକୁ ମିଳିଛି। ସର୍ବାଧିକ ରନ ହେଉ କିମ୍ଵା ସବୁଠୁ ଉନ୍ନତ ବ୍ୟାଟିଂ ହାରରେ ବିରାଟ କୋହଲି ଶୀର୍ଷରେ ରହିଛନ୍ତି। ତାଙ୍କ ବ୍ୟତୀତ ଅନେକ ଖେଳାଳିଙ୍କ ନାମରେ ଚମତ୍କାର ରେକର୍ଡ ସ୍ଥାପନ ହୋଇଛି। ଆସନ୍ତୁ ଜାଣିବା ଟି-୨୦ ବିଶ୍ଵ କପ୍‌ର  ବିଭିନ୍ନ ରେକର୍ଡ ବିଷୟରେ

୧ – ସର୍ବାଧିକ ରନ

ବିରାଟ କୋହଲି, ଭାରତ- ୬ ମ୍ୟାଚ୍, ୨୯୬ ରନ

ଏମ ଓଭାର୍ଡ, ନେଦରଲାଣ୍ଡ- ୮ ମ୍ୟାଚ୍, ୨୪୨ ରନ

ସୂର୍ଯ୍ୟକୁମାର ଯାଦବ, ଭାରତ- ୬ ମ୍ୟାଚ୍, ୨୩୯ ରନ

୨ – ଉନ୍ନତ ବ୍ୟାଟିଂ ହାର

ବିରାଟ କୋହଲି, ଭାରତ- ୬ ମ୍ୟାଚ୍, ୯୮.୬୬

ବ୍ରେଣ୍ଡନ କିଙ୍ଗ୍, ଓ୍ଵେଷ୍ଟଇଣ୍ଡିଜ- ୨ ମ୍ୟାଚ୍, ୭୯.୦୦

ଡେଭିଡ୍ ମିଲର, ଦକ୍ଷିଣ ଆଫ୍ରିକା- ୪ ମ୍ୟାଚ୍, ୭୮.୦୦

୩- ସର୍ବାଧିକ ଛକା

ସିକନ୍ଦର ରଜା, ଜିମ୍ବାଓ୍ଵେ- ୮ ମ୍ୟାଚ୍, ୧୧ ଛକା

ଆଲେକ୍ସ ହେଲ୍ସ, ଇଂଲଣ୍ଡ- ୬ ମ୍ୟାଚ୍, ୧୦ ଛକା

କୁଶଲ ମେଣ୍ଡିସ, ଶ୍ରୀଲଙ୍କା- ୮ ମ୍ୟାଚ୍, ୧୦ ଛକା

୪- ସର୍ବାଧିକ ଡକ୍

ଆର ଚକାବ୍ବା, ଜିମ୍ବାଓ୍ଵେ- ୮ ମ୍ୟାଚ୍, ୩ ଡକ୍

ଜେ କ୍ଲାସେନ, ନେଦରଲାଣ୍ଡ- ୮ ମ୍ୟାଚ୍, ୨ ଡକ୍

ଜି. ଡକରେଲ, ଆୟରଲାଣ୍ଡ- ୭ ମ୍ୟାଚ୍, ୨ ଡକ୍

୫ – କୌଣସି ଗୋଟିଏ ଇନିଂସରେ ସର୍ବାଧିକ ରନ

ଆର ରସୋ, ଦକ୍ଷିଣ ଆଫ୍ରିକା- ୧୦୯ ରନ

ଗ୍ଲେନ ଫିଲିପ୍ସ, ନ୍ୟୁଜିଲାଣ୍ଡ- ୧୦୪ ରନ

ଡେଭନ କନଓ୍ଵେ, ନ୍ୟୁଜିଲାଣ୍ଡ- ୯୨ ରନ

୬ – ଦମଦାର ଷ୍ଟ୍ରାଇକ୍ ରେଟ୍

ଲୁଙ୍ଗି ଏନଗିଡି, ଦକ୍ଷିଣ ଆଫ୍ରିକା- ୧ ମ୍ୟାଚ୍, ୪୦୦ ଷ୍ଟ୍ରାଇକ୍ ରେଟ୍

ଅର୍ଶଦୀପ ସିଂହ, ଭାରତ- ୧ ମ୍ୟାଚ୍, ୨୦୦ ଷ୍ଟ୍ରାଇକ୍ ରେଟ୍

ସୂର୍ଯ୍ୟକୁମାର ଯାଦବ, ଭାରତ- ୬ ମ୍ୟାଚ୍, ୧୮୯.୬୮ ଷ୍ଟ୍ରାଇକ୍ ରେଟ୍

୭ – ସର୍ବାଧିକ ଓ୍ଵିକେଟ୍

ଓ୍ଵାନିନ୍ଦୁ ହସରଙ୍ଗା, ଶ୍ରୀଲଙ୍କା- ୮ ମ୍ୟାଚ୍, ୧୫ ଓ୍ଵିକେଟ୍

ସାମ କୁରନ, ଇଂଲଣ୍ଡ- ୬ ମ୍ୟାଚ୍, ୧୩ ଓ୍ଵିକେଟ୍

ବି.ଡେ ଲିଡେ, ନେଦରଲାଣ୍ଡ- ୮ ମ୍ୟାଚ୍, ୧୩ ଓ୍ଵିକେଟ୍

୮ – ସର୍ବାଧିକ ଡଟ୍ ବଲ

ଫ୍ରେଡ କ୍ଲାସେନ, ନେଦରଲାଣ୍ଡ- ୯୩ ଡଟ୍, ୮ ଓ୍ଵିକେଟ୍

ଫ୍ରେପ କ୍ଲାସେନ, ନେଦରଲାଣ୍ଡ- ୯୩ ଡଟ୍ ବଲ୍, ୮ ଓ୍ଵିକେଟ୍

ରିଚର୍ଡ ନଗାରଓ୍ଵା, ଜିମ୍ବାଓ୍ଵେ- ୮୯ ଡଟ୍ ବଲ୍, ୯ ଓ୍ଵିକେଟ୍

ପଲ ଭ୍ୟାନ ମିକରେମ, ନେଦରଲାଣ୍ଡ- ୮୫ ଡଟ୍ ବଲ୍, ୧୧ ଓ୍ଵିକେଟ୍

୯ – ସର୍ବାଧିକ ମେଡେନ ଓଭର

ଭୁବନେଶ୍ଵର କୁମାର, ଭାରତ- ୩ ମେଡେନ ଓଭର

ରିଚାର୍ଡ ନଗାରଓ୍ଵା, ଜିମ୍ବାଓ୍ଵେ- ୧ ମେଡେନ ଓଭର

ତେନ୍ଦଲ ଚଦାରଓ୍ଵା, ଜିମ୍ବାଓ୍ଵେ- ୧ ମେଡେନ ଓଭର

୧୦ – ସର୍ବାଧିକ ବିଜୟ ପ୍ରତିଶତ

ଇଂଲଣ୍ଡ- ୮୩.୩୩ ପ୍ରତିଶତ

ଅଷ୍ଟ୍ରେଲିଆ- ୭୫ ପ୍ରତିଶତ

ଭାରତ- ୬୬.୬୬ ପ୍ରତିଶତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.