ରଜତ ପଟିଦାରଙ୍କୁ ଖୁବ୍ ପ୍ରଶଂସା କଲେ ବିରାଟ, କହିଲେ...

Published By : Prameya-News7 Bureau | May 26, 2022 IST

ନୂଆଦିଲ୍ଲୀ ୨୬/୦୫: ଆଇପିଏଲ ୨୦୨୨ରେ ଶେଷ ହୋଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସର ଯାତ୍ରା । ଦଳ ଏଲିମିନେଟର ମ୍ୟାଚ୍ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲକ୍ଷ୍ନୌକୁ ୧୪ ରନରେ ପରାସ୍ତ କରିଛି ।  ତେବେ ବାଙ୍ଗାଲୋର ବିଜୟର ହିରୋ ଥିଲେ ରଜତ ପଟିଦାର । ସେ ଦମଦାର ସେଞ୍ଚୁରୀ ଲଗାଇବା ଫଳରେ ଦଳର ସ୍କୋର ୨୦୦ ଟପିଥିଲା ।

ମ୍ୟାଚରେ ଫାପ୍ ଡୁପ୍ଲେସିସ୍, ଗ୍ଲେନ୍ ମ୍ୟାକ୍ସଓ୍ୱେଲ ଓ ବିରାଟ କୋହିଲଙ୍କ ଭଳି ଷ୍ଟାର୍ ବ୍ୟଟର ଫେଲ ମାରିଥିଲେ । କିନ୍ତୁ ଦମଦାର ବ୍ୟାଟିଂ କରିଥିଲେ ରଜତ । ତେବେ ରଜତଙ୍କ ଏହି ଧୂଆଁଧାର ଇନିଂସ ବିରାଟ କୋହଲିଙ୍କୁ ଖବ୍ ପସନ୍ଦ ଆସିଛି  । ସେ ରଜତଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି ।

ବିରାଟ କହିଛନ୍ତି ଯେ, ଦୀର୍ଘ ଦିନ ପରେ ସେ ଏକ ଭଲ ପାଳି ଦେଖିଛନ୍ତି । ଚାପ ସତ୍ତ୍ୱେ ସେ ଭଲ ପ୍ରଦର୍ଶନ କରିଥିଲେ । ଏଲିମିନେଟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଥିଲା । ପଟିଦାର ଯାହା ଖେଳିଲେ ତାହା ବହୁତ ଖାସ୍ ଥିଲା । ଏହାକୁ ହାଲୁକା ଭାବେ ନେଇହେବ ନାହିଁ ।

ଶୀଘ୍ର ବ୍ୟାଟିଂ ପାଇଁ ଆସିଥିଲେ ରଜତ

ଫାପ୍ ଡୁପ୍ଲେସିସ୍ ଆଉଟ ହେଲା ପରେ ଶୀଘ୍ର ରଜତ ବ୍ୟାଟିଂ କରିବାକୁ ଆସିଥିଲେ । ପଡିଆକୁ ଆସିବା ପରେ ହିଁ ସେ ବଡ ସଟ୍ ଖେଳିବା ଆରମ୍ଭ କରିଥିଲେ । ଫିଲ୍ଡର ତାଙ୍କର ତିନୋଟି କ୍ୟାଚ୍ ଛାଡିଥିଲେ । ଯାହାର ସେ ଭରପୁର ଫାଇଦା ଉାଠାଇଥିଲେ । ସେ ୪୯ ବଲରେ ହିଁ ଶତକ ଲଗାଇଥିଲେ । ଏହାସହ ପ୍ଲେ ଅଫରେ ଶତକ ଲଗାଇଥିବା ଏକମାତ୍ର ଅନକ୍ୟାପଡ୍ ପ୍ଲେୟାର ହୋଇଯାଇଥିଲେ । ତାଙ୍କ ଇନିଂସରେ ମୋଟ ୧୨ ଚଉକା ଓ ୭ ଛକା ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.