ନୂଆଦିଲ୍ଲୀ୨୪|୭: ବିଶ୍ବକପ ସେମିଫାଇନାଲ ମ୍ୟାଚ ହାରିବା ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟ କୋହଲି ଓ ଯଶପ୍ରୀତ ବୁମରାହ ଯିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ଏହି ଦୁଇଜଣ ଆରାମ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ବିରାଟ ପରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ବୋଲି ତାଙ୍କ ନିଷ୍ପତ୍ତି ଶୁଣାଇଥିଲେ।। ଅଧିନାୟକ ପଦ ଲୋଭରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ବିରାଟ ଯାଉଛନ୍ତି ବୋଲି ବେଶ କିଛିଦିନ ଚର୍ଚ୍ଚା ଲାଗି ରହିଥିଲା। କିନ୍ତୁ ଆଜି ପ୍ରକୃତ କଥା ସାମ୍ନାକୁ ଆସିଛି।
ରିପୋର୍ଟନୁଯାୟୀ, ବିରାଟ ଅଧିନାୟକ ଲୋଭରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉନାହାଁନ୍ତି ବରଂ ବିଶ୍ବକପ ସେମିଫାଇନାଲ ହାରିବା ପରେ ସାଥୀ ଖେଳାଳିଙ୍କ ମନବଳ ଦୁର୍ବଳ ହୋଇଯାଇଛି। ତେଣୁ ଆଗାମୀ ମ୍ୟାଚରେ ସେମାନଙ୍କୁ ଉତ୍ସାହ ଯୋଗାଇବେ ପାଇଁ ବିରାଟ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଛନ୍ତି। ପୂର୍ବରୁ କୁହାଯାଉଥିବା ଏକଦିବସୀୟ ମ୍ୟାଚ ଓ ଟି-୨୦ରେ ରୋହିତ ଶର୍ମାଙ୍କୁ ଅଧିନାୟକ ଭାର ଦିଆଯିବ ଏବଂ ଟେଷ୍ଟ ମ୍ୟାଚରେ ବିରାଟଙ୍କୁ ଅଧିନାୟକ ଭାର ଦିଆଯିବା କଥା ସମ୍ପୂର୍ଣ୍ଣ ମିଥ୍ୟା, ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ହେବାକୁ ଥିବା ତିନୋଟି ଫର୍ମାଟ ପାଇଁ ବିରାଟଙ୍କୁ ଅଧିନାୟକ ଦାୟିତ୍ବ ଭାର ମିଳିଛି