୭୫ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଲେ କୋହଲି

Published By : Prameya-News7 Bureau | March 12, 2023 IST

ଅହମ୍ମଦାବାଦ: ଭାରତର ତାରକା ବ୍ୟାଟର ବିରାଟ କୋହଲି ରବିବାର ଟେଷ୍ଟ କ୍ରିକେଟ୍‌ରେ ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ନିଜ ଶତକ ମରୁଡିର ଅନ୍ତ ଘଟାଇଛନ୍ତି। ସେ ଅହମ୍ମଦାବାଦରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ଚତୁର୍ଥ ଦିନରେ ଶତକ ହାସଲ କରିଛନ୍ତି। ଏହି ଇନିଂସରେ କୋହଲି ପୂରା ଧୈର୍ଯ୍ୟର ପରିଚୟ ଦେଇ ସଂଯମତାର ସହ ବ୍ୟାଟିଂ କରିଥିଲେ। ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ତମ ଟେଷ୍ଟ ଶତକ। ସେହିପରି କୋହଲିଙ୍କ ଏହା ଅନ୍ତର୍ଜାତୀୟ  କ୍ରିକେଟରେ ୭୫ତମ ଶତକ।

କୋହଲି ଅହମ୍ମଦାବାଦ ଟେଷ୍ଟରେ ଶତକ ଅର୍ଜନ କରିବା ସହ ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କ ଏକ ବିଶ୍ବ ରେକର୍ଡ ଭାଙ୍ଗିଛନ୍ତି। କୋହଲି ସବୁଠୁ କମ ଇନିଂସରେ ଦ୍ରୁତ ୭୫ ଅନ୍ତର୍ଜାତୀୟ ଶତକ ହାସଲ କରିବାର କିର୍ତ୍ତୀମାନ ରଚିଛନ୍ତି। କୋହଲି ଏହି ମାଇଲ ଖୁଣ୍ଟରେ ପହଞ୍ଚିବା ପାଇଁ ସଚିନଙ୍କଠୁ ୧୪ଟି ଇନିଂସ କମ୍ ଖେଳିଛନ୍ତି। ସଚିନ ୫୬୬ ଟି ଇନିଂସ ଖେଳି  ଏହି ରେକର୍ଡ କରିଥିବା ବେଳେ କୋହଲି ୫୫୨ଟି ଇନିଂସ ଖେଳି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।

ସୂଚନାଯୋଗ୍ୟ କୋହଲି ୧୨୦୬ ଦିନ ପରେ ଟେଷ୍ଟ କ୍ରିକେଟରେ ୨୮ତମ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୯ରେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟରେ ଶତକୀୟ ଇନିଂସ ଖେଳିଥିଲେ। ୨୭ତମ ଟେଷ୍ଟ ଶତକ ପରେ କୋହଲି ୪୧ଟି ଇନିଂସ ପରେ ହିଁ ୨୮ତମ ଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.