scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଲାଗି ରହିଛି କୋହଲା ପାଗ, ଘରେ ଘରେ କାଶକୁ ଥଣ୍ଡା ଜ୍ଵର; ଡାକ୍ତର ଦେଲେ ଏହି ପରାମର୍ଶ  

19/01/2024 at 9:06 PM

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି କୋହଲା ପାଗ। ଦିନ ୯ଟା ଯାଏ ଲାଗି ରହୁଛି କୁହୁଡି। ଆକାଶରେ ଢାଙ୍କି ରଖିଛି ମେଘ। କିଛି ସ୍ଥାନରେ ହାଲୁକା ବର୍ଷା ବି ହୋଇଛି। ସକାଳ ସଂଧ୍ୟାରେ ବହୁଛି ଦକ୍ଷିଣା ପବନ। ଏହି ପାଗ ପାଇଁ ଚାରିଆଡ଼େ ବ୍ୟାପିଛି ଥଣ୍ଡା କାଶ ଛିଙ୍କ। ଘରେ ଘରେ ଥଣ୍ଡା ଜ୍ବର। ଘରେ ଜଣଙ୍କୁ ଜ୍ବର, ଛିଙ୍କ ହେଲେ ଅନ୍ୟମାନଙ୍କୁ ଡେଉଁଚି। ଫଳରେ ଜ୍ବର କାଶ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। କ୍ୟାପିଟାଲ ହସ୍ପିଟାଲରେ ଏଭଳି ରୋଗୀଙ୍କ ସଂଖ୍ୟା ବଢିଛି। ଯଦି ଜ୍ବର ୩/୪ ଦିନ ଲାଗି ରହୁଛି ତେବେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରି ରକ୍ତ ପରୀକ୍ଷା କରାଇବାକୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଏହାସହ ସିଜିନ ଚେଞ୍ଜ ହେଉଥିବାରୁ ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ସହ ସତର୍କତା ଅବଲମ୍ବନ କରନ୍ତୁ।

Also read- ଦାମୀ ଗାଡିରେ ଅପରାଧୀ ଲେଖୁଛନ୍ତି ପ୍ରେସ୍, ନିଜକୁ ସାମ୍ବାଦିକ କହି ଚଳାଉଛନ୍ତି ଆତଙ୍କରାଜ

ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ଥଣ୍ଡା, କାଶ ଛିଙ୍କ ହେଉଛି ବୋଲି ସମ୍ ଅଲଟିମେଟ୍‌ର ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ଧର କହିଛନ୍ତି। ଯେଉଁ ମାନଙ୍କର ଆଲର୍ଜୀ ଅଛି ସେମାନଙ୍କୁ ଥଣ୍ଡା ଜ୍ବର ସର୍ଦ୍ଦି ଆକ୍ରମଣ କରୁଛି। କାଶ ହେଉଛି। ଛାତିଯନ୍ତ୍ରଣା ହେଉଛି । ତେବେ ଥଣ୍ଡା ହେଲେ ବ୍ୟସ୍ତ ନ ହୋଇ ଘରୋଇ ପଦ୍ଧତିରେ ସଠିକ୍ ଚିକିତ୍ସା କରାଯାଇପାରିବା ବୋଲି କହିଛନ୍ତି ବିଶେଷଜ୍ଞ । ଥଣ୍ଡା କାଶ ହେଲେ ଉଷୁମ ପାଣିରେ ଲୁଣ ପକାଇ କୁଳି କରନ୍ତୁ। ଅଦା, ମହୁ ବ୍ୟବହାର କରନ୍ତୁ। ଶ୍ବାସ ରୋଗୀ ବାହାରକୁ ଗଲେ ଶୀତ ବସ୍ତ୍ର ପିନ୍ଧିବା ସହ ଇମ୍ୟୁନିଟି ବଢାଇବା ପାଇଁ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।

ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଜାରି ରହିଛି। ୨୪ ତାରିଖ ଯାଏ ଏମିତି ପାଗ ଲାଗି ରହିବ। ଏହି ସମୟରେ କିଛି ସ୍ଥାନରେ ବର୍ଷା ହୋଇପାରେ। ଏହି ସମୟରେ ଥଣ୍ଡା କାଶ ବ୍ୟାପୁଥିବାରୁ ଏହି ସମୟରେ ସତର୍କ ରହିବା ଜରୁରୀ।

   Related Posts