suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ୮୮ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଓଡ଼ିଶା, ୧୯୩୬ରେ ଗଠନ ହୋଇଥିଲା ପ୍ରଥମ ଭାଷା ଭିତିକ ରାଜ୍ୟ
  • ||
  • ପଶ୍ଚିମାଝଡର ପ୍ରଭାବ: ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଅସରାଏ ବର୍ଷାରେ ଭିଜିଲା ଟ୍ୱିନସିଟି
  • ||

ବ୍ରିଟେନର ନୂଆ ଚାଲ୍, ଭାରତର କୋହିନୂରକୁ ‘ବିଜୟର ପ୍ରତୀକ’ ରୂପେ କରିବ ପ୍ରଦର୍ଶିତ

17/03/2023 at 4:31 PM

ନୂଆଦିଲ୍ଲୀ: ଭାରତର ବିଶ୍ୱ ପ୍ରସିଦ୍ଧ କୋହିନୂର ହୀରାକୁ ନେଇ ବ୍ରେଟନ ପୁଣି ଏକ ଷଡଯନ୍ତ୍ର ରଚିବାକୁ ଯାଉଛି । ଉପନିବେଶ କାଳର ହୀରା କୋହିନୂରକୁ ମଇ ମାସରେ ଟାୱର ଅଫ୍ ଲଂଣ୍ଡନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବିଜୟର ପ୍ରତୀକ ଭାବେ ପ୍ରଦର୍ଶିତ କରାଯିବ । ବ୍ରିଟେନର ହିଷ୍ଟୋରିକ୍ ରୟାଲ ପ୍ୟାଲେସ୍ ଚଳିତ ସପ୍ତାହରେ କହିଥିଲା ଯେ ପ୍ରଦର୍ଶନୀରେ କୋହିନୂରର ଇତିହାସ ମଧ୍ୟ ପ୍ରଦର୍ଶିତ କରାଯିବ । ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୁକୁଟରେ ଏହି ହୀରା ସ୍ଥାନ ପାଇଛି । ଉଲ୍ଲେଖଯୋଗ୍ୟ ଯେ ନୂଆ ମହାରାଣୀ କ୍ୟାମିଲା ଏହି ମୁକୁଟକୁ ପିନ୍ଧିବାକୁ ମନା କରିଥିଲେ ।

ବର୍ତ୍ତମାନ ଏହି ମୁକୁଟକୁ ଟାୱର ଅଫ୍ ଲଂଣ୍ଡନରେ ରଖାଯାଇଛି । ଚଳିତ ବର୍ଷ ମଇ ମାସରେ ମହାରାଜା ଚାଲର୍ସ ଦ୍ୱିତୀୟ ଏବଂ ତାଙ୍କ ପତ୍ନୀ କ୍ୟାମିଲାଙ୍କ ରାଜାଭିଷେକ ହେବ, ଯେଉଁଠାରେ କ୍ୟାମିଲା ଏହି ମୁକୁଟ ପିନ୍ଧିବେ ନାହିଁ । ଏଚଆରପି ନୂଆ ପ୍ରସ୍ତାବିକ ଯୋଜନା ବିଷୟରେ ଉଲ୍ଲେଖ କରି କହିଛି ଯେ, ମହାରାଣୀ ଏଲିଜାବେଥଙ୍କ ମୁକୁଟରେ ଥିବା କୋହିନୂରର ଇତିହାସକୁ ବିଜୟର ପ୍ରତୀକ ରୂପେ ପ୍ରଦର୍ଶିତ କରାଯିବ । ଏଥିରେ ସେହି ଇତିହାସକୁ ମଧ୍ୟ ସାମିଲ କରାଯିବ, ଯେତେବେଳେ ଏହି ହୀରା ମୋଗଲ ସାମ୍ରାଜ୍ୟ, ଇରାନର ରାଜା, ଆଫଗାନିସ୍ତାନର ଧନୀ ଏବଂ ଶିଖ ମହାରାଜାଙ୍କ ଶୋଭା ବଢାଉଥିଲା ।

ଫରାସୀ ଭାଷାରେ କୋହିନୂରର ଅର୍ଥ ଆଲୋକର ପର୍ବତକୁ ବୁଝାଇଥାଏ । ଏହି ହୀରା ମହାରାଜା ରଣଜୀତ ସିଂଙ୍କ ରାଜକୋଷରେ ସାମିଲ ଥିଲା, କିନ୍ତୁ ମହାରାଣୀ ଭିକ୍ଟୋରିଆ ଭାରତର ରାଣଈ ହେବାର କିଛି ବର୍ଷ ପୂର୍ବେ ଏହା ତାଙ୍କ କବଜାକୁ ଚାଲି ଯାଇଥିଲା । ଅତୀତରେ ବ୍ରିଟେନରେ ହୋଇଥିବା ରାଜାଭିଷେକରେ ଏହି ହୀରା ଆକର୍ଷଣର କେନ୍ଦ୍ର ରହିଥିଲା ।

କୋହିନୂର ହୀରା ଭାରତର ଆନ୍ଧ୍ର ପ୍ରଦେଶ ରାଜ୍ୟର ଗୋଲକୁଣ୍ଡାରୁ ମିଳିଥିଲା । ସେହି ସମୟରେ ଏହା ଓଜନ ୭୯୩ କ୍ୟାରେଟ୍ ରହିଥିଲା । ତେବେ ବର୍ତ୍ତମାନ ପୂର୍ବ ତୁଳନାରେ ଏହା ଛୋଟ ହୋଇ ସାରିଛି । ବ୍ରିଟେନର ଦାବି ଯେ ପଞ୍ଜାବର ରାଜା ଦୀଲିପ ସିଂ ଏକ ଚୁକ୍ତି ପରେ ଏହି ହୀରା ଦେଇଥିଲେ । ତେବେ ସତ ଏହା ଯେ ସେହି ସମୟରେ ଦୀଲିପଙ୍କ ବୟସ ମାତ୍ର ୧୦ ବର୍ଷ ଥିଲା । ବ୍ରିଟେନ ତାଙ୍କଠାରୁ ଏହି ହୀରା ଛଡାଇ ନେଇଥିଲା ।

   Related Posts