Koffee With Karan 7ରେ ନଜର ଆସିବେ କ୍ୟାଟ୍ରିନା କୈଫ, ସାଙ୍ଗରେ ବିକି ନୁହେଁ ରହିବେ ଏହି କଳାକାର

Published By : Prameya-News7 Bureau | August 02, 2022 IST

ମୁମ୍ୱାଇ ୦୨/୦୮: କଫି ୱିଥ୍ କରନ୍ ୭'ର ଆରମ୍ଭ ପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଏହି ସୋରେ ଅଂଶଗ୍ରହଣ କରିବେ କି ନାହିଁ ତାହା ଅନୁମାନ କରାଯାଉଥିଲା । ବିବାହ ପରେ, ଦମ୍ପତ୍ତି ଭାବେ ନଜର ଆସିବେ କି ନାହିଁ ହେଉଥିଲା ଚର୍ଚ୍ଚା । ପ୍ରଶଂସକମାନେ ସେମାନଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଥିଲେ । ହେଲେ ଏବେ ଖବର ମିଳିଛି ଯେ କ୍ୟାଟ୍ରିନା କୈଫ କରଣ ଜୋହରଙ୍କ ସୋ’ରେ ଅଂଶଗ୍ରହଣ କରିବେ ।

କିନ୍ତୁ ବିକି କୌଶଲ ତାଙ୍କ ସହ ଆସିବେ ନାହିଁ । ଶୋ’ର ପ୍ରଥମ ସିଜନରେ କ୍ୟାଟ୍ରିନା ଅଂଶଗ୍ରହଣ କରିଛନ୍ତି । କରଣ ଜୋହରଙ୍କ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ଅଛି । ଏଭଳି ପରିସ୍ଥିତିରେ ତାଙ୍କୁ 'କଫି ଓ୍ୱିଥ୍ କରଣ ୭' ରେ ଗପସପ୍ କରୁଥିବା ଦେଖିବାକୁ ମିଳିବ। ସୂଚନା ଥାଉକି, କ୍ୟାଟ୍ରିନା ଏବଂ ଭିକିଙ୍କ ପ୍ରେମ କାହାଣୀ 'କଫି ଓ୍ୱିଥ୍ କରଣ'ରୁ ଆରମ୍ଭ ହୋଇଥିଲା । ଉଭୟ ବିଭିନ୍ନ ଏପିସୋଡରେ ନଜର ଆସିଥିଲେ ।

wp:html
/wp:html

ଯେତେବେଳେ କରଣ କ୍ୟାଟ୍ରିନାଙ୍କୁ ପଚାରିଲେ ସେ କାହା ସହିତ କାମ କରିବାକୁ ଚାହୁଁଛନ୍ତି ଏବଂ କାହା ସହିତ ସେ ପରଦାରେ ଯୋଡି ହେବାକୁ ଚାହୁଁଛନ୍ତି । କ୍ୟାଟ୍ରିନା ଏହାର ଉତ୍ତରରେ ବିକି କୌଶଲଙ୍କ ନାମ ନେଇଥିଲେ । ପରେ, ଯେତେବେଳେ ବିକି କୌଶଲ ସୋ’କୁ ଆସିଥିଲେ, କରଣ ଜୋହର ତାଙ୍କୁ କହିଥିଲେ ଯେ କ୍ୟାଟ୍ରିନା ତାଙ୍କ ନାମ ନେଇଛନ୍ତି। ଏହା ଶୁଣି ସେ ଏହାକୁ ବିଶ୍ୱାସ କରିପାରିନଥିଲେ । ଏହା ଶୁଣିବା ପରେ ତାଙ୍କ ହୋସ୍ ଉଡିଯାଇଥିଲା ।

କ୍ୟାଟ୍ରିନା କୈଫଙ୍କ ଆଗାମୀ ଚଳଚ୍ଚିତ୍ର 'ଫୋନ୍ ଭୁତ୍' ଓ 'ଟାଇଗର' ରିଲିଜ ଅପେକ୍ଷାରେ ଅଛି । ଟାଇଗରରେ ତାଙ୍କୁ ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ସେ ନିର୍ଦ୍ଦେଶକ ଶ୍ରୀରାମ ରାଘବନଙ୍କ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' କରୁଛନ୍ତି । ଏହି ଚଳଚ୍ଚିତ୍ରରେ ସେ ସାଉଥ୍ ଷ୍ଟାର ବିଜୟ ସେତୁପତୀଙ୍କ ସହ ନଜର ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.