ଝିଲାପିର ଅସଲି ନାଁ କ’ଣ ଜାଣିଛନ୍ତି କି ? : ଜାଣନ୍ତୁ ଝିଲାପି ବିଷୟରେ କିଛି ଖାସ୍ କଥା
25/07/2019 at 5:07 PM

ନୂଆଦିଲ୍ଲୀ ୨୫/୭: ଭାରତରେ ଏପରି କୈାଣସି ବ୍ୟକ୍ତି ନଥିବେ ଯିଏ ଝିଲାପିର ସ୍ବାଦ କେବେ ଚାଖିନଥିବେ।

ଏହାର ନାଁ ଶୁଣି ଲୋକଙ୍କ ପାଟିରୁ ଲାଳ ବାହାରିଥାଏ। ଶୀତ ଦିନେ ଏବଂ ବର୍ଷା ଦିନେ ଝିଲାପି ଖାଇବାର ମଜା ଅତ୍ୟନ୍ତ ନିଆରା।

ଭାରତ ବ୍ୟତୀତ ପାକିସ୍ତାନ,ବାଙ୍ଗଲାଦେଶ,ଇରାନ ସହ ଅନ୍ୟାନ୍ୟ ଆରବ ଦେଶରେ ମଧ୍ୟ ଏହା ଏକ ଲୋକପ୍ରିୟ ମିଠା ଅଟେ। ଏହା ତ ଆମେ ସମସ୍ତେ ଜାଣିଛୁ ଯେ ଝିଲାପିକୁ ଆମ ଦେଶର ଜାତୀୟ ମିଠା କୁହାଯାଏ।

କିନ୍ତୁ ଆପଣ ଜାଣିଛନ୍ତି କି ଏହା ବିଦେଶରୁ ଭାରତକୁ ଆସିଛି। ଏହା ଶୁଣି ଆପଣଙ୍କୁ ବିଚିତ୍ର ଲାଗୁଥାଇପାରେ। ଝିଲାପିର ଆକାର ସବୁବେଳେ ଛୋଟ ହୋଇଥାଏ କିନ୍ତୁ ମଧ୍ୟ ପ୍ରଦେଶର ଇନ୍ଦୋରରେ ୩୦୦ଗ୍ରାମ୍ ଓଜନର ଝିଲାପି ମିଳିଥାଏ।

ଝିଲାପିକୁ ଇମର୍ତ୍ତୀ ମଧ୍ୟ କୁହାଯାଏ। କେତେକ ଲୋକଙ୍କ କହିବାନୁସାରେ ଝିଲାପି ମୂଳ ରୂପରେ ଆରବ ଶବ୍ଦ। ଏହି ମିଠାର ଅସଲି ନାଁ ହେଉଛି ଜଲାବିୟା। କିନ୍ତୁ ଭାରତରେ ଏହା ଝିଲାପି ନାଁରେ ପ୍ରସିଦ୍ଧ।
