‘ଆକ୍ରମଣ ବିଷୟରେ ଗୋଟିଏ ଦିନ ପୂର୍ବରୁ ଜାଣିଥିଲି’: ଇମ୍ରାନ ଖାନ୍

Published By : Prameya-News7 Bureau | November 04, 2022 IST

ନିଜ ଉପରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ସେ କହିଛନ୍ତି ଯେ ଆକ୍ରମଣ ନେଇ ତାଙ୍କୁ ଗୋଟିଏ ଦିନ ପୂର୍ବରୁ ହିଁ ଜଣାଥିଲା। ହସ୍ପିଟାଲରୁ ଦେଶକୁ ସମ୍ବୋଧନ କରିବା ସହ ଏଭଳି କହିଛନ୍ତି ଇମ୍ରାନ୍‌। ଇମ୍ରାନ୍ କହିଛନ୍ତି ଯେ ତାଙ୍କ ଗୋଡ଼ରେ ଚାରିଟି ଗୁଳି ବାଜିଛି । ନିଜ ସମ୍ବୋଧନରେ ଇମ୍ରାନ କହିଛନ୍ତି ଯେ, ଆକ୍ରମଣ ବିଷୟରେ ବିସ୍ତୃତ ଭାବରେ ଜଣାଇବି। ସେ ପିଏମଏଲ-ଏନ  ଏବଂ ପିପିପି ଉପରେ ବର୍ଷଛନ୍ତି ।

ସୂଚନାଯୋଗ୍ୟ, ଗୁରୁବାର ପାକିସ୍ତାନର ପଞ୍ଜାବ ପ୍ରାନ୍ତର ବଜୀରାବାଦରେ ଏକ ରାଲିରେ ପାକିସ୍ତାନ-ଏ-ଇନ୍ସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଆକ୍ରମଣରେ ଇମ୍ରାନଙ୍କ ଗୋଡ଼ରେ ଗୁଳିବାଜିଥିଲା। ଏହା ସହ ଜଣକ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ମଧ୍ୟ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.