scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ରାଶିର ବ୍ୟକ୍ତିଙ୍କ ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ, ଶାରୀରିକ ପୀଡା ଅନୁଭବ କରିବେ

21/11/2023 at 8:43 PM

ମେଷ – ଟଙ୍କା ସମ୍ବନ୍ଧୀୟ ଚିନ୍ତା ଦୂର ହେବ, ଅଟକାଯାଇଥିବା ଟଙ୍କା ମିଳିବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ରହିବ ପରିବାରରେ ବିଚ୍ଛିନ୍ନତା ପରିସ୍ଥିତି ସୃଷ୍ଟି ହୋଇପାରେ । ପୈତୃକ ସମ୍ପତ୍ତି ସମ୍ବର୍ଦ୍ଧିତ ବିବାଦ ହୋଇପାରେ। ବ୍ୟବସାୟ ମଧ୍ୟମ ରହିବ।

ବୃଷ – ଦଶମ ଚନ୍ଦ୍ର ଯୋଗୁଁ କର୍ମ ଫଳ ପ୍ରାପ୍ତି ହେବ । ଅନାବଶ୍ୟକ ଖର୍ଚ୍ଚ କୁ ନିୟନ୍ତ୍ରଣ କରନ୍ତୁ । ଭ୍ରମଣ ନିଶ୍ଚିନ୍ତ ଶୁଭ ଦାୟକ ହେବ ।ନିଜ କଥା ଉପରେ ସଂଯମତା ରଖନ୍ତୁ । ପରିବାରର ସମର୍ଥନ ପାଇବେ । ଭାଇଭଉଣୀଙ୍କ ସମ୍ପର୍କ ନିବିଡ଼ ହେବ ।

ମିଥୁନ – ଆସନ୍ତାକାଲି ମିଥୁନ ରାଶିର ଘାତ ଚନ୍ଦ୍ର ଉଧାର ଦିଅନ୍ତୁ ନାହିଁ । ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟି ପାରେ। ନୂତନ ଜାଗାକୁ ବୁଲିବାକୁ ଯିବେ । ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଞ୍ଜାଳମୟ ହେବ ।

କର୍କଟ – ଅଷ୍ଟମ ଚନ୍ଦ୍ର ଯୋଗୁଁ ଆର୍ଥିକ ବ୍ୟୟ ହେବ । କର୍ମ କ୍ଷେତ୍ରରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ । କ୍ୟାରିୟରକୁ ନେଇ ଛାତ୍ର ଛାତ୍ରୀମାନେ ଚିନ୍ତାରେ ରହିବେ । ବ୍ୟବସାୟୀ ମାନେ ଦୂର ଯାତ୍ରା କରି ପାରନ୍ତି ।

ସିଂହ – ପରିବାରରେ ସୁଖ ସମ୍ମାନ ଲାଗି ରହିବ ।ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ।ଶାରୀରିକ ଓ ମାନସିକ ଖୁସି ମିଳିବ ।ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ ।ସ୍ବାସ୍ଥ୍ୟ ରେ କିଞ୍ଚିତ ସମସ୍ୟା ଦେଖା ଦେବ । ପତ୍ନୀ ଙ୍କ ସହ ମନ ମାଲିନ୍ୟା ହେବାର ସମ୍ଭାବନା ରହିଛି ।

କନ୍ୟା – ହଠାତ୍ ଆର୍ଥିକ ଲାଭ ହୋଇପାରେ । ନିବେଶ ପାଇଁ ଦିନଟି ଉତ୍ତମ ରହିବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଏକ ବଡ ଅଫର୍ ମିଳିପାରେ । ପରିବାର ସହିତ ସୁଖ ଏବଂ ଶାନ୍ତି ଅନୁଭବ କରିବେ ।

ତୁଳା – କର୍ମ ରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ । ଆଲୋଚନା ଓ ପର୍ଯ୍ୟଲଚନାର ଶିକାର ମଧ୍ୟ ହୋଇ ପାରନ୍ତି।

ବିଛା – କୃଷ ପକ୍ଷ ରେ ଚତୁର୍ଥ ଚନ୍ଦ୍ର ଶୁଭ ଫଳ ପ୍ରଦାନ କରନ୍ତୁ । ଦିନଟି ବ୍ୟସ୍ତତା ଭିତରେ କାଟିବେ । କର୍ମ ଚଞ୍ଚଳ ରହିବେ।ଜୀବନସାଥୀ ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ। ବ୍ୟବସାୟ ରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ସଙ୍କୋଚ ରେ ରହିବେ ।

ଧନୁ– ସର୍ବକର୍ଯ୍ୟ ରେ ସିଦ୍ଧି ଘଟିବ ।ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ । ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ। ଧନଧାନ୍ୟ ରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀ ଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ ।

ମକର – ବୁଧବାର ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ମନ ବ୍ୟାକୁଳିତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ । ଦୂରସ୍ଥାନକୁ ଯାତ୍ରା କରିବେ । ଖର୍ଚ୍ଚର ଭାର ଅଧିକ ହୋଇପାରେ। କାର୍ଯ୍ୟ ବିଳମ୍ବରେ ସମ୍ପାଦିତ ହେବ ।

କୁମ୍ଭ – ସର୍ବକାର୍ଯ୍ୟରେ ସିଦ୍ଧି ଘଟିବ। ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟି ପାରେ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତି ଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ ।

ମୀନ – ଘାତ ଚନ୍ଦ୍ର ଯୋଗୁଁ ହଠାତ୍ କ୍ଷତିରେ ବୁଧବାର ଆପଣ ପଡ଼ି ପାରନ୍ତି । ସ୍ବାସ୍ଥ୍ୟ ପ୍ରତି ଯତ୍ନ ବାନ ହେବା ଦରକାର । ଚାକିରି କ୍ଷେତ୍ରରେ ସାମାନ୍ୟ ଆରାମ ମିଳିବ । ମନକୁ କଷ୍ଟ ଦେଲା ଭଳି କିଛି କଟୁକଥା ଶୁଣି ପାରନ୍ତି । ଜୀବନ ସାଥିଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨

   Related Posts