scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ରାଶିର ବ୍ୟକ୍ତି ଆର୍ଥିକ ସ୍ଥିତିରେ ସୁଧାର ଆସିବ, ନୂତନ ଯାନବାହାନ କ୍ରୟ କରି ପାରନ୍ତି

5/12/2023 at 8:32 PM

ମେଷ – ସ୍ବାସ୍ଥ୍ୟ ଅବସ୍ଥାରେ ଆପଣଙ୍କ ସୁଧାର ଆସିବ । ଧନ ପ୍ରାପ୍ତି ର ଯୋଗ ରହିଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଗୃହ ରେ ଆନନ୍ଦର ମହୋଲ ଦେଖାଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ ।

ବୃଷ – ମାନହାନୀ ହେବ ସହ ଅଙ୍ଗରେ ଆଘାତ ଲାଗି ପାରେ । ମାନସିକ ଅଶାନ୍ତି କିଛି ମାତ୍ରାରେ ଦେଖା ଦେବ। ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିନଟି କଷ୍ଟ ଦାୟକ ହେବ ।

ମିଥୁନ– ଦିନଟି ଆସନ୍ତାକାଲି ଆପଣଙ୍କୁ ଉତ୍ତମ ଫଳ ଦେବ ।ମନ ପ୍ରଫୁଲ୍ଲ ରହିବ । ନୂତନ ଯାନବାହାନ କ୍ରୟ କରି ପାରନ୍ତି । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ପରିବାରରେ କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

କର୍କଟ – ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ବନ୍ଧୁ ଙ୍କୁ ପାଇ ଖୁସି ହେବେ ।

ସିଂହ – ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ସନ୍ତାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ପଡ଼ି ପାରନ୍ତି । ସମ୍ପତି ରେ ବୃଦ୍ଧି ହୋଇ ପାରେ । ବ୍ୟବସାୟରେ ସାମାନ୍ୟ ମାନ୍ଦାବସ୍ଥା ଦେଖା ଦେବ। ବିଦ୍ୟାର୍ଥୀ ମାନେ ନୂତନ ପ୍ରୟାସ କରିବେ।

କନ୍ୟା – ଦିନଟି ଆପଣଙ୍କୁ ଏତେ ମାତ୍ରା ରେ ଭଲ ଭଲ ଦେବ ନାହିଁ ।କାର୍ଯ୍ୟ କ୍ଷେତ୍ରରେ ଦ୍ଵନ୍ଦ ଲାଗି ରହିବ । ମିତ୍ରଙ୍କ ସହଯୋଗ ମିଳିବ ହେଲେ ମଧ୍ୟ ବ୍ୟବସାୟ ରେ ଅଧିକ ପରିଶ୍ରମ ଯୋଗ ରହିଛି । ପରିବାରରେ କଳହ ହୋଇ ପାରେ ।

ତୁଳା – ଦିନଟି ଉତ୍ତମ ଫଳ ଦେବ ।କାର୍ଯ୍ୟ କ୍ଷେତ୍ର ରେ ତପ୍ତର ହେବେ । ଆୟ ବୃଦ୍ଧି ହେବ । ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ । ଅର୍ଥ ନିବେଶ କରିବା ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନେ ଅନେକ ଲାଭବାନ ହେବେ ।

ବିଛା – ନିଜକୁ ଦୃଢ଼ ରଖିଲେ ଦିନଟି ବହୁତ୍ ଭଲ ରେ କଟିବ । ଉନ୍ନତିର ନୂଆ ବାଟ ବୁଧବାର ଦେଖା ଯିବ । ଆୟ ବୃଦ୍ଧି ହେବ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ରହିଛି । ଛାତ୍ର ଛାତ୍ରୀମାନେ ମନରେ ବିଶ୍ୱାସ ରଖନ୍ତୁ ।

ଧନୁ – ଦିନଟି ମଧ୍ୟମ ଫଳ ଦେବ । ଅଟକିଥିବ କାର୍ଯ୍ୟର ବୁଧବାର ପୁନାରମ୍ଭ ହେବ । ପତି ପତ୍ନୀଙ୍କ ମଧ୍ୟ ରେ ସହଯୋଗ ଦେଖିବାକୁ ମିଳିବ । ମିତ୍ରଙ୍କ ଦ୍ଵାରା ଆୟ ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ ।

ମକର – ଘାତ ଚନ୍ଦ୍ର ରହିଥିବାରୁ କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠ ରେ ମନୋନିବେଶ କରିବେ । ପରିବାରରେ ମନ ମାଳିନ୍ୟା ଲାଗି ରହିବ ।

କୁମ୍ଭ – ଆନନ୍ଦ ଉତ୍ସାହର ସହିତ ଦିନଟି ଅତିବାହିତ ହେବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟରେ ଲାଭ ଯୋଗ ରହିଛି ।

ମୀନ – ଦିନଟି ଉତ୍ତମ ଫଳ ଦେବ ।ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡି ପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ଶତ୍ରୁ ଭୟ ଦେଖା ଦେଇ ପାରେ। ବିଦ୍ୟାର୍ଥୀ ମାନେ ଉଚ୍ଚାଭିଲାଷି ହେବେ ।

   Related Posts