ଏହି ରାଶିର ବ୍ୟକ୍ତିଙ୍କ କାର୍ଯ୍ୟଟି ଅଧାରୁ ଅଟକି ଯାଇ ପାରେ, ପରିବାରରେ ସୁଖ ଶାନ୍ତି ବଜାୟ ରହିବ

Published By : Prameya-News7 Bureau | November 27, 2023 IST

ମେଷ - ଅର୍ଥ ବ୍ୟୟ ହେବ । ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ମନରେ ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇ ପାରନ୍ତି ।ବିଦ୍ୟାର୍ଥୀ ଲାଭବାନ ହେବେ ।

ବୃଷ - କର୍ମ ଫଳ ପ୍ରାପ୍ତ କରିବେ। ସମ୍ମାନ ମିଳିବ । ଯାହା ଫଳରେ ମାନସିକ ଓ ଶାରୀରିକସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭ ଦାୟକ ହେବ ।

ମିଥୁନ - ଦ୍ଵାଦଶ ଚନ୍ଦ୍ର ଯୋଗୁଁ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧାରୁ ଅଟକି ଯାଇ ପାରେ । ଆର୍ଥିକ ବ୍ୟୟ ହେବ । ମହିଳା ମାନଙ୍କ ପାଇଁ ଦିନ ଟି ବ୍ୟସ୍ତ ବହୁଳ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

କର୍କଟ - ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିବା ସହିତ ଗୃହରେ ଶୁଭ କର୍ମର ଆରମ୍ଭ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇ ପାରେ ।

ସିଂହ - ଦଶମ ଚନ୍ଦ୍ର ଭୋଗଭ ଯୋଗୁଁ ଦୂର ଯାତ୍ରା କରିବାର ଯୋଗ ରହିଛି । ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭ ଦାୟକ ହେବ । ଘରକୁ ବନ୍ଧୁ ଙ୍କ ଆଗମନ ହୋଇ ପାରେ । ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ପାଠରେ ମନୋ ନିବେଶ କରିବେ।

କନ୍ୟା - ନବମ ଚନ୍ଦ୍ର ଯୋଗୁଁ ମନରେ ବିଷଦ ସୃଷ୍ଟି ହେବ । ଚାହୁଁ ନଥିଲେ ମଧ୍ୟ ବାଧ୍ୟ ହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ । କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରି ପାରନ୍ତି । ମହିଳା ମାନେ ନୂତନ ଅଳଙ୍କାର କ୍ରୟ କରି ପାରନ୍ତି । ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି ।

ତୁଳା - ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେହରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତି ରେ ନିଶ୍ଚିନ୍ତ ଅବନତି ଦେଖା ଦେବ । କୌଣସି ବିଶେଷ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ।ବିଦ୍ୟାର୍ଥୀ ଓ ବ୍ୟବସାୟୀ ଆଶାୟୀ ହୋଇ ରହିବେ ।

ବିଛା - ବିଛା ରାଶିକୁ ସପ୍ତମ ଚନ୍ଦ୍ର ଘାତ ଯାହା ଫଳରେ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖା ଦେବ । ଯାନ ବାହାନରେ ସତର୍କତା ଆବଶ୍ୟକ । ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଦେଖା ଦେଇ ପାରେ । ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।

ଧନୁ - ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ମଙ୍ଗଳବାର ଆଶଙ୍କା ଭିତରେ ରଖିବେ । ଖୁସି ହେବାକୁ ଚାହୁଁ ଥିଲେ ବି ହୋଇ ପାରିବେ ନାହିଁ । କୌଣସି କାର୍ଯ୍ୟ ସମୂର୍ଣ୍ଣ ପାଇଁ ଅପେକ୍ଷା କରିବାକୁ ପଡ଼ି ପାରେ ।

ମକର - କୃଷ୍ଣ ପକ୍ଷ ପଞ୍ଚମ ଚନ୍ଦ୍ର ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ ।ବାହାର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀ ଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ ।କର୍ମ ଚଞ୍ଚଳ ରହିବେ ।

କୁମ୍ଭ - ଚତୁର୍ଥ ଚନ୍ଦ୍ର ଯୋଗୁଁ ଅର୍ଥ ବିଷୟକ ଚିନ୍ତା ବଢିବ । ସ୍ବାସ୍ଥ୍ୟ ଅବସ୍ଥାରେ ହାନି ଘଟି ପାରେ ।ମନ ହାନି ହେବା ସହ ଅଙ୍ଗରେ ଆଘାତ ଲାଗି ପାରେ । ନିଜ ଆତ୍ମ ଗର୍ବ ନିଜକୁ ଅସୁବିଧାରେ ପକାଇବ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ।

ମୀନ - କିଛି ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ । ଭ୍ରମଣର ଯୋଗ ରହିଛି । ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଅନ୍ୟ ମନସ୍କ ରହିବାର ଦେଖା ଯିବ। ଅଳ୍ପ ଧନ ପ୍ରାପ୍ତି ଯୋଗ ରହିଛି ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.