ମାନସିକ ଅଶାନ୍ତି ଦେଖା ଦେଇ ପାରେ, ପ୍ରେମ ସମ୍ପର୍କରେ ମଧୁରତା ଆସିବ

Published By : Prameya-News7 Bureau | May 11, 2024 IST

ମେଷ – ଆସନ୍ତାକାଲି ମେଷ ରାଶି ର ବ୍ୟକ୍ତି ବିଶେଷ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ । ମନରେ ବିଶାଦ ଭାବ ସୃଷ୍ଟି ହେବ । ଲାଗି ରହି ଥିବା କାର୍ଯ୍ୟ ଆଜି ସଂପୂର୍ଣ୍ଣ ହେବ । ଛାତ୍ର ଛାତ୍ରୀ ମାନେ ସଫଳତା ଅର୍ଜନ କରିବେ । ସତସଙ୍ଗ ରେ ମନୋନିବେଶ କରିବେ ।

ବୃଷ - ଅଯଥା ବ୍ୟୟ ହେବା ସହିତ କିଛି ଦ୍ରବ୍ୟ ମଧ୍ୟ ଆଜି ଆପଣ କ୍ରୟ କରିବେ। ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗ ରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜି ପାରେ । ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ ।

ମିଥୁନ - ସର୍ବ କାର୍ଯ୍ୟ ସିଦ୍ଧି ହେବା ସହ ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ ଯାହା ଫଳ ରେ ମନ ଉତ୍ସାହିତ ରହିବ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

କର୍କଟ - କିଛି ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ ।ନିଯୁକ୍ତ ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କ ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ - ଅର୍ଥ ବିଷୟକ ଚିନ୍ତା ରେ ରହିବେ । ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ । ପ୍ରେମ ସମ୍ପର୍କ ରେ ମଧୁରତା ଆସିବାର ସମ୍ଭାବନା ଅଛି। ବିଦ୍ୟାର୍ଥୀ ମାନେ ସାମାନ୍ୟ ଆମାନଯୋଗି ହେବେ ।

କନ୍ୟା - ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କର୍ମ ଫଳ ର ପ୍ରାପ୍ତି ହେବ । ସୁଖ ସମ୍ମାନ ଲାଭର ଯୋଗ ରହିଛି । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣ ର ସୁଯୋଗ ରହିଛି । କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।

ତୁଳା - ଅର୍ଥ ବ୍ୟୟର ଯୋଗ ରହିଛି । ଯଶ ହାନି ମଧ୍ୟ ହୋଇ ପାରେ।ପରିବାର ଓ କର୍ମ କ୍ଷେତ୍ର ରେ ସମସ୍ୟା ଦେଖା ଦେବ । କିନ୍ତୁ ଜୀବନ ସାଥୀ ଙ୍କ ସହଯୋଗ ମିଳିବ । ବନ୍ଧୁ ମିଳନ ର ଯୋଗ ରହିଛି । ବ୍ୟବସାୟ ରେ ଏତେ ଭଲ ଫଳ ପ୍ରାପ୍ତ ହେବ ନାହିଁ।

ବିଛା - କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅର୍ଥ ବ୍ୟୟ ମଧ୍ୟ ହେବ । ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ । କିଛି ଘର କାମ ବିଷୟ ରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ ।

ଧନୁ - ମାନ ହାନି ହେବାର ସମ୍ଭାବନା ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ

ମକର- ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

କୁମ୍ଭ - କାର୍ଯ୍ୟ ରେ ହାନି ଘଟିବ । ଅର୍ଥ ବ୍ୟୟ ର ଯୋଗ ରହିଛି। ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ। ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ ।ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ , ବାଧା ଆସିପାରେ । ଆୟ ହ୍ରାସ ହେବ ।

ମୀନ - କର୍ମ ଫଳ ପ୍ରାପ୍ତ ହେବ । ନୂଆ ଚାକିରି ଆଜି ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ । ଶିକ୍ଷା କ୍ଷେତ୍ର ରେ ମାନସିକ ବିକାଶ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର 

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.