ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଧନ ପ୍ରାପ୍ତିର ଯୋଗ ରହିଛି

Published By : Prameya-News7 Bureau | July 27, 2024 IST

ମେଷ - ଆସନ୍ତାକାଲି ଆପଣଙ୍କ ପାଇଁ ସମୟ ଟିକେ ଦୁର୍ବଳ ହେବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି । ଆୟରେ ହ୍ରାସ ହୋଇପାରେ ବ୍ୟବସାୟରେ ଭଲ ଫଳାଫଳ ଆସିବ ଏବଂ ଟଙ୍କା ମଧ୍ୟ କିଛି ମାଧ୍ୟମ ମାଧ୍ୟମରେ ଆସିବ, ତଥାପି ମନ ସନ୍ତୁଷ୍ଟ ହେବ ନାହିଁ।

 

ବୃଷ - ବନ୍ଧନ ଯୋଗ ରହିଛି । ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ହୋଇ ରହିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବା ସହିତ ଅଚାନକ ଧନ ପ୍ରାପ୍ତିର ସମ୍ଭାବନା ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନ ଟି ବିଶେଷ ଭଲ ରହିବ । ପରିବାରକୁ ସମୟ ଦେବେ ।

ମିଥୁନ - ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ନୂତନ ବନ୍ଧୁଙ୍କୁ ପାଇଁ ଖୁସି ଅନୁଭବ କରିବେ । ମାଲି ମୋକଦ୍ଦମାରେ ଜୟ ଯୁକ୍ତ ହେବେ । ମାତାପିତାଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

କର୍କଟ - ପରିଶ୍ରମ ଅଧିକ ରହିବ । ଧନ ପ୍ରାପ୍ତି ଯୋଗ ରହିଛି । ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଦେଇଥିବା ପରୀକ୍ଷା ଉତ୍ତୀର୍ଣ୍ଣ ହେବାର  ଯୋଗ ଅଛି । ପ୍ରେମ ସମ୍ପର୍କ ନିବିଡ଼ ହେବ । ଭ୍ରମଣର ଯୋଗ ରହିଛି। ବାହ୍ୟ ସ୍ଥାନରୁ ସମ୍ମାନ ପ୍ରାପ୍ତି ହେବ ।

ସିଂହ - ମନ ଉତ୍ସାହିତ ରହିବ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟ ରେ ବୃଦ୍ଧି ହେବ । ବ୍ୟବସାୟ ରେ ଉତ୍ତମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପରୋପକାରୀ ହେବେ ।

କନ୍ୟା - ଦ୍ରବ୍ୟ ନଷ୍ଟ ହେବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ ।ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

ତୁଳା - ଆପଣଙ୍କ ଜୀବନରେ କେହି ନୂଆ ଆସିପାରନ୍ତି । ଆର୍ଥିକ ଦୃଷ୍ଟିରୁ, ରବିବାର ଆପଣଙ୍କ ପାଇଁ ଶୁଭ ଖବର ମିଳିବ। ବିଦ୍ୟାର୍ଥୀ ମାନେ ଉନ୍ନତି ପଥ ଅନୁସରଣ କରିବେ। ବ୍ୟବସାୟ ଲାଭଦାୟକ ହେବ । ପ୍ରୀତି ଲାଭ କରି ଖୁସି ଅନୁଭବ କରିବେ ।

ବିଛା - ଦୁଃସାହସ କରି ଅସୁବିଧାରେ ପଡ଼ିବେ। ନୂତନ ବିନିଯୋଗରେ ବିପୁଳ ଅର୍ଥ କ୍ଷତି ହୋଇପାରେ । ଆପଣଙ୍କୁ କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ। ଗ୍ୟାସ ଜନିତ ସମସ୍ୟା ହୋଇପାରେ । 

ଧନୁ - ପରିଶ୍ରମ ଅଧିକ ହେବ।ଗୃହରେ ଲାଗି ରହିଥିବା ସମସ୍ୟା ର ଆସନ୍ତାକାଲି ସମାଧାନ ଖୋଜିବେ । ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ । ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ ।

ମକର - କାର୍ଯ୍ୟରେ ବାଧା ଉପୁଜିବ ।ରୋଗରେ ଖର୍ଚ୍ଚ ବୃଦ୍ଧି ପାଇବ, ସଞ୍ଚୟ ମଧ୍ୟ ଶେଷ ହେବ | ନୂତନ ଚାକିରି ପାଇଁ ଆବେଦନ କରିପାରିବେ । ମାନସିକ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । କୌଣସି ନୂତନ ଯୋଜନାରେ ବିନିଯୋଗ କରନ୍ତୁ ନାହିଁ ।

କୁମ୍ଭ - ରବିବାର ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ । ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ । ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତୁ। ବିଦ୍ୟାର୍ଥୀ ମାନେ ଖୁସି ଖବର ପାଇବେ ।

ମୀନ - ଲୋଭରେ ପଡ଼ି କ୍ଷତିଗ୍ରସ୍ତ ହେବେ। କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି । ଅର୍ଥ ବ୍ୟ ମଧ୍ୟ ହେବ।ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.