ପାର୍ଟନରଙ୍କ ପସନ୍ଦର ରଙ୍ଗ ଦେଖି ଜାଣନ୍ତୁ ତାଙ୍କ ସ୍ଵଭାବ ଓ ସେ ଆପଣଙ୍କୁ ଭଲ ପାଉଛି କି ନାହିଁ

Published By : Prameya-News7 Bureau | March 21, 2020 IST

ଭୁବନେଶ୍ଵର ୨୧।୦୩: ଭଲ ପାଇବା ଓ ସଂପର୍କ ସ୍ଥାପନା ସମସ୍ତ ଜୀବନରେ ଏକାନ୍ତ ଆବଶ୍ୟକ। ଏହି ବିଷୟରେ ପ୍ରାୟତଃ ସବୁ ବ୍ୟକ୍ତି ଚିନ୍ତା କରନ୍ତି ଏବଂ ଏହାକୁ ନେଇ ଗମ୍ଭୀର ମଧ୍ୟ ହୁଅନ୍ତି। ନିଜର ପାର୍ଟନରଙ୍କଠାରେ ପୁରୁଷ ମାନେ ସେହି ଗୁଣ ଦେଖିବାକୁ ଚାହାନ୍ତି, ଯାହା ସେମାନଙ୍କ ଲାଗି ଜରୁରୀ ହୋଇଥାଏ। ଅନେକ ଲୋକଙ୍କୁ ଭାଗ୍ୟରେ ସେମାନଙ୍କର ମନ ପସନ୍ଦର ଜୀବନସାଥୀ ମିଳିଥାଏ ତ କିଛି ଲୋକ ଏହି ମାମଲାରେ ଅନଲକି ରହିଥାନ୍ତି ଏବଂ ସେମାନଙ୍କୁ ନିଜ ପସନ୍ଦର ଜୀବନ ସାଥୀ ମିଳିନଥାଏ। କାହାରି ସହିତ ନିଜର ଭବିଷ୍ୟତ ଗଢିବା କିଛିଟା ମୁସ୍କିଲ ହୋଇଥାଏ। କିନ୍ତୁ ତାଙ୍କର ପସନ୍ଦ ଓ ନାପସନ୍ଦ ଦେଖି ତାଙ୍କ ସ୍ଵଭାବ ବିଷୟରେ ଆପଣ ଜାଣି ପାରିବେ। ଆସନ୍ତୁ ଜାଣିବା ପାର୍ଟନରଙ୍କ ପ୍ରିୟର ରଙ୍ଗରୁ ସେମାନଙ୍କର ସ୍ଵଭାବ କଣ କହିଥାଏ।

ଧଳା ରଙ୍ଗ

{"id":242140,"sizeSlug":"large"}

ଧଳା ରଙ୍ଗକୁ ପସନ୍ଦ କରୁଥିବା ମହିଳା କି ଯୁବତୀ ସ୍ଵଭାବରେ ବହୁତ ସୁଶୀଳ, ସନ୍ତୋଷ, ସାଦା ସିଧା ଓ ପ୍ରକୃତରେ ଭଲ ପାଉଥିବା ବ୍ୟକ୍ତି ହୋଇଥାନ୍ତି। ଏହା ବ୍ୟତୀତ ଏହି ପରି ମହିଳା ଅନ୍ୟ ମାନଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି। ଏମାନେ ସ୍ଵଭାବରେ ଗମ୍ଭୀର ଓ ନିଜର ଆଭିମୁଖ୍ୟରେ ଅଟଳ ରହିଥାନ୍ତି।

କଳା ରଙ୍ଗ

{"id":242141,"sizeSlug":"large"}

ଯେଉଁ ମହିଳାଙ୍କୁ କଳା ରଙ୍ଗ ପସନ୍ଦ ସେମାନେ ସ୍ଵଭାବରେ କମ ଗମ୍ଭୀର ଥାନ୍ତି। ସେମାନଙ୍କୁ ଅନ୍ୟମାନଙ୍କର ଗୁଇନ୍ଦାଗିରି କରିବା ଭଲ ଲାଗିଥାଏ। କିନ୍ତୁ ଏମାନେ ସ୍ଵଭାବରେ ତୀକ୍ଷ୍ଣ ପ୍ରକୃତି ବିଶିଷ୍ଟ ଲୋକ ହୋଇଥାନ୍ତି। ଏମାନେ ନିଜର ପତି ଓ ବୟ ଫ୍ରେଣ୍ଡଙ୍କ ଉପରେ ନିଜର ପତିଆରା ଜମାଇ ରଖନ୍ତି।

ହଳଦିଆ ରଙ୍ଗ

{"id":242142,"sizeSlug":"large"}

ଯେଉଁ ମହିଳାଙ୍କୁ ହଳଦିଆ ରଙ୍ଗ ପସନ୍ଦ ସେମାନଙ୍କର ସ୍ଵଭାବ ଅନ୍ୟମାନଙ୍କର ଗୁଇନ୍ଦାଗିରି କରିବା ହୋଇଥାଏ। ସେମାନଙ୍କୁ ନିଜର ପ୍ରଶଂସା ଶୁଣିବାକୁ ବହୁତ ଭଲ ଲାଗେ। ଏମିତି ମହିଳା ନିଜର ଜୀବନ ନିଜ ହିସାବରେ ବିତାଇବାକୁ ପସନ୍ଦ କରନ୍ତି, ସେମାନଙ୍କର ଏହି ସ୍ଵଭାବ ସେମାନଙ୍କୁ ବହୁମୁଖୀ ପ୍ରତିଭାର ଧନୀ ଓ ଆତ୍ମନିର୍ଭର କରିଥାଏ।

କମଳା ରଙ୍ଗ

{"id":242143,"sizeSlug":"large"}

ଯେଉଁ  ମହିଳାଙ୍କର କମଳା ରଙ୍ଗ ପସନ୍ଦ ସେମାନେ ସ୍ଵଭାବରେ ବହୁତ ପ୍ୟାରି, ଆକର୍ଷକ ଓ ମିତ୍ରବ୍ୟୟୀ ବ୍ୟବହାର ବିଶିଷ୍ଟ ବ୍ୟକ୍ତି ହୋଇଥାନ୍ତି। ଏମାନେ ନିଜର ସମସ୍ତ ସଂପର୍କରେ ସନ୍ତୁଳନ ବଜାୟ  ରଖନ୍ତି। ଏହି ଧରଣର ମହିଳାଙ୍କର ମନ ଆଧ୍ୟାତ୍ମିକ ପ୍ରତି ଆକର୍ଷିତ ହୋଇଥାଏ। ଏହି ମହିଳାମାନେ ନିଜର ମନର କଥା ଓ ଭାବନା ପରି ପ୍ରକାଶ କରନ୍ତି। ଏହି ପ୍ରକୃତିର ମହିଳା ମନରୁ ବହୁତ ଶୁଦ୍ଧ ଓ ଭଲ ଚିନ୍ତାଧାରାର ହୋଇଥାନ୍ତି।

ଗୋଲାପୀ ରଙ୍ଗ

{"id":242146,"sizeSlug":"large"}

ଯେଉଁ ମହିଳାଙ୍କୁ ଗୋଲାପୀ ରଙ୍ଗ ପସନ୍ଦ ସେମାନେ ସ୍ଵଭାବରେ ବହୁତ ଚଞ୍ଚଳ ହୋଇଥାନ୍ତି। ମାତ୍ର ସେମାନେ ବହୁତ ଭଲ ଜୀବନସାଥୀ ସାବ୍ୟସ୍ତ ହୁଅନ୍ତି। ଅନେକ ଥର ଗୋଲାପୀ ରଙ୍ଗ ପସନ୍ଦ କରୁଥିବା ମହିଳା ଜୀବନରେ ବହୁତ ମହତ୍ଵପୂର୍ଣ୍ଣ ହୋଇଥାନ୍ତି। ଏମାନେ ହୃଦୟରେ ବହୁତ ଭଲ ହୋଇଥାନ୍ତି। ସେମାନଙ୍କର ଚେହେରାରେ ସର୍ବଦା ଖୁସି ଓ ଆଖିରେ ସର୍ବଦା  ଚମକ ରହିଥାଏ।

ଲାଲ ରଙ୍ଗ

{"id":242149,"sizeSlug":"large"}

ଏମିତିରେ ଏହି ରଙ୍ଗ ମହିଳାଙ୍କର ବହୁତ ପସନ୍ଦ। ମାତ୍ର ଯାହାଙ୍କର ଏହି ରଙ୍ଗ ଅଧିକ ପ୍ରିୟ ସେମାନେ ସ୍ଵଭାବରେ ବହୁତ ଆକର୍ଷକ, ବୋଲ୍ଡ ଓ ପ୍ରେରଣାଦାୟୀ ହୋଇଥାନ୍ତି। ଏହି ପରି ସେମାନେ ନିଜର ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ବଞ୍ଚିବାରେ ପସନ୍ଦ କରିଥାନ୍ତି ଓ ଅନ୍ୟମାନଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି।

ସବୁଜ ରଙ୍ଗ

{"id":242151,"sizeSlug":"large"}

ଯେଉଁ ମହିଳାଙ୍କ ପସନ୍ଦର ରଙ୍ଗ ସବୁଜ ହୋଇଥାଏ, ସେମାନେ ସ୍ଵଭାବରେ ବହୁତ ଗପୁଡି ହୋଇଥାନ୍ତି। ସେମାନଙ୍କର କଥା କେବେ ବି ଶେଷ ହୁଏ ନାହିଁ। ଏହା ସହିତ ସେମାନଙ୍କ ଭିତରେ ଭଲ ପାଇବା ଓ ସୁନ୍ଦର ଆକର୍ଷକ ବ୍ୟକ୍ତିତ୍ଵର ସମାବେଶ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.