ମିତ୍ର ଲାଭର ଯୋଗ ରହିଛି,  ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ

Published By : Prameya-News7 Bureau | December 03, 2023 IST

ମେଷ - ସପ୍ତମ ଚନ୍ଦ୍ର ଯୋଗୁଁ ବିବିଧ ପ୍ରକାରର ସୁଖପ୍ରାପ୍ତି ହେବ । ମିତ୍ର ଲାଭର ଯୋଗ ରହିଛି । ସୋମବାର ସମସ୍ତ ସମସ୍ୟାକୁ ପଛରେ ପକାଇ ଆଗକୁ ବଢ଼ିବାକୁ ମନସ୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ନିଜକୁ ପ୍ରଭାବଶାଳୀ ମନେ କରିବେ । ଛାତ୍ର ଛାତ୍ରୀ ମାନେ ନୂତନ ପନ୍ଥା ଅବଲମ୍ବନ କରିବେ ।

ବୃଷ- ସୁଖ ସୌଭାଗ୍ୟ ଲାଭ କରିବେ । ଶତ୍ରୁଙ୍କ ହାନି ହେବ ।ଆସନ୍ତାକାଲି ଦିନଟି ଆତ୍ମବିଶ୍ବାସରେ ପୁରି ରହିବ। ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ । କର୍ମ କ୍ଷେତ୍ରରେ ନିଜ କର୍ମରେ ଧ୍ୟାନ ଦିଅନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।

ମିଥୁନ - ଆସନ୍ତାକାଲି ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ମାଲି ମକୋଦ୍ଦମା ଆପଣଙ୍କ ସପକ୍ଷରେ ରହିବ । ପରିଶ୍ରମ ଅଧିକ ରହିବ । ଗୃହକୁ ଅତିଥିଙ୍କ ଆଗମନ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ପରିଶ୍ରମୀ ହେବେ।

କର୍କଟ - ଦିନଟି ମିଶ୍ର ଫଳ ପ୍ରଦାନ କରିବ । ପରିବାରରେ କଳହ ହେବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ସହଯୋଗୀଙ୍କ ସହ ମତଭେଦ ସୃଷ୍ଟି ହେବ। ବ୍ୟବସାୟରେ ନେଣ ଦେଣ ଲାଗି ରହିବ । ଚିନ୍ତାଗ୍ରସ୍ତ ହେବ। ବିଦ୍ୟାର୍ଥୀ ମାନେ ବିଳମ୍ବରେ ସଫଳତା ପ୍ରାପ୍ତ କରିବେ ।

ସିଂହ- ରାଜ ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟରେରେ ଉତ୍ତମ ଫଳ ପ୍ରାପ୍ତ ହେବ। ଆଧ୍ୟାତ୍ମିକ ଚିନ୍ତା ଧାରାରେ ବିଶ୍ୱାସ ରଖିବେ । ନୂଆ ଚାକିରି ମିଳିପାରେ । ଯାନ ବାହାନ କ୍ରୟ ପାଇଁ ଦିନଟି ଭଲ ରହିଛି ।

କନ୍ୟା - ଦିନଟି ଉତ୍ତମ ଫଳ ଦେବ । ବାହ୍ୟ ସ୍ଥାନରୁ ପ୍ରଶଂସା ମିଳିବ। ଅଟକିଥିବା ସରକାରୀ କାର୍ଯ୍ୟ ସୋମବାର ଆଗକୁ ବଢିବ । ବ୍ୟବସାୟରେ ଆଶା ଅନୁସାରେ ଲାଭ ପ୍ରାପ୍ତି ହେବ । ଯାନବାହାନ କ୍ରୟ କରିବେ । ବିଦ୍ୟାର୍ଥୀ ମାନେ ଗୁରୁଜନଙ୍କ ଆଶୀର୍ବାଦ ନିଅନ୍ତୁ ।

ତୁଳା - ସୋମବାର ରାଶିକୁ ଶ୍ରୀ ଚନ୍ଦ୍ର ଯୋଗରହିଛି । ଚାକିରିରେ ନିଶ୍ଚିନ୍ତ ପଦୋନ୍ନତି ଯୋଗ ରହିଛି । ଆୟର ପରିମାଣ ବୃଦ୍ଧି ପାଇବ । ଦମପତ୍ୟ ଜୀବନ ସୁଖମୟ ହେବ ବିଦ୍ୟାର୍ଥୀ ଲାଭବାନ ହେବେ । ବ୍ୟବସାୟ ଆଗକୁ ବଢ଼ିବ । ପଶୁ କ୍ରୟ କରିବା ନିଷେଧ ।

ବିଛା - ଦ୍ଵାଦଶ ଚନ୍ଦ୍ର ହେତୁ ବ୍ୟୟ ବୃଦ୍ଧି ହେବ । ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି ପତ୍ନୀଙ୍କ ଭିତରେ ମନୋ ମାଳିନ୍ୟ ଦେଖା ଦେବ। ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ଧନୁ - ଗୃହ ରେ ମାଙ୍ଗଳିକ କାର୍ଯ୍ୟ ହେବ । ବନ୍ଧୁଙ୍କ ଗମନ ଗୃହକୁ ହେବ । କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବାରୁ ମନ ପ୍ରଫୁଲ୍ଲ ରହିବ । ଧନ ଆଗମନ ର ସୂଚନା ରହିଛି । ବ୍ୟବସାୟ ଆଗକୁ ବଢିବ । କର୍ମ କ୍ଷେତ୍ର ରେ ସହଯୋଗ ଓ ଶିକ୍ଷା କ୍ଷେତ୍ର ରେ ସଫଳତା ର ଯୋଗ ରହିଛି ।

ମକର - ଆର୍ଥିକ ସ୍ଥିତି ରେ ସୁଧାର ଦେଖାଦେବ । ବ୍ୟବସାୟ ରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ପରିବାରର ସହଯୋଗ ମିଳିବ । ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇ ପାରନ୍ତି । ଅଟକିଥିବା କାର୍ଯ୍ୟର ପୁନ ଆରମ୍ଭ ହେବ । ଗୃହସ୍ଥ ଜୀବନ ସୁଖମୟ ହେବ ।

କୁମ୍ଭ - ଦିନଟି ଖୁସିରେ କଟିବ । ରାଜନୀତିରେ ପଦୋନ୍ନତି ର ଯୋଗ ରହିଛି । ନୂଆ ଚାକିରି ସୋମବାର ଆପଣଙ୍କ ହାତ ପାଖରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ଆଜି ସମସ୍ତ କାର୍ଯ୍ୟ ସଫଳ ହେବ । କର୍ମ କ୍ଷେତ୍ର ରେ ପ୍ରଶଂସା ମିଳିବ । ବିଦ୍ୟାର୍ଥୀ ମାନେ ସଫଳ ହେବ ।

ମୀନ - ଶାରୀରିକ ପୀଡା ଅନୁଭବ କରିବେ । ବନ୍ଧନର ଭୟ ଲାଗି ରହିବ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ପରିବାର ରେ ସାଧାରଣ ସମସ୍ୟା କୁ ନେଇ ବିବାଦ ସୃଷ୍ଟି ହେବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.