scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏହି ରାଶିର ବ୍ୟକ୍ତି ଅନ୍ୟକୁ ସାହାଯ୍ୟ କରିବେ, ଧନ ଲାଭର ସଂଯୋଗ ରହିଛି

4/12/2023 at 8:51 PM

ମେଷ – ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସମୟ ଅତିବାହିତ କରିବେ । କର୍ମ କ୍ଷେତ୍ର ଅନ୍ଥ କଳହରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ ।

ବୃଷ – କୃଷ୍ଣ ପକ୍ଷ ଚତୁର୍ଥ ରହିଛି । ଦିନଟି ବହୁତ ଭଲ ରହିଛି । ଅନ୍ୟକୁ ସାହାଯ୍ୟ କରିବେ। ଆଲୋଚନା କରି କାର୍ଯ୍ୟ ଆଗକୁ ବଢ଼ାନ୍ତୁ। କିଛି ଜରୁରୀ କାର୍ଯ୍ୟ ଆସନ୍ତାକାଲି ପୂର୍ଣ୍ଣ ହେବ ।ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି ।

ମିଥୁନ – ତୃତୀୟ ଚନ୍ଦ୍ର ରହିଥିବାରୁ ମନ ଉତ୍ସାହିତ ରହିବ । କାର୍ଯ୍ୟ କ୍ଷେତ୍ର ରେ ନିଜକୁ ବ୍ୟସ୍ତ ରଖିବେ। ଅଟକି ଥିବା କାର୍ଯ୍ୟର ମଙ୍ଗଳବାର ପୁନଃ ଆରମ୍ଭ କରିବେ ।ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

କର୍କଟ –  ମଙ୍ଗଳବାର କର୍କଟ ରାଶିର ଘାତ ଚନ୍ଦ୍ର । ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି। ଖର୍ଚ୍ଚ ମଧ୍ୟ ଅଧିକ ହୋଇ ପାରେ । ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ସିଂହ – ଭାଗ୍ୟ ଆସନ୍ତକାଲି ଆପଣଙ୍କ ସାଥ ଦେବ । ଶ୍ରୀ ଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କ ରେ ମନ ମଳିନ୍ୟା ଦେଖିବାକୁ ମିଳିପାରେ ।ଅଯଥା ଖର୍ଚ୍ଚ ରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀ ମାନେ ଆଶାୟୀ ହେବେ ।

କନ୍ୟା – ଇଚ୍ଛା କରିଥିବା ଜିନିଷ କୁ ପ୍ରାପ୍ତ କରି ପାରନ୍ତି । ମନ ଧ୍ୟାନ ଦେଇ କାର୍ଯ କଲେ ସଫଳତା ମିଳିବ। ବିଦେଶ ଯାତ୍ରାର ଯୋଗ ରହିଛି ।ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।

ତୁଳା – ଅଧିକ ଆୟର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତି ନେଇ ପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବନ୍ଧୁ ମାନଙ୍କ ସହଯୋଗ ମିଳିବ । ପରିବାରରେ ଚାଲିଥିବା ସମସ୍ୟା ର ସମାଧାନ ହୋଇ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା – ସୁଖ ସମ୍ମାନ ଲାଭ ର ଯୋଗ ରହିଛି । ପରିବାରରେ ଶାନ୍ତି ବଜାୟ ରହିବ। ବିରୋଧୀ ମାନେ ହଇରାଣ କରିବାକୁ ପ୍ରୟାସ କରିବେ । କର୍ମ କ୍ଷେତ୍ର ରେ ସାବଧାନ ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ଲାଭ କରିବେ । ବ୍ୟବସାୟ ରେ ଉନ୍ନତି ହେବ ।

ଧନୁ – ବ୍ୟୟ ବୃଦ୍ଧି ହେବ । କିଛି ମାନସିକ ସମସ୍ୟା ଦେଖା ଦେଇ ପାରେ । ମନୋବଳ ଦୃଢ଼ ରହିବେ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀ ମାନେ ପାଠରେ ମନୋ ନିବେଶ କରିବେ । ପରିବାରରେ ମନମାଳିନ୍ୟ ଲାଗି ରହିବ ।

ମକର – ଶରୀର ପୀଡା ହେବ । ଦିନ ରେ କିଛି ବାଧା ବିଘ୍ନ ଦେଖା ଦେଇ ପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ ।ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।

କୁମ୍ଭ – ସପ୍ତମ ଚାନ୍ଦ ଭୋଗ ହେତୁ । ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମନ ସମ୍ମାନ ମିଳିବ। ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ – ଆସନ୍ତାକାଲି ଦିନଟି ଆପଣଙ୍କୁ ଅନେକ ଭଲ ଫଳ ଦେବ । ବିଚାର ଆପଣଙ୍କ ପକ୍ଷରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖା ଦେବ । କିନ୍ତୁ ନିଜ ନିଅନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ ।ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ – 8249826682

   Related Posts