scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ୟବସାୟ ଲାଭଜନକ ହେବ, କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ

25/09/2023 at 9:25 PM

ମେଷ – ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ମାଲି ମୋକଦ୍ଦମାରେ ଆସନ୍ତାକାଲି ଆପଣ ଜୟଯୁକ୍ତ ହେବେ । ଆର୍ଥିକ ସ୍ଥିତି ରେ ସ୍ଵଚ୍ଛଳତା ଆସିବ । ବ୍ୟବସାୟରେ ଅନେକ ଲାଭର ସୂଚନା ମିଳୁଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇ ପାରେ ।

ବୃଷ – ମଙ୍ଗଳବାର ଆପଣଙ୍କର ଦୂର ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟ ଲାଭ ଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଟକି ଥିବା ଧନର ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ – କିଛି ନୂଆ କାର୍ଯ୍ୟର ଆରମ୍ଭ ଆପଣ ଆସନ୍ତାକାଲି କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ। ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇ ପାରେ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀ ମାନେ ସଙ୍କୋଚରେ ରହିବେ ।

କର୍କଟ – ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ । ପୈତୃକ ସମ୍ପତିକୁ ନେଇ ସମସ୍ୟା ଦେଖା ଦେଇ ପାରେ ।

ସିଂହ – ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ । ରାଜନୀତିରେ ସଫଳତା ପ୍ରାପ୍ତ ହେବ। ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ । ଛାତ୍ର ଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ ।

କନ୍ୟା – ଆସନ୍ତାକାଲି ଚାକିରିରେ ଉନ୍ନତି ଯୋଗ ଅଛି । ଅଧାରୁ ଅଟକିଥିବା କାର୍ଯ୍ୟ ଆସନ୍ତାକାଲି ସମ୍ପୂର୍ଣ୍ଣ ହେବ । ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ। ଭ୍ରମଣ ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ଲାଭ କରିବେ ।

ତୁଳା – ଦିନଟି ମିଶ୍ର ଫଳ ପ୍ରଦାନ କରିବ । ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ। ଖର୍ଚ୍ଚର ପରିମାଣ ଅଧିକ ରହିଛି। ଭୂମି, ଗୃହ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ । ଅଟକି ଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି ।

ବିଛା – ବିଶେଷ ଭାବେ ଭ୍ରମଣର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ। ପରିବାର ସହ ସମୟ ଅତିବାହିତ କରିବେ । ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି ।

ଧନୁ – ପରିବାରରେ ସୁଖ ସମାଧାନ – ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ । ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ମକର – ରାଶି ପାଇଁ ମଙ୍ଗଳବାର ଶ୍ରୀ ଚନ୍ଦ୍ର । କର୍ମ କ୍ଷେତ୍ରରେ ଉନ୍ନତି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ । ଛାତ୍ର ଛାତ୍ରୀ ମାନେ ଅଧିକ ପରିଶ୍ରମ କରିବେ । ଦାମ୍ପତ୍ୟ ଜିଇଁବା ସୁଖମୟ ହେବ।

କୁମ୍ଭ – ଦିନଟିରେ ଆପଣ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ । ମନୋବଳ ଦୃଢ଼ ରହିବ । ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ ।

ମୀନ – ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ। ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ ମାନେ ଅମନଯୋଗି ହୋଇ ପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

ଯୋଗାଯୋଗ – 8249826682

   Related Posts