scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ, ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ

23/12/2023 at 9:12 PM

ମେଷ – ମନ ଉତ୍ସାହିତ ରହିବା ସହ ପରିବାରରେ ନୂତନ କର୍ମ ଆରମ୍ଭ ହେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅଟକିଥିବା କାର୍ଯ୍ୟର ସମାପ୍ତି ହେବ ଚାକିରିରେ କର୍ମକ୍ଷେତ୍ରରେ ଅଧିକ କଠିନ ପରିଶ୍ରମ ହେବ । ଜୀବନ ମଧ୍ୟ ଅସଂଗଠିତ ହେବ ।

ବୃଷ – ଶ୍ରୀ ଚନ୍ଦ୍ର ରହିଥିବାରୁ ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମିଥୁନ – ଦ୍ଵାଦଶ ଚନ୍ଦ୍ର ହେତୁ ଆଶାବାଦୀ ହେବେ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେଇପାରେ । ସାବଧାନ ତାର ସହ କାର୍ଯ୍ୟ କଲେ ସର୍ବ ମଙ୍ଗଳ ହେବ । ଘରେ ଆପଣଙ୍କ ବିଷୟରେ ସକାରାତ୍ମକ ଚିତ୍ର ସୃଷ୍ଟି ହେବ ଯାହା ଆପଣଙ୍କ ପାଇଁ ସହାୟକ ହେବ ।

କର୍କଟ – ରବିବାର ଏକାଦଶ ଚନ୍ଦ୍ର ରହିଥିବାରୁ । ଦିନଟି ଆପଣଙ୍କୁ ଭଲ ଫଳ ଦେବ । ଚାକିରି କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ଜୟ ଲାଭ କରିବେ । ପଦୋନ୍ନତିର ଯୋଗ ରହିଛି । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାର ସହିତ ସମୟ ଅତିବାହିତ କରିବେ ।

ସିଂହ – ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇ ପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି। ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

କନ୍ୟା – ଶୁକ୍ଳ ପକ୍ଷ ନବମ ଚନ୍ଦ୍ର ରହିଥିବାରୁ । କାର୍ଯ୍ୟ କ୍ଷେତ୍ରରେ ସଫଳ ହେବାର ସମ୍ଭାବନା ରହିଛି । ଅତିଥିମାନେ ଘରକୁ ଆସିବେ ।ମାନସିକ ଚାପ ସ୍ୱାସ୍ଥ୍ୟକୁ ଖରାପ କରିପାରେ । ଟଙ୍କା କାରବାରରେ ଅଧିକ ସତର୍କ ରୁହନ୍ତୁ । ଦିନଟି ଏତେ ଶୁଭ ଫଳ ପ୍ରଦାନ କରିବ ।

ତୁଳା – ନିରାଶ୍ରୟ ହେବାକୁ ପଡ଼ିପାରେ ମାନସିକ ଅଶାନ୍ତି ଓ ଶାରୀରିକ ପୀଡା ହେବାର ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ସହିବର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ।

ବିଛା – ସପ୍ତମ ଚନ୍ଦ୍ର କାଳ ଭୋଗ ହେତୁ । ଦିନଟିରେ କର୍ମ ଚଞ୍ଚଳ ହୋଇ କାର୍ଯ୍ୟ କରିବେ । ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆସନ୍ତାକାଲି ଆପଣଙ୍କୁ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ ।

ଧନୁ – ଷଷ୍ଠ ଚନ୍ଦ୍ର ରହିଥିବାରୁ ରବିବାର ଆପଣଙ୍କୁ ବନ୍ଧୁ ମାନଙ୍କ ସହଯୋଗ ମିଳିବ। ଆତ୍ମ ବିଶ୍ୱାସୀ ହେବେ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ । ଧର୍ଯୋବାନ ହେବାକୁ ଚେଷ୍ଟା କରନ୍ତୁ । ଦାମ୍ପତ୍ୟ ଜୀବନରେ ପ୍ରଭାବ ପଡ଼ିପାରେ । ବିବିଧ ସୁଖ ପ୍ରାପ୍ତିର ଯୋଗ ରହିଛି ।

ମକର – ରାଶିରେ ପଞ୍ଚମ ଚନ୍ଦ୍ର ରହିଥିବାରୁ କୌଣସି ବି କାରଣରୁ ମନ ଦୁଃଖ ରହିବ । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିବ । ବାୟୁ ଜନିତ ସମସ୍ୟା ଦେଖା ଦେବ। ଛାତ୍ର ଛାତ୍ରୀ ମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କୁମ୍ଭ – ଆକସ୍ମିକ କଳହ ଯୋଗୁଁ ବ୍ୟସ୍ତତା ବଢିବ । ମନରେ ଥିବା ଅହଂ ଭାବକୁ ଦୂରେଇ ରଖନ୍ତୁ ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । କୌଣସି ଅଜଣା ଲୋକଙ୍କ ସହ କଳହ ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ଜମିଜମା କୁ ନେଇ କିଛି ଅସୁବିଧା ଦେଖା ଦେଇ ପାରେ ।

ମୀନ – ରାଜ ସମ୍ମାନ ପ୍ରାପ୍ତିର ଯୋଗରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ । ବ୍ୟୟ ଠାରୁ ଆୟ ଅଧିକ ପରିମାଣରେ ହେବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ଅନୁଭବ କରିବେ । ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ସଞ୍ଜମ ରଖିବେ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮୨

   Related Posts