scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଧୁ ମିଳନର ଯୋଗ ରହିଛି, ଅଯଥା ବ୍ୟୟର ଯୋଗ ରହିଛି

11/11/2023 at 10:00 PM

ମେଷ – ରାଶିକୁ ସପ୍ତମ ଚନ୍ଦ୍ର , ବନ୍ଧୁ ମିଳନର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଯାହା ବି କର୍ମ ରବିବାର କରିଛନ୍ତି ତାର ଫଳ ଆଜି ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟ ରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।

ବୃଷ – ସେବା ପୂଜାରେ ମନୋ ନିବେଶ କରିବେ । ଚିନ୍ତା ଧାରାର ବିକାଶ ଘଟିବ । କିଛି କଥାକୁ ନେଇ ମନରେ ଇର୍ଷା ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇ ପାରେ । ବିଦ୍ୟାର୍ଥୀ ମାନ ସୌଭାଗ୍ୟ ଲାଭ କରିବେ ।

ମିଥୁନ – ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । ଧନ ହାନି ହେବ । ଦେହ ପୀଡା ଯୋଗୁଁ ଅଳସୁଆ ହେବେ । ଅଯଥା ବ୍ୟୟର ଯୋଗ ରହିଛି । କର୍ମ କ୍ଷେତ୍ର ରେ ମନସ୍ତାପ କରିବେ । ପ୍ରେମ ସମ୍ପର୍କ ରେ ମନୋମାଳିନ୍ୟ ଦେଖା ଦେଇଁପାରେ । ବିଦ୍ୟାର୍ଥୀ ଅମନଯୋଗି ହେବେ ।

କର୍କଟ – କର୍ମ କ୍ଷେତ୍ରରେ ଅସହାୟତା ମିଳିବ । ଗୃହକୁ ଅତିଥିଙ୍କ ଆଗମନ ହେବ । ପାରିବାରିକ ସମସ୍ୟା ମୁଣ୍ଡ ଟେକି ପାରେ । ବିଦ୍ୟାର୍ଥୀ ମାନେ ଅମନଯୋଗୀ ହେବେ । ଶାରୀରିକ ସମସ୍ୟା ମଧ୍ୟ ଦେଖା ଦେବାର ସମ୍ଭାବନା ରହିଛି । ଯାତ୍ରା ସମୟରେ ସତର୍କ ରହିବାକୁ ଅନୁରୋଧ ।

ସିଂହ – ଆଜି ଦିନଟି ରେ ସଂପୂଣ୍ଣ ସମୟ ଶୁଭ ରହିଛି ।ନୂତନ ଚାକିରିର ଯୋଗ ରହିଛି । କର୍ମ କ୍ଷେତ୍ର ରେ ସମ୍ମାନ ପ୍ରାପ୍ତି ହେବ । ଗୃହ ରେ ଶୁଭ କର୍ମ ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ । ବ୍ୟବସାୟରେ ଭ୍ରମଣ ଯୋଗ ରହିଛି ଯାହା ଉତ୍ତମ ଫଳ ପ୍ରଦାନ କରିବ ।

କନ୍ୟା – ଆଶାବାଦୀ ହୋଇ ରହିବେ । ଅତ୍ୟାବଶ୍ୟକ ଦ୍ରବ୍ୟ ବା ଧାତୁ କୁ ଆସନ୍ତାକାଲି ହରାଇ ପାରନ୍ତି । ଗୃହରେ କଳହର ଯୋଗ ରହିଛି । ମାନସିକ ଅଶାନ୍ତି ଦେଖା ଦେଇ ପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ ।ଅର୍ଥ ସ୍ଥିତିରେ ଅବନତି ଘଟିବ ।

ତୁଳା – ରାଶିକୁ ଶ୍ରୀ ଚନ୍ଦ୍ର ଯୋଗ ରହିଛି ଦୂର ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମର ପରିମାଣ ଅଧିକ ରହିବ । ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇ ପାରେ ।

ବିଛା – ପରିବାରରେ ବାଦ ବିବାଦ ଲାଗି ରହିବ । ମନ ହାନି ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ ।

ଧନୁ– କର୍ମର ଫଳ ରବିବାର ନିଶ୍ଚୟ ପ୍ରାପ୍ତ କରିବେ । ଆଶଠାରୁ ଅଧିକ ଧନ ଉପାର୍ଜନ ହେବ । କର୍ମ କ୍ଷେତ୍ର ରେ ଚଞ୍ଚଳ ହେବେ । ସମ୍ମାନ ପାଇବାର ଯୋଗ ମଧ୍ୟ ରହିଛି ।ପ୍ରେମ ସମ୍ପର୍କ ନିବିଡ଼ ହେବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ମକର – ବିଭିନ୍ନ ପ୍ରକାର ର ଆୟର ଉତ୍ସ ମିଳିବ। ଦିନଟି ମଧ୍ୟମ ଫଳ ଦେବ । ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ପରିବାରରେ ଖୁସି ଲାଗି ରହିବ । ବ୍ୟବସାୟରେ ନୂତନ ଆଶା ଦେଖାଯିବ ।ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ।

କୁମ୍ଭ – ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହେବ । ମନ ସାମାନ୍ୟ ଚଞ୍ଚଳ ରହିବ । ଭ୍ରମଣର ଯୋଗ ରହିଛି । ଧାର୍ମିକ ସ୍ଥାନ କୁ ଯାତ୍ରା କରି ପାରନ୍ତି । ମାତା ପିତା ଙ୍କ ଆଶୀର୍ବାଦ ମିଳିବ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ । ବିଦ୍ୟାର୍ଥୀ ମାନେ କମ ଫଳ ପ୍ରାପ୍ତ କରିବେ ।

ମୀନ – ଆଶା କରି ଥିବା ଦ୍ରବ୍ୟ କିମ୍ବା କର୍ମ ଆଜି ପ୍ରାପ୍ତ ହେବ ନାହିଁ । ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

ଯୋଗାଯୋଗ – 8249826682

   Related Posts