Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିବାରରେ ଖୁସି ଦେଖିବାକୁ ମିଳିବ, ରାଜନୀତିରେ ସଫଳତା ପ୍ରାପ୍ତି ହେବ

15/09/2023 at 9:10 PM

ମେଷ – ଆସନ୍ତାକାଲି ମେଷ ରାଶି ପାଇଁ ଷଷ୍ଠ ଚନ୍ଦ୍ର । ଦିନଟିରେ ବହୁତ୍ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ।ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ ।

ବୃଷ – ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ରହିଥିବାରୁ ଦିନଟି ଉତ୍ତମ ଫଳ ଦେବ । ବ୍ୟବସାୟ ରେ ଆଶାନୁରୂପ ଫଳ ପ୍ରାପ୍ତ ହେବ। ଚାକିରି କ୍ଷେତ୍ର ରେ ନିରବତା ରକ୍ଷା କରିବା ଆଜି ନିହାତି ଆବଶ୍ୟକ । ଦମ୍ପତି ମାନଙ୍କର ଦୂର ଯାତ୍ରା ର ଯୋଗ ରହିଛି ।

ମିଥୁନ – ଦିନଟି ଆଶାନୁରୂପ ଫଳ ଦେବ ନାହିଁ । ଚାକିରି କ୍ଷେତ୍ରରେ ମନ ହାନି ହୋଇ ପାରେ । ଅଧିକ ପରିଶ୍ରମ କରିବାକୁ ପଡ଼ି ପାରେ । ଛାତ୍ର ଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ ।କିଛି ଖୁସି ଖବର ମିଳିବ। ଯାନ ବାହାନରେ ସତର୍କତା ନିହାତି ଆବଶ୍ୟକ ।

କର୍କଟ – ତୃତୀୟ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଶୁଭ ରେ କଟିବ । ଦାମ୍ପତ୍ୟ ଜୀବନରେ ଶାନ୍ତି ଦେଖା ଦେବ । ଧାର୍ମିକ ସ୍ଥାନ କୁ ଭ୍ରମଣ ରେ ଯାଇ ପାରନ୍ତି । ଆୟ ର ଯୋଗ ରହିଛି। ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ପୁଣି ଆରମ୍ଭ ହେବ ।

ସିଂହ – ଶୁକ୍ଳ ପକ୍ଷରେ ଦ୍ଵିତୀୟ ଚନ୍ଦ୍ର ଶୁଭ ତେଣୁ ଅଟକି ଥିବା ଧନକୁ ପାଇ ଖୁସି ହେବେ । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟରେ ଜଗି ରଖି କାର୍ଯ୍ୟ କଲେ ଆୟ ଉତ୍ତମ ହେବ । ବିଦ୍ୟାର୍ଥୀଙ୍କ ପରିଶ୍ରମ ସଫଳତା ଦେବ ।

କନ୍ୟା – ଶ୍ରୀ ଚନ୍ଦ୍ର ରହିଥିବାରୁ ଦିନଟି ବହୁତ୍ ଖୁସି ଖବର ଦେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁଙ୍କ ପରାଜୟ ହେବ । କର୍ମକ୍ଷେତ୍ର ରେ ନୂତନ ପଦ ପଦବୀରେ ଯୋଗଦାନ କରିବେ ।ବ୍ୟବସାୟ ଖୁବ୍ ଭଲ ହେବ।

ତୁଳା – ଅର୍ଥ ନିବେଶ ପାଇଁ ଦିନଟି ଅଶୁଭ ଅଟେ । ସନ୍ତାନଙ୍କ ପାଇଁ ସାମାନ୍ୟ ଚିନ୍ତାରେ ରହିବେ । ପ୍ରେମ ସମ୍ପର୍କରେ ତୁତନ ଆଶା ଉଜ୍ଜୀବିତ ହେବ ।କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି । ବ୍ୟୟର ପରିମାଣ ଅଧିକ ରହିବ ।

ବିଛା – ଏକାଦଶ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ଦେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ରହିଛି । ରାଜନୀତି ସମ୍ମାନିତ ହେବାର ଯୋଗ ଅଛି ।କାର୍ଯ୍ୟ କ୍ଷେତ୍ରରେ ଦାୟିତ୍ଵବାନ ହେବେ । ଗୃହରେ ପୂଜା ପାଠର ଆୟୋଜନ ହେବ ।

ଧନୁ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଚାକିରି କ୍ଷେତ୍ର ରେ ନିଶ୍ଚିନ୍ତ ଶୁଭ ଖବର ମିଳିବ ।ବିଦ୍ୟାର୍ଥୀ ଙ୍କ ପାଇଁ ଦିନଟି ଅତି ଉତ୍ତମ ରହିଛି। ବ୍ୟବସାୟରେ ରେ ଧନ ପ୍ରାପ୍ତି ର ଯୋଗ ରହିଛି । ବନ୍ଧୁଙ୍କ ଦ୍ଵାରା ଆୟର ଅବସର ପ୍ରାପ୍ତ ହେବ । ବିବାହ ପ୍ରସ୍ତାବ ଆସିବ ।

ମକର – ସ୍ବାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖା ଦେବ । ଭ୍ରମଣ ର ଯୋଗ ରହିଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହେବ । ପୁରୁଣା ବନ୍ଧୁଙ୍କ ସହ ମିଳନ ହେବ । ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

କୁମ୍ଭ – ଭାଗ୍ୟର ସାଥ ମିଳିବ । ଦୂର ଯାତ୍ରା କରି ପାରନ୍ତି । ଯେ କୌଣସି କ୍ଷେତ୍ରରୁ ଶିବ ସମାଚାର ମିଳିବ । ଜୀବନ ସାଥି ଙ୍କ ସହଯୋଗ ମିଳିବ । ମାଲି ମକୋଦମା ରେ ଜୟଯୁକ୍ତ ହେବେ । ବିଦ୍ୟାର୍ଥୀ ମାନେ ପ୍ରଗତି କରିବେ ।

ମୀନ – ପରିବାରରେ ଖୁସି ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅନିଚ୍ଛା ସତ୍ତ୍ୱେ ଖର୍ଚ୍ଚ ବୃଦ୍ଧି ହେବ । ନିଜ ସ୍ବାସ୍ଥ୍ୟ ର ଧ୍ୟାନ ରଖନ୍ତୁ।ଦୂର ଯାତ୍ରା କରିବେ । ଗୃହରେ ଧାର୍ମିକ କାର୍ଯ୍ୟର ଆୟୋଜନ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – ୮୨୪୯୮୨୬୬୮

   Related Posts