ପାରିବାରିକ ସମସ୍ୟାର ସମାଧାନ କରିବେ, ଛୋଟଛୋଟ କଥାରେ ଅପଦସ୍ତ ହୋଇ ପାରନ୍ତି

Published By : Prameya-News7 Bureau | November 18, 2022 IST

ମେଷ– ଅଟକି ରହିଥିବା କାମ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ ।କର୍ମକ୍ଷେତ୍ର, ବ୍ୟବସାୟ,ପରିବହନ, ରାଜନୀତି, ସଭାସମିତି ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ।କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବା ସାଙ୍ଗକୁ ଟେନସନ୍‌ କମିଯିବ । ଆଜି ସତ୍‌କାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବେ ।ଶୁଭ ରଙ୍ଗ ମେରୁନ୍ ।ଶୁଭ ଅଙ୍କ ୯ ।

 ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

 ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗ ରହିବେ ।

 କର୍ମଜୀବି- ସମ୍ମାନିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

ବୃଷ– ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ ସକାଶେ ନିଜ ଲୋକମାନଙ୍କୁ ଦାୟୀ କରିବେ । ଆପୋସ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିବେ ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ।ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ।ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୬ ।

 ଗୃହିଣୀ- ପିଲାମାନଙ୍କ ପ୍ରତିଚିନ୍ତାରେ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ପ୍ରମୋସନ୍‌ ମିଳିବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

 ରୋଗୀ- ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଚାଷୀ-  ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।

ମିଥୁନ -  ପରୋକ୍ଷ ଶତ୍ରୁତା କାରଣରୁ ନିଜେ କୌଣସି ଭୁଲ୍ ନ କରି ଦୋଷୀ ରୂପେ ପରିଗଣିତ ହେବେ । ପରୋକ୍ଷ ଶତ୍ରୁତା କାରଣରୁ ସମସ୍ୟା ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ ।ବନ୍ଧୁଙ୍କ ବଦାନ୍ୟତା, ସାମାଜିକ ସମ୍ମାନ,ଆର୍ଥିକ ଉନ୍ନତି ଓ ଆଧ୍ୟାତ୍ମିକ ବାତାବରଣରେ ମନ ପ୍ରଫୁଲ୍ଲ ରହିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୧ ।

 ଚାଷୀ- କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

 କର୍ମଜୀବି-  ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀ ହେବ ।

 ଗୃହିଣୀ- ସୁଖଭରା  ଦିନଟି ।

କର୍କଟ- କେତେକ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଏହା ଘଟିବାର ସମ୍ଭାବନା ଅଧିକ ରହିଛି।ଦୂର ସମ୍ପର୍କୀୟ ବନ୍ଧୁ ଆଜି ଆସି ପାରନ୍ତି ।ବନ୍ଧୁଙ୍କସହ ଆପଣଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ । ସମସ୍ୟା ସମାଧାନଜନିତ କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୮ ।

 ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

 ବ୍ୟବସାୟୀ- ନୂଆ ଡିଲ୍‌ ମିଳିବ ।

 କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

 ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।

 ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ସିଂହ – ଅର୍ଥ କିମ୍ବା ଆବଶ୍ୟକତା ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।କହିବାରେ ସଂଯମତା ରକ୍ଷା ନ କଲେ ବିବାଦ ଗ୍ରସ୍ତ ହୋଇ ପାରନ୍ତି ।କର୍ମକ୍ଷେତ୍ରରେ ପ୍ରତ୍ୟେକ କାମ ସମସ୍ୟା ବହୁଳ ହେଉଥିବା କାରଣରୁ ମନରେ ସରସତା ରହିବ ନାହିଁ ।ଶୁଭ ରଙ୍ଗ ନୀଳ ।ଶୁଭ ଅଙ୍କ ୩ ।

 ଚାଷୀ-  କୌଣସି ସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁମେଡିସିନ୍‌ଖାଆନ୍ତୁ ।

 ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

 କର୍ମଜୀବି- ପ୍ରଶଂସିତ ହେବେ ।

 ବ୍ୟବସାୟୀ- ଅର୍ଥ ହାନୀହେବ ।

 ଗୃହିଣୀ- ସୁଖୀ ହେବେ ।

କନ୍ୟା– ପୂରଣ ଦିଗରେ ବନ୍ଧୁଙ୍କ ସାହାର୍ଯ୍ୟ କାମକୁ ଆସିବ ।ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ଆଲୋଚନା କ୍ଷେତ୍ରରେ ଛୋଟଛୋଟ କଥାରେ ଚିହ୍ନା ପଡିଲେ ଅପଦସ୍ଥହେବେ । ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ମାନସିକ ଦୁର୍ବଳତା ଦେଖା ଦେଇପାରେ ।ଶୁଭ ରଙ୍ଗ କଳା ।ଶୁଭ ଅଙ୍କ ୪ ।

 ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତରହିବେ ।

 ବ୍ୟବସାୟୀ- ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।

 କର୍ମଜୀବି- କରତ୍‌ କର୍ମା ହେବେ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 ରୋଗୀ- ଅସୁସ୍ଥ ଅନୁଭବ କରିବେ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ତୁଳା– ଆଜି ସ୍ୱାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ।କର୍ମାଧିପଙ୍କ ଦୃଷ୍ଟିରେ ଥିବାରୁ ଆଜି ଫାଇଲ୍‌ କାମ ବୃଦ୍ଧି କାରଣରୁ ଅବସର ପାଇବେ ନାହିଁ।ସମସ୍ୟାର ସରଳ ସମାଧାନ କରି ଶାନ୍ତ ଲଭିବେ । କର୍ମକ୍ଷେତ୍ରରେ ଆପଣ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହୋଇପାରନ୍ତି । ଅଫିସ୍‌ ହଠାତ୍‌କୌଣସି ଘଟଣା ମନକୁ ବିବ୍ରତ କରିବାରେ ସୂଚନା ରହିଛି ।ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୬ ।

 ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାରକରନ୍ତୁ ।

 ରୋଗୀ – ସ୍ୱାସ୍ଥ୍ୟ  ଅତୁଟ ରହିବ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରି ପାରନ୍ତି ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 ଗୃହିଣୀ- ସଦିଚ୍ଛାଭାବ ରହିବ ।

ବିଛା– ମାଲି ମକଦ୍ଦମା, ଆଲୋଚନା, ଗବେଷଣା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ ।ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ।ଆଜି ଆପଣଙ୍କ ସ୍ୱସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ।ଶୁଭ ରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୯ ।

 ଗୃହିଣୀ-  ମିତ୍ର ସୁଖ ପାଇବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

 କର୍ମଜୀବି-  କାର୍ଯ୍ୟ କରି ପ୍ରଶଂସିତ ହେବେ ।

 ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

 ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।

ଧନୁ –କର୍ମକ୍ଷେତ୍ରରେ, କଳା ସାହିତ୍ୟ,ରାଜନୀତି, ଶିଳ୍ପ, ବାଣିଜ୍ୟରେ ଚାପର ସମ୍ମୁଖୀନ ହୋଇ ପାରନ୍ତି।କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ । ଆଜିର କର୍ମକ୍ଷେତ୍ରରେ ସାଧାରଣଟିକିଏ କଥାରେ ବନ୍ଧୁ ମୁହଁ ଫେରାଇ ନେଇ ପାରନ୍ତି । ଆନୁଷ୍ଠାନିକ କାର୍ଯୟରେ ଉଚ୍ଚ ପ୍ରଶଂସା ପାଇବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୨ ।

 ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

 ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

 ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ମକର– ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ବନ୍ଧୁଙ୍କ ନିମନ୍ତ୍ରଣ ଓ ବନ୍ଧୁ ମିଳନରୁ ଖୁସି ରହିବେ । ନିଜସ୍ୱ ପରିବେଶରେ ବନ୍ଧୁ ବର୍ଗଙ୍କ ସହାନୁଭୂତି ଯୋଗୁ କର୍ମ ମୁଖର ହେବେ । ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି, ସହଯୋଗର ଅଭାବ ରହିବ ନାହିଁ ।ଶୁଭ ରଙ୍ଗ ମେରୁନ୍ ।ଶୁଭ ଅଙ୍କ ୫ ।

 ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

 ରୋଗୀ- ଅସାଧ୍ୟ  ରୋଗରୁମୁକ୍ତହେବେ ।

 ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

କୁମ୍ଭ - ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଓ କେତେକ ମାନସିକ ଦ୍ୱନ୍ଦ୍ୱରେ ସମୟ କଟାଇବେ ।ମତ ପାର୍ଥକ୍ୟ କାରଣରୁ ସହକର୍ମୀଙ୍କ ସହସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ।ଦୀର୍ଘ ଦିନର ଅପୁରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ ।ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

 ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

 ରୋଗୀ- ରୋଗରୁ ମୁକ୍ତ ହୋଇ ପାରନ୍ତି ।

 ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

 କର୍ମଜୀବି- ଜଳଯାତ୍ରା ମନା ।

 ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

 ଗୃହିଣୀ- ପରକୁ ଆପଣାର କରିବେ ।

ମୀନ -ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ।ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିପାରନ୍ତି ।କର୍ମକ୍ଷେତ୍ରରେ ଦୃଢ ମନୋବଳ ଯୋଗୁ ବହୁବିପଦୁ ରକ୍ଷା ପାଇବେ ।କୌଣସି କାମ ଅଟକିବ ନାହିଁ । ଯାହା ଆଶା କରୁଛନ୍ତି ଅବଶ୍ୟ ପାଇବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୪ ।

 ଗୃହିଣୀ- ସୁଖୀ ହେବେ ।

 ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

 କର୍ମଜୀବି- କାର୍ଯ୍ୟକରି ପ୍ରଶଂସିତ ହେବେ ।

 ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

ରୋଗୀ- ଆଜିକିଛି ଦିନ ସତର୍କ ରୁହନ୍ତୁ ।

 ଚାଷୀ- ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.