ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ, ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବ
1/10/2023 at 9:47 PM

ମେଷ– ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବୈବାହିକ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ। ଛାତ୍ରମାନେ ଭଲ ଫଳାଫଳ ପାଇବେ ।
ବୃଷ – ଅଧିକ ବ୍ୟୟର ଯୋଗ ରହିଛି । ମନ ଅସୁବିଧାରେ ପଡ଼ିବ । କ୍ରୋଧରୁ ଦୂରେଇ ରୁହନ୍ତୁ ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ବନ୍ଧୁଙ୍କ ସାହାଯ୍ୟରେ ସମ୍ପତ୍ତିରୁ ଧନ ପ୍ରାପ୍ତ ହୋଇପାରିବ । ବିଦ୍ୟାର୍ଥୀ ମାନେ ମିଶ୍ର ଫଳ ପ୍ରାପ୍ତ କରିବେ ।
ମିଥୁନ -କିଛି ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ | ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ହେବ | ଅତ୍ୟଧିକ ପରିଶ୍ରମ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ । ଟଙ୍କା କାରବାରରେ ସାବଧାନ ରୁହନ୍ତୁ ।
କର୍କଟ – ଅଧିକ ଆୟର ଯୋଗ ରହିଛି । ଦିନଟି ଆପଣଙ୍କୁ ଉତ୍ତମ ଫଳ ଦେବ । ଅର୍ଥ ନିବେଶ ପାଇଁ ଦିନଟି ଖୁବ୍ ଭଲ ରହିଛି । ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଦେଇ ପାରେ। ଦାମ୍ପତ୍ୟ ଜୀବନ ସୁଖ ମୟ ହେବ । ଚାକିରି କ୍ଷେତ୍ରରେ ନୂତନ ପଦବୀ ମିଳିପାରେ ।
ସିଂହ – କର୍ତ୍ତବ୍ୟ ନିଷ୍ଠ ହୋଇ କାର୍ଯ୍ୟ କରିବେ। ଆସନ୍ତାକାଲି ଦିନଟିରେ ଆପଣ ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ଅଟକିଥିବା କାର୍ଯ୍ୟ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ । ଦୂର ସ୍ଥାନ କୁ ଯାତ୍ରା କରିବେ । ଯାହା ଆପଣଙ୍କ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହେବ ।
କନ୍ୟା – ଦାନ ଧର୍ମ କରି ଦିନଟି କଟିବ । ମନରେ ସାମାନ୍ୟ ବିଷାଦ ସୃଷ୍ଟି ହୋଇ ପାରେ । ମନ ଖୁସି ହେବ, କିନ୍ତୁ ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ ।
ତୁଳା – ଆର୍ଥିକ ସ୍ଥିତିରେ ସୁଧାର ଦେଖାଦେବ । ବ୍ୟବସାୟ ରେ ଆଶାଠାରୁ ଅଧିକ ଲାଭ ପାଇ ଖୁସି ହେବେ। ପରିବାରର ସହଯୋଗ ମିଳିବ । ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ହୋଇ ପାରନ୍ତି । ଅଟକିଥିବା କାର୍ଯ୍ୟ ର ପୁନ ଆରମ୍ଭ ହେବ ।
ବିଛା – ସୋମବାର ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ବିବାହିତ ଜୀବନ ଖୁସି ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଫିଟ୍ ଅନୁଭବ କରିବେ । ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ । ଛାତ୍ରମାନେ ଭଲ ଫଳାଫଳ ପାଇବେ |
ଧନୁ – ମାନହାନି ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ଦୁର୍ବଳ ହେବ । ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କରିଥିବା ଆର୍ଥିକ ଯୋଜନାରୁ ଲାଭ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ପାଠରେ ମନୋନିବେଶ କରିବେ ନାହିଁ । ବ୍ୟବସାୟରେ ମଧ୍ୟମ ଫଳ ମିଳିବ ।
ମକର – ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଆର୍ଥିକ ସ୍ଥିତି ଠିକ ରହିବ ନାହିଁ। ଆସନ୍ତାକାଲି ଆପଣ ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଦିନଟି ବ୍ୟସ୍ତ ବହୁଳତାରେ କଟିବ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ ।
କୁମ୍ଭ – ସୁଖ ସମ୍ମାନ ଲାଭ ହେବ । ଭାବପ୍ରବଣତାକୁ ନେଇ କୌଣସି ନିଷ୍ପତ୍ତି ନିଅ ନାହିଁ । ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ମଧ୍ୟମ ରହିବ । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ବହୁତ ଭଲ ରହିବ ।
ମୀନ – ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିପାରେ । କର୍ମ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟ ର ବଶବର୍ତ୍ତୀ ହେବେ ହେଲେ ମଧ୍ୟ ସମ୍ମାନ ପ୍ରାପ୍ତି ର ଯୋଗ ରହିଛି ।
ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ – 8249826682