ପତି ପତ୍ନୀଙ୍କ ମଧ୍ୟରେ ସାମାନ୍ୟ କଳହ ଦେଖା ଦେଇପାରେ, ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

Published By : Prameya-News7 Bureau | February 05, 2023 IST

ମେଷ - ପତି ପତ୍ନୀ ଙ୍କ ମଧ୍ୟ ରେ ସାମାନ୍ୟ କଳହ ଦେଖା ଦେବ ।ପରିବାରରେ ଚାହୁଁ ନ ଥିଲେ ମଧ୍ୟ ବାହ୍ୟ ସମସ୍ୟା ଆସି ପହଞ୍ଚିବ ।ବ୍ୟବସ୍ଥାରେ ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତି ହୋଇ ନ ପାରେ । ରାଜନୀତିରେ ଯେଉଁ ମାନେ ଅଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ ।

ବୃଷ - ଆଜିର ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ରହିଛି । ମନ ପ୍ରଫୁଲ୍ଲିତ ରହିବା ସହ ଶରୀର ସୁସ୍ଥ ରହିବ । ନୂତନ ଚାକିରି ରେ ଯୋଗଦାନ ଦେଇଥିବା ବ୍ୟକ୍ତି ଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବା । ଧର ଦେଇଥିବା ପଇସା କାଲି ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ ।ବ୍ୟବସ୍ଥା ଆଶାନୁରୂପ ଫଳ ଦେବ ।

ମିଥୁନ - କୌଣସି ସ୍ଥାନ ରେ ହତାଦର ହୋଇ ପାରନ୍ତି ।କର୍ମ କ୍ଷେତ୍ର ରେ ଏତେ ଭଲ ପ୍ରଦର୍ଶନ କରିବେ ନାହିଁ । ରୋଜଗାର ଅପେକ୍ଷା ରେ ଥିବା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ର ସମ୍ଭାବନା ରହିଛି ।କ୍ୟାରିୟର କୁ ନେଇ ଛାତ୍ର ଛାତ୍ରୀ ମାନେ ଚିନ୍ତା ରେକ୍ରାହିବେ ।ବ୍ୟବସାୟୀ ମାନେ ଦୂର ଯାତ୍ରା କରି ପାରନ୍ତି।

କର୍କଟ - ଆଜି ରାଶି ରେ ଆପଣଙ୍କର ଶ୍ରୀଚନ୍ଦ୍ର ହୋଇ ଥିବାରୁ ଦିନଟି ବହୁତ୍ ଭଲ ରେ କଟିବ ।କର୍ମ ସଂସ୍ଥାନ ରେ ପ୍ରଶଂସା ମିଳିବ ।ପତ୍ନୀ ଙ୍କ କଥା ମନି ଚାଲିଲେ ଦିନଟି ଅଧିକ ଭଲ ହେବ ।ବାକି ଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ ହେବ । ବ୍ୟବସାୟ ରେ କିଛି ନୂଆ କରିବା ର ଆଶା ରେ ରହିବେ । ଛାତ୍ର ଛାତ୍ରୀ ମାନେ ଉନ୍ନତି ପଥ ଅନୁସରଣ କରିବେ ।

ସିଂହ - ନୂତନ କିମ୍ବା ପୁରୁଣା କାର୍ଯ୍ୟ ରେ ହାନି ଘଟି ପାରେ । ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ମାଲି ମାକୋଦ୍ଦମା କୁ କାଲି ସମୂର୍ଣା କରିବାକୁ ଚେଷ୍ଟା କରନ୍ତୁ । ବ୍ୟବସାୟ ରେ ମଧ୍ୟମ ଫଳ ପ୍ରାପ୍ତ ହେବ।ଜୀବନ ସାଥି ଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ଛାତ୍ର ଛାତ୍ରୀ ମାନେ ପାଠରେ ଯଥେଷ୍ଟ ମନଯୋଗ ଦେବେ।

କନ୍ୟା - ହଠାତ୍ ଧନ ପ୍ରାପ୍ତିର ଯୋଗ ଆପଣଙ୍କର ରହିଛି । ଚାକିରି କ୍ଷେତ୍ରରେ ପ୍ରଶଂସା ମିଳିବ । ଦେହ ମନ ସୁସ୍ଥ ରହିବ। ବ୍ୟବସାୟ ରେ ବାକି ରହିଥିବା କାର୍ଯ୍ୟ ର ଆରମ୍ଭ ହେବ । ପାରିବାରିକ ଜୀବନ ସୁଖ ମୟ ହେବ ।ଛାତ୍ର ଛାତ୍ରୀ ମାନେ ଖେଳକୁଦ ରେ ବିଜୟ ହାସଲ କରିବେ ।

ତୁଳା - ନିଜର କାର୍ଯ୍ୟ ଦକ୍ଷତା ଯୋଗୁଁ ଅନେକ ସମ୍ମାନ ପ୍ରାପ୍ତି କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।ବ୍ୟବସାୟ ରେ ଉନ୍ନତି ଦେଖିବାକୁ ମିଳିବ ବଡ଼ ସଫଳତା ମିଳି ପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଶତ୍ରୁ ଙ୍କୁ ଭୟ କରିବେ ।ଅଧିକ ପରିଶ୍ରମ ରେ ଦିନଟି କାଟିବ । ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ ରେ ଅଧିକ ମନି ନିବେଶ କରିବେ ।

ବିଛା - ଅନ୍ୟ ସ୍ଥାନ କୁ ଭ୍ରମଣ ର ଯୋଗ ରହିଛି ପତ୍ନୀ ଙ୍କ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କୁ ପାଇ ଖୁସି ହେବେ । ଦେହ ରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତି ମଧ୍ୟମ ରହିବ । କୌଣସି ବିଶେଷ କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ନୂତନ ସ୍ଥାନ ପ୍ରାପ୍ତି ହୋଇ ପାରେ।

ଧନୁ - ଶାରୀରିକ ସମସ୍ୟା ଦେଖା ଦେବ ।ତଳିପେଟ ରେ ଯନ୍ତ୍ରଣା ଦେଖା ଦେବ ।ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ବହୁ ପରିଶ୍ରମ ରେ ଅଳ୍ପ ଲାଭ । ଚାଲୁଥିବ କାର୍ଯ୍ୟ ଅଧାରୁ ଅଟକି ଯାଇ ପାରେ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।

ମକର - ପରିବାରରେ ସୁଖ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବା ସହିତ ,ଦାମ୍ପତ୍ୟ ଜୀବନ ସୁଖ ମୟ ହେବ ।ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

କୁମ୍ଭ - ନିଜ କ୍ରୋଧକୁ ନିଜ ଆୟତ୍ତ ରେ ରଖନ୍ତୁ । ନହେଲେ ଅସୁବିଧା ରେ ସମ୍ମୁଖୀନ ହେବେ ଚାକିରି କ୍ଷେତ୍ର ରେ ଉନ୍ନତି ଘଟିବ । ମିତ୍ର ଙ୍କ ଠାରୁ ସାହାଯ୍ୟ ମିଳିବ । ଧନ ପ୍ରାପ୍ତିର ସମ୍ଭାବନା ରହିଛି ।କିଛି ନୂଆ କରିବାକୁ ପ୍ରେରଣା ମିଳିବ ।

ମୀନ - ଛଳନା ଓ ଛନ୍ଦ କପଟର ଶିକାର ହୋଇ ପାରନ୍ତି । ଲାଗି ରହିଥିବା ମାଲି ମକୋଦ୍ଦମାର କାଲି ଅନ୍ତ ଘଟିବ । ସରକାରୀ ଯୋଜନାର ସଂପୂର୍ଣ୍ଣ ଲାଭ ମିଳିବ । ଛାତ୍ର ଛାତ୍ରୀ ମାନେ କ୍ୟାରିୟର ପ୍ରତି ଅଧିକ ଯତ୍ନବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.