ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ବନ୍ଧୁମାନଙ୍କ ସହ ମନମାଳିନ୍ୟ ଘଟିପାରେ

29/01/2023 at 10:06 PM

ମେଷ – ନିଜ ବୁଦ୍ଧି ବଳରେ ସର୍ବ କାର୍ଯ୍ୟ ସମ୍ପାଦନ କରିବେ ।ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।ଭ୍ରମଣ ଯୋଗ ରହିଛି। ଦମ୍ପତି ମାନଙ୍କ ପାଇଁ ଦିନଟି ରେ ସାମାନ୍ୟ କଳହ ଯୋଗ ରହିଛି । ବାହାଘର ପାଇଁ ପ୍ରସ୍ତାବ ଆସିପାରେ।

ବୃଷ – ଆର୍ଥିକ ସ୍ଥିତି ଏତେ ମାତ୍ରାରେ ସ୍ୱଚ୍ଛଳ ରହିବ ନାହିଁ । ଅଯଥା ଦ୍ରବ୍ୟ କ୍ରୟ କରି ଠକାମୀ ରେ ପଡ଼ି ପାରନ୍ତି। ସାଧାରଣ ଶାରୀରିକ କ୍ଷୟକ୍ଷତି ଘଟିପାରେ । ପ୍ରେମୀଯୁଗଳ ଙ୍କ ପାଇଁ ଦିନଟି ଦ୍ଵନ୍ଦ ରେ କାଟିବ ।

ମିଥୁନ – ନୂଆ ଲୋକଙ୍କ ସହ ମିଳନ ହେବ । ଅର୍ଥ ପ୍ରାପ୍ତି ର ଯୋଗ ରହିଛି । ପରିବାରରେ ଆପଣଙ୍କ ଅନିଚ୍ଛା ସତ୍ତ୍ୱେ ଆପଣଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଆଳସ୍ୟ ଲାଗି ରହିବ।

କର୍କଟ, – ବାହ୍ୟ ସୂତ୍ର ରୁ ଆର୍ଥିକ ଲାଭ ମିଳି ପାରେ ।ପରିଶ୍ରମ ଅନୁଯାୟୀ ଫଳ ନିଶ୍ଚୟ ପ୍ରାପ୍ତି ହେବ ।ମହିଳା ମାନଙ୍କ ପାଇଁ ଦିନଟି ଭଲ ରହିଛି ।ବୈବାହିକ ଜୀବନ ଖୁସି ରେ ବିତିବ ।

ସିଂହ – ପୁରୁଣା ବନ୍ଧୁ ଙ୍କ ସହ ଭେଟ ହୋଇ ପରେ । ଅଙ୍ଗ ରେ ଆଘାତ ଲାଗିବ ସତର୍କତା ଅବଲମ୍ବନ କରନ୍ତୁ।ଦେହ ମନ ସୁସ୍ଥ ରହିବ ।ଦମ୍ପତିବନଙ୍କ ପାଇଁ ଦିନଟି ଶୁଭାଦୟ ରହିବ ।

କନ୍ୟା – କ୍ଷମତା ର ପ୍ରଦର୍ଶନ କରିବେ । ଜୀବନରେ କିଛି ନୂଆ ମୋଡ଼ ଦେଖା ଯିବ ।ସମ୍ପର୍କୀୟ ଆପଣଙ୍କ ଘରକୁ ଆସିପାରନ୍ତି । ନିବେଶ ରୁ ଲାଭବାନ ହେବେ ମୋଟାମୋଟି ଭାବେ ଦିନଟି ସଂପୂର୍ଣ୍ଣ ଭଲ ରହିଛି ।

ତୁଳା – ସ୍ଵାସ୍ଥ୍ୟଗତ ସମସ୍ୟା ଦେଖଦେଇ ପାରେ ।ବନ୍ଧୁ ମାନଙ୍କ ସହ ଦିନ ଟି ଅତିବାହିତ ହେବ । ପୁଞ୍ଜି ନିବେଶ ପାଇଁ ଦିନ ଟି ଭଲ ରହିଛି ।ଛାତ୍ରଛାତ୍ରୀ ଙ୍କ ପାୟିବଡିନତି ଉତ୍ତମ ରହିଛି ।

ବିଛା – ଆଶା କରିଥିବା ଜିନିଷ ଟି ମିଳି ନ ପାରେ ।କାର୍ଯ୍ୟ କ୍ଷେତ୍ର ରେ ବିଶୃଙ୍ଖଳା ଦେଖା ଦେବ । ଘର ଲୋକଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ ।ବ୍ୟବସାୟ ରେ ଲାଭ ଯୋଗ ରହିଛି ।

ଧନୁ – ସମୟରେ ଅତିଥି ଆସି ଘରେ ପହଞ୍ଚିବେ।ପିତାମାତା ଙ୍କ ମନରେ କଷ୍ଟ ଦେବେ। କାର୍ଯ ରେ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ ।

ମକର – ସ୍ବାସ୍ଥ୍ୟ ଭଲ ରହିବ । ଅସମ୍ଭବ ଲାଗୁଥିବା କାର୍ଯ୍ୟ ସଫଳତାର ସହ ପୂର୍ଣ୍ଣ ହେବ । ନୂତନ ଅଳଙ୍କାର କ୍ରୟ କରି ପାରନ୍ତି । ପାରିବାରିକ ଜୀବନ ଏତେ ଭଲ ରହିବ ନାହିଁ ।

କୁମ୍ଭ – ଭଗବତ ଭକ୍ତିରେ ବିଶ୍ୱାସ କରିବେ । ନିଜ କାମରେ ସଫଳତା ଯୋଗୁଁ ସମ୍ମାନିତ ହେବେ । ଜମି କ୍ରୟ କରିପାରନ୍ତି ।କୌଣସି ସାମୁହିକ ଆୟୋଜନ ରେ ଯୋଗ ଦେବେ ।ପାରିବାରିକ ସ୍ତିଥି ମଧ୍ୟମ ରହିବ।

ମୀନ – ଉଧାର ଦିଅନ୍ତୁ ନାହିଁ । ବନ୍ଧୁ ମାନଙ୍କ ସହ ମନ ମାଳିନ୍ୟ ଘଟି ପାରେ । ନୂତନ ଜାଗାକୁ ବୁଲିବାକୁ ଯିବେ। ବିବାଦୀୟ ପରିସ୍ଥିତି ଉପୂଜି ପାରେ । ବୈବାହିକ ଜୀବନ ଜଂଜାଳ ମୟ ହେବ ।

   Related Posts