Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ୍ୟାରିୟର ଆଗକୁ ନେବା ପାଇଁ ଦିନଟି ଭଲ ରହିବ, ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ

28/05/2023 at 8:35 PM

ମେଷ – ଷଷ୍ଠ ଚନ୍ଦ୍ର ରହିଥିବାରୁ ଯୋଗୁଁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । କ୍ୟାରିୟରକୁ ଆଗକୁ ନେବା ପାଇଁ ଦିନଟି ବହୁତ୍ ଭଲ ରହିଛି । ରୋଜଗାର ରେ ବୃଦ୍ଧି ହେବ । ପରିବାରରେ ଖୁସି ଲାଗି ରହିବ। ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ବୃଷ – ଆଜି ରାଶି ପାଇଁ ପଞ୍ଚମ ଚନ୍ଦ୍ର ଏବଂ ଶୁକ୍ଳ ପକ୍ଷ ହୋଇ ଥିବାରୁ । ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଧନ ଲାଭ ର ଯୋଗ ରହିଛି । ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଉଚ୍ଚସମ୍ମାନର ଅଧିକାରୀ ହେବେ । ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ – ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ । ମାନ ହାନି ହୋଇ ପାରେ । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତି ଙ୍କ ମଧ୍ୟ ରେ ପାରିବାରିକ କଳହ ଲାଗି ରହିବ । ଛାତ୍ର ଛାତ୍ରୀ ମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କର୍କଟ – ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।ଅଟକିଥିବା କାର୍ଯ୍ୟର ପୁନଃ ଆରମ୍ଭ ହେବ । ଭ୍ରମଣ  ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ସିଂହ – ଦିନଟି ବହୁତ୍ ଭଲ ରହିଛି ।ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ । ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା – ପ୍ରଶଂସା ର ପାତ୍ର ହେବେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନ ର ଭବିଷ୍ୟତ ପାଇଁ ଧନ ନିବେଶ କରିବେ ।ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳି ପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିଆନ୍ତିବତ୍ୟାନ୍ତ ଶୁଭ ରହିଛି ।

ତୁଳା – ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ । ଛାତ୍ର ଛାତ୍ରୀ ମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ବିଛା – ଦିନଟି ବହୁତ୍ ଭଲ ରେ କଟିବ । ସେବା ପୂଜା ରେ ମନୋ ନିବେଶ କରିବେ । ଚାକିରି ପ୍ରଶଂସା ମିଳିବ। ପାରିବାରିକ ଜୀବନ ସାମାନ୍ୟ ରହିବ । ବ୍ୟବସାୟ ରେ ଧୀର ପ୍ରଗତି ହେବ ।ବନ୍ଧୁ ଙ୍କ ସହ ଭ୍ରମଣ ଯୋଗ ରହିଛି ।ନୂଆ ସଂପତ୍ତି କ୍ରୟ କରିବେ ।

ଧନୁ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି ।ଆୟ ର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନ ରୁ ଖୁସି ର ବାର୍ତ୍ତା ମିଳିବ ।

ମକର – ବାକି ଥିବା କାର୍ଯ୍ୟ ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ ।ବ୍ୟବସାୟୀ ମାନେ ଲାଭବାନ ହେବେ ।

କୁମ୍ଭ– ଦିନଟି ରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ ।ନିଜ କାର୍ଯ୍ୟ କୁ ଠିକ୍ ସମୟରେ ପୂରଣ କରନ୍ତୁ ।ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ ।ଛାତ୍ର ଛାତ୍ରୀ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ମୀନ– ଭାଗ୍ୟ ର ସାଥ ମିଳିବ । ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତି ରେ ନୂଆ ଆଶା ଦେଖା ଦେବ । ମିତ୍ର ଙ୍କ ସହ ଭ୍ରମଣ ରେ ଯାଇ ପାରନ୍ତି । ବ୍ୟବସାୟ ରେ ଅଧିକ ଲାଭ ମିଳିବ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ ।

ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

   Related Posts