scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପରିବାରରେ ଖୁସି ଲାଗି ରହିବ, ବ୍ୟବସାୟରେ ନୂତନ ଆଶା ଦେଖାଯିବ

11/06/2023 at 8:59 PM

ମେଷ – ଏକାଦଶ ଚନ୍ଦ୍ର ଯୋଗୁଁ ବାହ୍ୟ ସୂତ୍ରରୁ ଆୟର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି । ପରିବାରରେ ଖୁସି ଲାଗି ରହିବ। ବ୍ୟବସାୟରେ ନୂତନ ଆଶା ଦେଖାଯିବ। ଭ୍ରମଣ ଯୋଗ ଶୁଭ ହେବ । ବିଦ୍ୟାର୍ଥୀ କର୍ମ ଫଳ ପ୍ରାପ୍ତ କରିବେ।

ବୃଷ – ସର୍ବ କାର୍ଯ୍ୟରେ ସିଦ୍ଧି ହେବ । ଭାଗବତ ବିଶ୍ୱାସୀ ହେବେ ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଯାହା ବି କର୍ମ ଆଜି କରିଛନ୍ତି ତାର ଫଳ ସୋମବାର ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ । ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।

ମିଥୁନ – ଯାନବାହାନ ଚଳାଚଳରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । କିଛି କଥାକୁ ନେଇ ମନରେ ବିଷାଦ ଭାବ ସୃଷ୍ଟି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ସାମାନ୍ୟ କ୍ଷତି ହୋଇ ପାରେ । ବିଦ୍ୟାର୍ଥୀ ମାନେ ମାନଯୋଗୀ ହେବେ ।

କର୍କଟ – ପରିବାରରେ ସୁଖ ହାନି ଘଟିବ ।ଅଙ୍ଗ ରେ ଆଘାତ ଲାଗିଲା ଭଳି ସମସ୍ୟା ଦେଖା ଦେବ । ଦେହ ପୀଡା ଯୋଗୁଁ ଅଳସୁଆ ହେବେ ।ଅଯଥା ବ୍ୟୟ ର ଯୋଗ ରହିଛି । କର୍ମ କ୍ଷେତ୍ରରେ ମନସ୍ତାପ କରିବେ । ବିଦ୍ୟାର୍ଥୀ ମାନେ ପରିଶ୍ରମ ର ଫଳ ପ୍ରାପ୍ତ କରିବେ ନାହିଁ ।

ସିଂହ – ବନ୍ଧୁଙ୍କ ସହ ଭ୍ରମଣରେ ଯାଇ ପାରନ୍ତି ।ଗୃହ କୁ ଅତିଥି ଙ୍କ ଆଗମନ ହେବ । କର୍ମ କ୍ଷେତ୍ରରେ ସର୍ବ କାର୍ଯ୍ୟରେ ସିଦ୍ଧି ହେବ ଚାକିରିରେ ସୁଯୋଗ ସାଙ୍ଗଙ୍କ ସାହାଯ୍ୟରେ ମିଳିବ । ପୂର୍ବ ସମସ୍ୟାର ସମାଧାନ ହେବ। ବ୍ୟବସାୟ ମଧ୍ୟମ ହେବ ।

କନ୍ୟା – ମାନସିକ ସ୍ତରରେ ବିବ୍ରତ ହେବେ । ନିଜ କ୍ରୋଧକୁ ନିଜ ନିଅନ୍ତ୍ରଣରେ ରଖି ପାରିବେ ନାହିଁ । ନୂତନ ଚାକିରିର ଯୋଗ ରହିଛି। କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଗୃହରେ ଶୁଭ କର୍ମ ହୋଇପାରେ । ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।

ତୁଳା – ମନରେ ଈର୍ଷା ଭାବ ସୃଷ୍ଟି ହେବ । ଅର୍ଥ ବିଷୟ ଚିନ୍ତା ଲାଗି ରହିବ । ଗୃହରେ କଳହର ଯୋଗ ରହିଛି। ମାନସିକ ଅଶାନ୍ତି ଦେଖା ଦେଇପାରେ । ଦାମ୍ପତ୍ୟ ଜୀବନ ଏତେ ଭଲ ରହିବ ନାହିଁ । ଆର୍ଥିକ ସ୍ଥିତିରେ ଅବନତି ଘଟିବ ।

ବିଛା – ପ୍ରତିରୋଧର ଶିକାର ହେବେ । ମାନହାନୀ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଦୁଃଖ ଆସିବ । ସନ୍ତାନଙ୍କୁ ନେଇ ଚିନ୍ତାରେ ରହିବେ । ଯାନ ବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ଅଙ୍ଗରେ ଆଘାତ ଲାଗି ପାରେ ।

ଧନୁ – କିଛି ହାସଲ। କରିବା ପାଇଁ ସଂକଳ୍ପ ବଦ୍ଧ ହେବେ ।କର୍ମ କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ । ଅଧିକାରୀଙ୍କ ଠାରୁ ସମ୍ମାନ ମିଳିବ । ହେଲେ ମଧ୍ୟ ପରିଶ୍ରମ ର ପରିମାଣ ଅଧିକ ରହିବ । ମୁଣ୍ଡ ବ୍ୟଥା ଭଳି ସମସ୍ୟା ଦେଖା ଦେଇ ପାରେ ।

ମକର – ମନରେ ଅନିଚ୍ଛା ଭାବ ପ୍ରକାଶ ପାଇବ ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା ରହିଛି ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବ ନାହିଁ । କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

କୁମ୍ଭ – ଆଶାଠାରୁ ଅଧିକ ଧନ ଉପାର୍ଜନ ହେବ । କର୍ମ କ୍ଷେତ୍ରରେ ଚଞ୍ଚଳ ହେବେ । ସମ୍ମାନପ୍ରାପ୍ତିର ଯୋଗ ମଧ୍ୟ ରହିଛି ।ପ୍ରେମ ସମ୍ପର୍କ ନିବିଡ଼ ହେବେ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ । ବ୍ୟବସାୟରେ ଉନ୍ନତିର ଯୋଗ ରହିଛି ।

ମୀନ – ଗୃହବନ୍ଦୀ ହୋଇ ରହି ପାରନ୍ତି। ମନ ସାମାନ୍ୟ ଚଞ୍ଚଳ ରହିବ । ଭ୍ରମଣର ଯୋଗ ରହିଛି । ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦ୍ୱାରା ଅସୁବିଧା ହୋଇପାରେ। ବିଦ୍ୟାର୍ଥୀ ମାନେ କମ ଫଳ ପ୍ରାପ୍ତ କରିବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

ଯୋଗାଯୋଗ – 8249826682

   Related Posts