ଦିନଟି ଖୁସିରେ କଟିବ, ଲାଗିଥିବା ସମସ୍ୟାର ସମାଧାନ ହେବ

Published By : Prameya-News7 Bureau | February 27, 2024 IST

ମେଷ- ଷଷ୍ଠ ଚନ୍ଦ୍ର ଯୋଗୁଁ ସବୁ ପ୍ରକାର ଶୁଭ ଦାୟକ ରହିବ ଦିନଟି । ବନ୍ଧୁ ମିଳନର ଯୋଗରହିବ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ।

ବୃଷ- ଶୁକ୍ଳପକ୍ଷ ପଞ୍ଚମ ଚନ୍ଦ୍ର ବଳବାନ ରହିଥିବାରୁ, ପାରିବାରିକ ଜୀବନ ଉତ୍ତମ ରହିବ ହେଲେ ମଧ୍ୟ, ମନ ସାମାନ୍ୟ ଚିନ୍ତାରେ ରହିପାରେ । ଶାରୀରିକ ଅସୁସ୍ଥତା ମଧ୍ୟ କିଛି ଦେଖା ଦେବ । ବ୍ୟବସାୟରେ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଲାଭଦାୟକ ହେବ । ବିଦ୍ୟାର୍ଥୀମାନେ ଲାଭବାନ ହେବେ ।

ମିଥୁନ- ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ । ଅଙ୍ଗରେ କୌଣସି ଆଘାତ ଲାଗିପାରେ । ଅପଦସ୍ତ ହେବାରୁ ନିଜକୁ ରୋକନ୍ତୁ । ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ । ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟ ମଧ୍ୟମ ଫଳ ଦେବ । ଦାମ୍ପତ୍ୟ ଜୀବନରେ କଳହ ଲାଗିପାରେ ।

କର୍କଟ- ତୃତୀୟ ଚନ୍ଦ୍ର ଯୋଗ ରହିଥିବାରୁ, ଦିନଟି ଖୁସିରେ କଟିବ। ଭ୍ରମଣର ଯୋଗ ରହିବ । କୌଣସି ସ୍ଥାନରୁ ସମ୍ମାନର ଅଧିକାରୀ ହେବେ । ଚାକିରିରେ ପଦୋନ୍ନତି ମିଳିବ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ଲାଭ କରିବେ ।

ସିଂହ- କୌଣସି କାର୍ଯ୍ୟ କିମ୍ବା ବାସ୍ତୁକୁ ନେଇ ଆଶାବାଦୀ ହୋଇ ରହିବେ । ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ଆୟର ଯୋଗ ଉତ୍ତମ ରହିବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

କନ୍ୟା- ମନ ପ୍ରସନ୍ନ ଓ ପ୍ରଫୁଲ୍ଲ ରହିବ । ଉତ୍ତମ ଫଳ ଲାଭ ହେବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ ସମ୍ମାନ ମିଳିବ । ବିଦ୍ୟାର୍ଥୀମାନେ ଅଧିକ ମନୋନିବେଶ କରିବେ ।

ତୁଳା- ଦ୍ଵାଦଶ ଚାନ୍ଦ ରହିଥିବାରୁ, ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଆର୍ଥିକ ବ୍ୟୟରେ ଦିନଟି କଟିବ । ବଡ଼ ସଫଳତା ମିଳିନପାରେ । ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ । ଅଧିକ ପରିଶ୍ରମରେ ଦିନଟି କଟିବ । ବିଦ୍ୟାର୍ଥୀ ଅମାନଯୋଗୀ ହୋଇପାରନ୍ତି ।

ବିଛା- ଏକାଦଶ ଚନ୍ଦ୍ରରେ ସର୍ବ କାର୍ଯ୍ୟ ସଫଳ ହେବା ସହ ଗୃହରେ ନୂତନ କାର୍ଯ୍ୟ ଆରମ୍ଭ ହେବ । ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢ଼ିବ ।

ଧନୁ- ଦଶମ ଚନ୍ଦ୍ର ଯୋଗୁଁ ସବୁ କାମ ସଫଳ ହେବ। ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

ମକର- ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ । ଶତ୍ରୁ ଭୟ ରହିବ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେଇପାରେ ।

କୁମ୍ଭ- ଦିନଟି ଏତେ ଉତ୍ତମ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିପାରେ । ବ୍ୟବସାୟରେ ଧୀର ବୃଦ୍ଧି ହେବ । ଆୟ ଠାରୁ ବ୍ୟୟ ଅଧିକ ରହିବ । ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟ ଗତ ସମସ୍ୟା ଦେଖା ଦେବ ।

ମୀନ- ସପ୍ତମ ଚନ୍ଦ୍ର ଯୋଗୁଁ ପରିବାରରେ ସୁଖ ସନ୍ତୋଷ ରହିବ । ଚାକିରିରେ ଉତ୍ତମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର
ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.