କର୍କଟ ରାଶି ବ୍ୟକ୍ତିଙ୍କୁ ବ୍ୟବସାୟରେ ଭଲ ଲାଭର ଯୋଗ ରହିଛି, ପ୍ରେମ ସମ୍ପର୍କ ନିବିଡ଼ ହେବ

Published By : Prameya-News7 Bureau | June 10, 2025 IST

ମେଷ- ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ପରିବାରରେ ସାଧାରଣ ସମସ୍ୟାକୁ ନେଇ ବିବାଦ ସୃଷ୍ଟି ହେବ। ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ସମୟ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ।

ବୃଷ- ଚାକିରିରେ  ପ୍ରଶଂସା ଯୋଗ ରହିଛି। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି। ନୂତନ କର୍ମ ସଂସ୍ଥାନ ମିଳିବା ଯୋଗୁଁ ଖୁସିର ମାହୋଲ ରହିବ। 

ମିଥୁନ- ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶାରୀରିକ ଓ ମାନସିକ ଖୁସି ମିଳିବ। ନୂତନ କାର୍ଯ୍ୟର ଆରମ୍ଭ ମଧ୍ୟ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପତ୍ନୀଙ୍କ ସହ ଭ୍ରମଣ ଓ ବନ୍ଧୁ ମିଳନର ସମ୍ଭାବନା ରହିଛି।

କର୍କଟ- କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି। ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ। ପ୍ରେମ ସମ୍ପର୍କ ନିବିଡ଼ ହେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି। 

ସିଂହ- କିଛି ଆଶାର ପୂରଣ ନହୋଇପାରିବାରୁ ମନ ବ୍ୟାକୁଳ ହୋଇପାରେ। ମନରେ କିଛି ନୂଆ କରିବାର ଇଚ୍ଛା ଜାଗୃତ ହେବ। ଜରୁରୀ ବସ୍ତୁ କ୍ରୟ କରିପାରନ୍ତି। ପ୍ରେମ ସମ୍ପର୍କରେ ଖୁସି ଲାଭ କରିପାରନ୍ତି। ଅଣ୍ଟା ବ୍ୟଥା ଭଳି କିଛି ସମସ୍ୟା ଦେଖା ଦେଇପାରେ ।

କନ୍ୟା- ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭଦାୟକ ରହିଛି। କିଛି ପୂର୍ବ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଖାଦ୍ୟରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ପ୍ରେମ ସମ୍ପର୍କ ନିବିଡ଼ ହେବ।

ତୁଳା- ପରିଶ୍ରମର ଫଳ ପ୍ରାପ୍ତିରେ ବିଳମ୍ବ ହେବ। ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତରେ ସମୟ କାଟିବେ। ମୁଣ୍ଡ ବ୍ୟଥା ହୋଇପାରେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ୍ ଶୁଭ  ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି ।

ବିଛା- ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରିପାରନ୍ତି। ବନ୍ଧୁମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟି କଟିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଲାଭ ଯୋଗ ଅଛି। ଛାତ୍ରଛାତ୍ରୀମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।

ଧନୁ- ଧାର୍ମିକ ଭାବନା ଜାଗ୍ରତ ହେବ। ଛାତ୍ରଛାତ୍ରୀ ମାନେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବେ ବ୍ୟୟ ଅଧିକ ରହିବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ମାନସିକ ଶାନ୍ତି ଶରୀର ପୀଡ଼ା ପରି ସମସ୍ୟା ଦେଖା ଦେବ। ଦାମ୍ପତ୍ୟ ଜୀବନରେ ପ୍ରତିବନ୍ଧକ ଆସିପାରେ ।

ମକ- ଶାରୀରିକ ଓ ମାନସିକ ବିକାଶ ହେବ। ଆତ୍ମ ବିଶ୍ୱାସୀ ହେବେ। କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ହେବ। ଧୈର୍ଯ୍ୟବାନ ହେବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ କିଛି କୁପ୍ରଭାବ ପଡ଼ିପାରେ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ।

କୁମ୍ଭ- ଉତ୍ତମ ଆୟର ଯୋଗ ରହିଛି। କର୍ମ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟ ପନରାରମ୍ଭ କରିବେ। ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

ମୀନ- କର୍ମ ଚଞ୍ଚଳ ହେବେ। ସ୍ଵାସ୍ଥ୍ୟଗତ ସମସ୍ୟା ଯୋଗୁଁ ଖର୍ଚ୍ଚାନ୍ତ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ମନ ଅଶାନ୍ତି ରହିବ। ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀ ମାନେ ବନ୍ଧୁଙ୍କୁ ପାଇ ଖୁସି ହେବେ ।       

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.