ମେଷ- କଳହର ଯୋଗ ରହିଛି। ଯାନ ବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଅଙ୍ଗରେ ଆଘାତ ଲାଗିପାରେ। ଚତୁର୍ଥ ଚନ୍ଦ୍ର ଯୋଗୁଁ ମାନହାନି ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପ୍ରାପ୍ତି କରିବେ। ଚାଷ ଭଲ ହେବ । ଚାକିରି କ୍ଷେତ୍ରରେ ଉଚ୍ଚପଦସ୍ଥ ହେବେ ।
ବୃଷ- ମନ ଉତ୍ସାହିତ ଓ ପ୍ରଫୁଲ୍ଲିତ ରହିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ। ରାଜ ସମ୍ମାନ ପ୍ରାପ୍ତ ହେବ। ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ଭ୍ରମଣର ଯୋଗ ରହିଛି । ବାକିଥିବା କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ ହେବ। ପରୋପକାର କରି ଖୁସି ଅନୁଭବ କରିବେ ।
ମିଥୁନ- ଆଳସ୍ୟତା ରହିବ। ଅଧିକ ଅର୍ଥ ବ୍ୟୟର ଯୋଗ ରହିଛି। ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରରେ ସମନ୍ୱୟ ରକ୍ଷା କରିବାକୁ ଚେଷ୍ଟା କରନ୍ତୁ । ବନ୍ଧୁ ମିଳନ ହୋଇପାରେ । ଅନାବଶ୍ୟକ କଳହରୁ ଦୂରେଇ ରୁହନ୍ତୁ ।
କର୍କଟ- ରାଶି ପାଇଁ ଦିନଟି ଶୁଭ ରହିଛି । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ।
ସିଂହ- ଦ୍ଵାଦଶ ଚନ୍ଦ୍ର ଯୋଗୁଁ ବିବାଦୀୟ ପରିସ୍ଥିତି ଉପୁଜିପାରେ। ବୈବାହିକ ଜୀବନ ଜଞ୍ଜାଳ ମୟ ହେବ । ଛାତ୍ର ଛାତ୍ରୀ ମାନେ ଅବହେଳିତ ହେବେ । ବ୍ୟବସାୟରେ ଅବନତି ଘଟିବ। ଧନ ବ୍ୟୟ ହେବାର ସମ୍ଭାବନା ରହିବ ।
କନ୍ୟା- ସର୍ବ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ଗୃହରେ କିଛି ଶୁଭ କାମ ଆରମ୍ଭ ହେବ । କିଛି ନୂତନ ଦ୍ରବ୍ୟ ଲାଭ କରିବେ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି । ଲାଭ ଯୋଗ ଅଛି । ଛାତ୍ର ଛାତ୍ରୀ ମାନେ ନିଜର ଲୁଚିଥିବା ପ୍ରତିଭାକୁ ସାମ୍ନାକୁ ଆଣିବେ।
ତୁଳା- ସର୍ବ କାର୍ଯ୍ୟରେ ସିଦ୍ଧି ହେବ। ମନ ଖୁସି ହେବ । ପାରିବାରିକ ଜୀବନ ଖୁସି ହେବ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ପାଇଁ ଅନ୍ୟ କିଛି ସ୍ଥାନକୁ ଯାଇପାରନ୍ତି । ପରିଶ୍ରମ ଅଧିକ ହେବ, ଖର୍ଚ୍ଚ ବୃଦ୍ଧି ପାଇବ | ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ ।
ବିଛା- ଲୋକ ସମ୍ପର୍କରେ ବୃଦ୍ଧି ହେବ । ମନରେ ବିଷାଦ ଭାବ ଦେଖାଦେଇପାରେ । ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀମାନେ ଅଳ୍ପ ପରିଶ୍ରମୀ ହେବେ ।
ଧନୁ- ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅଙ୍ଗରେ ଆଘାତ ଲାଗିବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । କିଛି ଭୁଲ ନିଷ୍ପତି ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।
ମକର- ବନ୍ଧୁ ମିଳନର ଯୋଗ ରହିଛି। ନିଜ ପରାକ୍ରମ ବଳରେ ଶତ୍ରୁଙ୍କୁ ପରାସ୍ତ କରିବାର କ୍ଷମତା ରଖିବେ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହେବେ । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତ ହେବ ।
କୁମ୍ଭ- କ୍ରୋଧକୁ ନିଜ ସଞ୍ଜମରେ ରଖନ୍ତୁ। ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ। ମନ ସାଧାରଣତଃ ଅଶାନ୍ତ ରହିପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବିଦ୍ୟାର୍ଥୀମାନେ ଉନ୍ନତି କରିବେ ।
ମୀନ- ମାନହାନି ହୋଇପାରେ । ମନରେ ଉତ୍ଥାନ-ପତନ ହେବ । ଚାକିରିରେ କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ | ବିଦ୍ୟାର୍ଥୀମାନେ ଅମନ ଯୋଗୀ ହେବେ । ଭ୍ରମଣ ଯୋଗୁଁ ଶାରୀରିକ କଷ୍ଟ ଭୋଗ କରିବେ ।