ଅକ୍ଟୋବର ୧୦ ତାରିଖ, ଗୁରୁବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | October 10, 2024 IST

Horoscope for Friday

ମେଷ- କର୍ମ କ୍ଷେତ୍ରରେ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି ହେବ। ମାଆଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଅସୁବିଧା ହୋଇପାରେ । ପିତାଙ୍କ ଠାରୁ ଅର୍ଥ ପ୍ରାପ୍ତି କରିପାରନ୍ତି। ପ୍ରଗତିର ରାସ୍ତା ଖୋଲିଯିବ। ବିଦ୍ୟାର୍ଥୀମାନେ ଚିନ୍ତାରେ ପଡ଼ିବେ ।

ବୃଷ- ଆଳସ୍ୟର ବଶବର୍ତ୍ତୀ ହୋଇ ସମସ୍ୟାରେ ପଡ଼ିପାରନ୍ତି। ମନ ଅସୁବିଧାରେ ପଡ଼ିବ। ଆତ୍ମନିର୍ଭରଶୀଳ ହୁଅନ୍ତୁ। ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ କାର୍ଯ୍ୟଭାରରେ ବୃଦ୍ଧି ହୋଇପାରେ । ଆୟ ମଧ୍ୟ ବୃଦ୍ଧି ପାଇବ। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ୍ରୟ କରିବା ଦ୍ଵାରା ଖର୍ଚ୍ଚ ବୃଦ୍ଧି ପାଇବ। 

ମିଥୁନ- ଶାରୀରିକ କଷ୍ଟ ଅନୁଭବ କରିବେ। ଆତ୍ମନିର୍ଭରଶୀଳ ହୁଅନ୍ତୁ । ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ। ଆୟ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ | କର୍ମକ୍ଷେତ୍ରରେ ସଫଳତା ମିଳିବ ।

କର୍କଟ- ମନ ପ୍ରସନ୍ନ ରହିବ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସିବ । ବିଦେଶ ଭ୍ରମଣ ଯୋଗ ରହିଛି । କାର୍ଯ୍ୟାଳୟରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ହେବ। 

ସିଂହ- ଘାତ ଚନ୍ଦ୍ର ଯୋଗୁଁ ମନ ଅଶାନ୍ତ ରହିବ। ଅଯଥା ଚିନ୍ତାରେ ପଡ଼ିବେ। ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ। ପୈତୃକ ସମ୍ପତ୍ତିରୁ ଟଙ୍କା ହାସଲ କରିପାରନ୍ତି । ବନ୍ଧୁଙ୍କ ସାହାଯ୍ୟରେ ଚାକିରିର ସୁଯୋଗ ପାଇପାରିବେ ।

କନ୍ୟା- ମନ ଖୁସି ରହିବ। ତଥାପି ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ପରିବାରର ସମର୍ଥନ ପାଇବେ। କିଛି ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି । ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ଲାଭବାନ ହେବେ ।

ତୁଳା- ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେବେ। କଳା କିମ୍ବା ସଙ୍ଗୀତ ପ୍ରତି ଆଗ୍ରହ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଅସୁବିଧା ହୋଇପାରେ, ସତର୍କ ରୁହନ୍ତୁ। ଶିକ୍ଷାଗତ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ ।

ବିଛା- କୌଣସି କାର୍ଯ୍ୟକୁ ନେଇ ମନରେ ଉତ୍ସାହ ସୃଷ୍ଟି ହୋଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ନିଜ ସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ । ଯାନବାହାନ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି ।

ଧନୁ- କାର୍ଯ୍ୟରେ ବିଳମ୍ବ ହେବ । ତଥାପି, ବ୍ୟସ୍ତ ନହୋଇ ଶାନ୍ତ ରୁହନ୍ତୁ । ଚାକିରିରେ ଥିବା ଅଧିକାରୀମାନଙ୍କ ସହିତ ଅନାବଶ୍ୟକ ବିତର୍କରୁ ଦୂରେଇ ରୁହନ୍ତୁ । ପ୍ରଗତି ପାଇଁ ସୁଯୋଗ ମିଳିପାରିବ । ଆୟ ବୃଦ୍ଧି ପାଇବ । କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ । ଲାଭ ଯୋଗ ରହିଛି ।

ମକର- ମକର ରାଶିରେ ଶ୍ରୀଚନ୍ଦ୍ର ଯୋଗୁଁ, ମନ ଶାନ୍ତ ରହିବ। ଚାକିରିରେ ବିଦେଶ ଯିବାକୁ ପଡ଼ିପାରେ । ଯାନର ଆନନ୍ଦ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସାମାନ୍ୟ ଅଧିକ ପରିଶ୍ରମ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କୁମ୍ଭ- ଅଯଥା ଧନ କ୍ଷୟର ଯୋଗ ରହିଛି । ଅତ୍ୟଧିକ କ୍ରୋଧ ଏବଂ ଉତ୍ସାହରୁ ଦୂରେଇ ରୁହନ୍ତୁ । ମନ ବିଚଳିତ ହୋଇପାରେ । ନିଜ ପରିବାର ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଅନ୍ତୁ । ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବାରେ ।

ମୀନ- ଉତ୍ତମ ଆୟର ଯୋଗ ରହିଛି। ଆତ୍ମବିଶ୍ୱାସ ପୂର୍ଣ୍ଣ ହେବ, କିନ୍ତୁ ସଂଯମ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ମିଳିପାରେ । ଆୟ ବୃଦ୍ଧି ପାଇବ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.