ଦିନଟିରେ ମଧ୍ୟମ ଫଳ ମିଳିବ, ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି

Published By : Prameya-News7 Bureau | February 07, 2024 IST

ମେଷ- ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ଆୟରେ ବୃଦ୍ଧି ହେବ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ।

ବୃଷ- ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟରେ ଆଗକୁ ବଢ଼ିବେ । ଦମ୍ପତିମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି । ଗୁରୁଜନଙ୍କ ସହଯୋଗ ମିଳିବ ।

ମିଥୁନ- କୌଣସି ବାହ୍ୟ ସ୍ଥାନରୁ ସମ୍ମାନ ମିଳିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ ।ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

କର୍କଟ- ଦିନଟି ସଂପୂର୍ଣ୍ଣ ଭଲରେ କଟିବ । ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ଭ୍ରମଣ ଯୋଗ ରହିଛି । ମନରେ ସାମାନ୍ୟ ଗ୍ଲାନି ଦେଖାଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ।

ସିଂହ- ଦିନଟି ଅତ୍ୟନ୍ତ ଖୁସି ଖବର ଦେବ । ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ ।

କନ୍ୟା- ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ।

ତୁଳା- ନୂତନ ଚାକିରିରେ ଯୋଗଦାନ ଦେଇଥିବା ବ୍ୟକ୍ତିଙ୍କୁ ନୂଆ ସୁଯୋଗ ସୃଷ୍ଟି ହେବା । ଧାର ଦେଇଥିବା ପଇସା ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ରଛାତ୍ରୀମାନେ ଉପକୃତ ହେବେ । ବ୍ୟବସ୍ଥା ଆଶାନୁରୂପ ଫଳ ଦେବ ।

ବିଛା- ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଛାତ୍ରଛାତ୍ରୀମାନେ କୃତ କାର୍ଯ୍ୟ ହେବେ । ଦମ୍ପତିମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଭ୍ରମଣର ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ରହିବ ।

ଧନୁ- ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ବ୍ୟବସାୟରେ କ୍ଷତି ସହିବାର ସମ୍ଭାବନା ରହିଛି । ସନ୍ତାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପୈତୃକ ସମ୍ପତିକୁ ନେଇ ବିବାଦ ଲାଗିପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ମକର- କର୍ମରେ ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତି ଯୋଗ ରହିଛି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀମାନଙ୍କୁ ପ୍ରଶଂସା ମିଳିପାରେ ।

କୁମ୍ଭ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ । ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ । ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେବ । କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ମୀନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ । ଅଟକିଥିବା କାର୍ଯ୍ୟ ପୁନଃଆରମ୍ଭ କରିବେ । ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ । ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର
ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.