ଚାକିରିରେ ପଦୋନ୍ନତି ଘଟିବ, ବ୍ୟବସାୟରେ ଅଧିକ ଲାଭର ଯୋଗ ରହିଛି

Published By : Prameya-News7 Bureau | July 17, 2024 IST

ମେଷ- ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ । ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ପିଲାମାନଙ୍କ ସହିତ ସମୟ କାଟିବେ । ଅଧିକ ଖର୍ଚ୍ଚ ହେବ । ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। 

ବୃଷ- ପାରିବାରିକ ଜୀବନ ସୁଖମୟ ହେବ । ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ସାମାନ୍ୟ ଚିନ୍ତାରେ ରହିପାରେ । କୋଣସି ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଲାଭଦାୟକ ହେବ । ବିଦେଶ ଯାତ୍ରା କରିପାରନ୍ତି । ଭାଇଙ୍କ ସହ ଯୋଗ ପ୍ରପ୍ତ କରିବେ ।

ମିଥୁନ- ଦିନଟି ଖୁସିରେ କଟିବ। ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ | ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ  ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

କର୍କଟ- ମାନସିକ ଚିନ୍ତାରେ ରହି ନିଷ୍ପତ୍ତି ନେବେ  ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହାନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ।

ସିଂହ- କରିଥିବା ଭଲ କର୍ମର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ

କନ୍ୟା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ତୁଳା- ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇ ପାରନ୍ତି।

ବିଛା- ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକି ଥିବା କାର୍ଯ୍ୟ ଆଗକୁ ବଢିବ । 

ଧନୁ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ଦେବ ।  ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

ମକର- ଶାରୀରିକ ସମସ୍ୟା ଦେଖା ଦେବ । ତଳିପେଟରେ ଯନ୍ତ୍ରଣା ଦେଖା ଦେବ। ଦିନଟି ଏତେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି  କଟିବ ।

କୁମ୍ଭ- ଦିନଟି ଭଲ ଫଳ ଦେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ ମଧ୍ୟ ଆଜି କରିବାକୁ ପଡିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବ  ।

ମୀନ- ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.