ମେଷ- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ଗୃହରେ କଳହ ଯୋଗ ସହିତ ମାନସିକ ଅଶାନ୍ତି ଦେଖାଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ବିଦ୍ୟାର୍ଥୀ ମାନେ ଅଳସୁଆ ହେବେ ।
ବୃଷ- ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ଗୃହରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖାଯିବ। ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।
ମିଥୁନ- ଦିନଟି ଶୁଭ ଦାୟକ ହେବ। ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି । କର୍ମ କ୍ଷେତ୍ରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ । ରାଜନୀତିରେ ସାହାଯ୍ୟ ମିଳିବ। ବିଦ୍ୟାର୍ଥୀମାନେ ବିଶେଷ ଭାବେ ଉପକୃତ ହେବେ ।
କର୍କଟ- ଅଳସୁଆର ବଶବର୍ତ୍ତୀ ହେବେ । ପୁରୁଣା ବକେୟା ଅର୍ଥ ଫେରିପାଇବେ । ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ। ବିଦ୍ୟାର୍ଥୀମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।
ସିଂହ- ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଠକାମୀର ଶିକାର ହୋଇପାରନ୍ତି । ପ୍ରାତଃରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଯକୃତ ଜନିତ ସମସ୍ୟା ଦେଖାଦେବ । ବ୍ୟବସାୟର ଲାଭ କ୍ଷତି ସମାନ ହେବ ।
କନ୍ୟା- ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ। ଧନର ସଦୂପଯୋଗ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀମାନେ ଶାନ୍ତ ରହିବେ ।
ତୁଳା- ଦିନଟି ଏତେ ଭଲ ଫଳ ପ୍ରଦାନ କରିବ ନାହିଁ । ମନ ବ୍ୟାକୁଳ ରହିବ । ସନ୍ତାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତାରେ ରହିବେ । ଦୁରସ୍ଥାନକୁ ଯାତ୍ରା କରିବେ । ଖର୍ଚ୍ଚ ଭାର ଅଧିକ ହୋଇପାରେ । ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି ।
ବିଛା- ଦିନଟି ଭଲ ଫଳ ପ୍ରଦାନ କରିବ । ମାନସିକ ଶାନ୍ତି ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇପାରେ ।
ଧନୁ- ଦିନଟିରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନିବେଶରୁ ଲାଭ ମିଳିବ । ଚାକିରିରେ ଉପର ମହଲାରୁ ଶୁଭ ଖବର ମିଳିବ । ନିଜ ପାଇଁ ମଧ୍ୟ କିଛି ସମୟ ଦେବେ । ବ୍ୟବସାୟରେ ଲାଭ ଯୋଗ ରହିଛି । ଦମ୍ପତ୍ତିମାନେ ନୂତନ ଅଳଙ୍କାର କ୍ରୟ କରିବେ ।
ମକର- ଦିନଟି ମିଶ୍ର ଫଳ ପ୍ରଦାନ କରିବ । ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ମାନସିକ ଚାପ ଦେଖା ଦେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।
କୁମ୍ଭ- ଦିନଟି ଭଲ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କାହାକୁ ଉଧାର ଦିଅନ୍ତୁ ନାହିଁ । ପରିବାର ସହଯୋଗ ମିଳିବ ।
ମୀନ- ଅଟକିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।