ଦିନଟି ବହୁତ ଭଲ ରହିଛି, କିଛି ଜରୁରୀ କାର୍ଯ୍ୟ ପୂରଣ ହେବ

Published By : Prameya-News7 Bureau | November 23, 2024 IST

ମେଷ- ଦିନଟି ବହୁତ ଭଲ ରହିଛି । ଅନ୍ୟକୁ ସାହାଯ୍ୟ କରିବେ। ସମୟ ସହିତ ତାଳ ଦେଇ ଚଳିବେ। କିଛି ଜରୁରୀ କାର୍ଯ୍ୟ ପୂର୍ଣ୍ଣ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ବିଶେଷ ଭଲ ରହିଛି। ଦୁର୍ଜନଙ୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ ସମସ୍ୟା ଉପୁଜିପାରେ ।

ବୃଷ- ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ବାଦବିବାଦ ଲାଗିପାରେ ମନୋବଳ ହ୍ରାସ ପାଇବ। କର୍ମ କ୍ଷେତ୍ରରେ ପ୍ରତିବନ୍ଧକର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ମାନସିକ ସ୍ତରରେ କିଛି ମାତ୍ରାରେ ଦ୍ୱେଷ ଦେଖା ଦେବ ।

ମିଥୁନ- କାର୍ଯ୍ୟ କ୍ଷେତ୍ରରେ ନିଜକୁ ବ୍ୟସ୍ତ ରଖିବେ। ଅଟକିଥିବା କାର୍ଯ୍ୟର ପୁନରାମ୍ଭ କରିବେ । ଛାତ୍ରଛାତ୍ରୀମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତିମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ। ପୁରୁଣା ସମ୍ପର୍କ ପୁଣି ଯୋଡ଼ି ହେବ । କୌଣସି କଥାକୁ ନେଇ ସାମାନ୍ୟ ବିବ୍ରତ ହେବେ ।

କର୍କଟ- ରାଶିର ଘାତ ଚନ୍ଦ୍ର। ଦିନଟି ମଧ୍ୟମ ଫଳ ଦେବ। କୁଚିନ୍ତାକୁ ମନରୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ। କେତେକ କ୍ଷେତ୍ରରେ ଜାଣିଶୁଣି ଚୁପ୍ ରହିବାକୁ ବାଧ୍ୟ ହେବେ  ।

ସିଂହ- ଭାଗ୍ୟ ଆପଣଙ୍କ ସାଥ ଦେବ। ଶ୍ରୀଚନ୍ଦ୍ର ରହିଥିବାରୁ ଧନ ପ୍ରାପ୍ତି ଯୋଗ ରହିଛି । ବୈବାହିକ ସମ୍ପର୍କରେ ମନୋମାଳିନ୍ୟ ଦେଖିବାକୁ ମିଳିପାରେ। ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ବିଦ୍ୟାର୍ଥୀମାନେ ଆଶାୟୀ ହେବେ। ଆର୍ଥିକ ଅନାଟନର ସାମ୍ନା କରିବାକୁ ପଡିପାରେ ।

କନ୍ୟା- କିଛି ମାନସିକ ସମସ୍ୟା ଦେଖା ଦେଇପାରେ । ମନୋବଳ ଦୃଢ଼ ରହିବ । କାର୍ଯ୍ୟରେ ସଫଳତା ଡେରିରେ ମିଳିବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ । ପରିବାରରେ ମନୋମାଳିନ୍ୟ ଲାଗି ରହିବ । ଅପରାହ୍ନରେ ବନ୍ଧୁଙ୍କ ଆଗମନ ହେତୁ ସୁସମ୍ବାଦ ପାଇବେ। ଅନ୍ୟ ମନସ୍କ ହେତୁ କାର୍ଯ୍ୟରେ ବ୍ୟତିକ୍ରମ ହେବ।

ତୁଳା- ଉଦ୍ଧାର ମନୋଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ସାହାଯ୍ୟ ପ୍ରାପ୍ତ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ପରିବାରରେ ଚାଲିଥିବା ସମସ୍ୟାର ସମାଧାନ ହୋଇଯିବ । ବିଦ୍ୟାର୍ଥୀମାନେ ଚଞ୍ଚଳ ହେବେ ।

ବିଛା- ବିରୋଧୀ କୁପ୍ରଚେଷ୍ଟା କରିବେ। ଏକାଧିକ କାର୍ଯ୍ୟ ହାତକୁ ନେଇ ବିବ୍ରତ ହେବେ । କର୍ମ କ୍ଷେତ୍ରରେ ସାବଧାନ ଅବଲମ୍ବନ କରନ୍ତୁ, ନହେଲେ ବିବାଦକୁ ଆସିବେ । ଆର୍ଥିକ ଅନାଟନ ଦେଖା ଦେଇପାରେ। ବିଦ୍ୟାର୍ଥୀମାନେ ଅବହେଳିତ ହେବେ । କାର୍ଯ୍ୟ ବ୍ୟସ୍ତରେ ରହିବେ । କାର୍ଯ୍ୟ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ।

ଧନୁ- ଇଚ୍ଛା କରିଥିବା ଜିନିଷ ପାଇପାରନ୍ତି। କର୍ମ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ।  ପୂଜାରେ ମନୋନିବେଶ କରିବେ । ମନ ଧ୍ୟାନ ଦେଇ କାର୍ଯ୍ୟ କଲେ ନିଶ୍ଚିନ୍ତ  ସଫଳତା ମିଳିବ। ଲୋନ୍ ଚିନ୍ତାରେ ଚିନ୍ତିତ ହେବେ । ଛାତ୍ରୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ସ୍ବାସ୍ଥ୍ୟରେ ଅବନତି ଦେଖା ଦେବାର ସମ୍ଭାବନା ରହିଛି ।

ମକର-  ଦିନରେ କିଛି ବାଧା ବିଘ୍ନ ଦେଖା ଦେଇପାରେ । କର୍ମ କ୍ଷେତ୍ରରେ ଚାପ ସୃଷ୍ଟି ହେବ । ବ୍ୟବସାୟରେ ହାନି ହେବାର ସମ୍ଭାବନା ରହିଛି। କରିଥିବା ଆର୍ଥିକ ଯୋଜନାରୁ ଲାଭ ମିଳିବ। ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ନାହିଁ। ଶାରୀରିକ ଦୁର୍ବଳତା ହେତୁ ମନୋବଳ ଭାଙ୍ଗିବ ।

କୁମ୍ଭ- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ନୂତନ କାର୍ଯ୍ୟ କିମ୍ବା ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମାନ-ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତ୍ତି ନିଅନ୍ତୁ। ମିତ୍ର ଲାଭ ର ଯୋଗ ରହିଛି । ଶିଳ୍ପ ଓ ପରିବହନ କ୍ଷେତ୍ରରେ ଉନ୍ନତି । ବିଦ୍ୟାର୍ଥୀ ଲାଭବାନ ହେବେ ।

ମୀନ- ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ। ନିର୍ଣ୍ଣୟ ଆପଣଙ୍କ ପକ୍ଷରେ ରହିବ। ଖାଦ୍ୟପେୟରେ ଅନିୟମିତତା ହେତୁ ସ୍ବାସ୍ଥ୍ୟ ହାନି ହେବ । ସାମାନ୍ୟ ମାନସିକ ଅଶାନ୍ତି ଦେଖାଦେବ । କିନ୍ତୁ ନିଜ ନିୟନ୍ତ୍ରଣ ଯୋଗୁଁ ତାହା ଆପଣ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ଲାଭ କ୍ଷତି ଲାଗି ରହିବ । ସମସ୍ୟା ଆସିଲେ ସରଳ ସମାଧାନ ଖୋଜନ୍ତୁ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.