ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଭଲ ଫଳ ପ୍ରଦାନ କରିବ

Published By : Prameya-News7 Bureau | February 10, 2024 IST

ମେଷ- ଦ୍ଵାଦଶ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଆପଣଙ୍କୁ ମିଶ୍ର ଫଳ ପ୍ରଦାନ କରିବ । ଗୃହରେ କଳହ ଯୋଗ ସହିତ ମାନସିକ ଅଶାନ୍ତି ଦେଖାଦେବ । ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ଘଟିବ । ବ୍ୟବସାୟ ମଧ୍ୟମ ଫଳ ଦେବ । ବିଦ୍ୟାର୍ଥୀ ମାନେ ଆଶାବାଦୀ ହେବେ ।

ବୃଷ- ରାଶିରେ ଏକାଦଶ ଚନ୍ଦ୍ର ରହିଥିବାରୁ ଧନ ଓ ଦ୍ରବ୍ୟ ଲାଭ ହେବ । ଗୃହରେ ଶାନ୍ତି ଓ ମନ ପ୍ରଫୁଲ୍ଲ ରହିବ । ନିବେଶ କରିଥିବା ଧନରୁ ଉତ୍ତମ ଲାଭ ମିଳିବ । ପୂର୍ବ ସମସ୍ୟାର ସମାଧାନର ବାଟ ଦେଖାଯିବ । ଚାକିରି କ୍ଷେତ୍ରରେ ପ୍ରଭାବଶାଳୀ ହେବେ ।

ମିଥୁନ- ଦଶମ ଚନ୍ଦ୍ର ଶୁଭ ଦାୟକ ଅଟେ । ତେଣୁ ଦିନଟି ନିବେଶ ପାଇଁ ଦିନଟି ବହୁତ ଭଲ ରହିଛି । କର୍ମ କ୍ଷେତ୍ରରେ ଲାଗିଥିବା ସମସ୍ୟାର ସମାଧାନ ହେବ । ରାଜନୀତିରେ ସାହାଯ୍ୟ ମିଳିବ । ବିଦ୍ୟାର୍ଥୀମାନେ ବିଶେଷ ଭାବେ ଉପକୃତ ହେବେ ।

କର୍କଟ- କାର୍ଯ୍ୟ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସ୍ୱାସ୍ଥ୍ୟବସ୍ଥାରେ ହାନି ହୋଇପାରେ । ପରୋପକାର କରି କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାର ପ୍ରଣୟନ କରି ପ୍ରଶଂସା ପାଇବେ । ବିଦ୍ୟାର୍ଥୀମାନେ ଚଞ୍ଚଳମନା ହୋଇ ଭୁଲ କରିବେ ।

ସିଂହ- ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଠକାମୀର ଶିକାର ହୋଇପାରନ୍ତି । ପ୍ରାତଃରୁ ଭଗବାନଙ୍କୁ ପ୍ରାର୍ଥନା କରି କାର୍ଯ୍ୟ ଆରମ୍ଭ କରନ୍ତୁ । ଧନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟରେ କ୍ଷତି ଯୋଗ ରହିଛି। ଦେହ ପୀଡ଼ା ଓ ଆଭ୍ୟନ୍ତରୀଣ ଅଙ୍ଗରେ ସମସ୍ୟା ଦେଖାଦେବ ।

କନ୍ୟା- ମନ ପ୍ରଫୁଲ୍ଲ ରହିବ । ଦିନଟିରେ ସକାରାତ୍ମକ ଚିନ୍ତା ଧାରା ଦେଇ ଗତି କରିବେ । ଧନର ସଦୂପଯୋଗ କଲେ ତାହା ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ ଆତ୍ମ ସନ୍ତୋଷ ଲାଭ କରିବେ । ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବିଦ୍ୟାର୍ଥୀମାନେ ଶାନ୍ତ ରହିବେ ।

ତୁଳା- ଦିନଟି ଭଲ ଫଳ ପ୍ରଦାନ କରିବ । ମାନସିକ ଶାନ୍ତି ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । କାର୍ଯ୍ୟ କ୍ଷେତ୍ରରେ ଗୁରୁଜନଙ୍କ ସହାୟତା ମିଳିବ । ନିଜ ଆତ୍ମ ବିଶ୍ୱାସ ଯୋଗୁଁ ନୂତନ କାର୍ଯ୍ୟ ସଫଳ ହେବ । ମନରେ ସାମାନ୍ୟ ଦ୍ୱେଷ ଦେଖା ଦେଇପାରେ ।

ବିଛା- ଶୁକ୍ଳ ପକ୍ଷ ପଞ୍ଚମ ଚନ୍ଦ୍ର ହେତୁ ଦିନଟି ଭଲ ଫଳ ପ୍ରଦାନ କରିବ । ମନ ଉତ୍ସାହିତ ରହିବ । ସନ୍ତାନର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସାମାନ୍ୟ ଚିନ୍ତାରେ ରହିବେ । ଦୁରସ୍ଥାନକୁ ଯାତ୍ରା କରିବେ । ବ୍ୟବସାୟରେ ପରିବର୍ତ୍ତନର ଯୋଗ ରହିଛି ।

ଧନୁ- ଧନୁ ରାଶିକୁ ଚତୁର୍ଥ ଚନ୍ଦ୍ର ଘାତ ତେଣୁ, ପରିବାର ଓ କାର୍ଯ୍ୟ କ୍ଷେତ୍ରରେ କଳହର ଯୋଗ ସୃଷ୍ଟି ହୋଇପାରେ । ବ୍ୟବସାୟ ଏତେ ଫଳପ୍ରଦ ହେବନାହିଁ । ଯାନବାହାନରେ ସତର୍କତା ନିତାନ୍ତ ଆବଶ୍ୟକ ।

ମକର- ଦିନଟି ଉଚ୍ଚ ଫଳ ପ୍ରଦାନ କରିବ। ରାଜସମ୍ମାନ ମିଳିପାରେ । ସର୍ବକାର୍ଯ୍ୟରେ ସଫଳତା ହାସଲ କରିବେ । ବନ୍ଧୁଙ୍କ ସହଯୋଗରେ ଆଗକୁ ବଢ଼ିବେ। ରାଜନୀତି ପାଇଁ ଦିନଟି ଅତ୍ୟନ୍ତ ଭଲ ରହିଛି । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ବିଜୟ ଲାଭ କରିବେ ।

କୁମ୍ଭ- ଦିନଟି ମଧ୍ୟମ ଫଳ ପ୍ରଦାନ କରିବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିଛି । ବ୍ୟସ୍ତ ବିବ୍ରତ ହୋଇ କୌଣସି ନିଷ୍ପତି ନିଅନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ ହେବ । ଉଧାର ଦେବାରୁ ବିରତ ରୁହନ୍ତୁ। ପରିବାରର ସହଯୋଗ ମିଳିବ । ମନରେ ଚିନ୍ତା ଲାଗି ରହିବ ।

ମୀନ- ସ୍ଵାଧୀନ ଚେତା ହୋଇ କାର୍ଯ୍ୟ କରିବେ । ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ସମ୍ପର୍କୀୟଙ୍କ ସହ ସମୟ ଅତିବାହିତ କରିବେ । କିଛି ଶୁଭ ସମାଚାର ପାଇ ଖୁସି ହେବେ । ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ଅର୍ଜନ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ
ଯୋଗାଯୋଗ- ୮୨୪୯୮୨୬୬୮୨

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.