ମେଷ- ଅର୍ଥ ଉପାର୍ଜନକୁ ନେଇ ଚିନ୍ତାରେ ପଡ଼ିବେ । କୌଣସି ସ୍ଥାନରେ ସମ୍ମାନ ହାନି ହେବାର ସମ୍ଭାବନା ରହିଛି । ଶାରୀରିକ ଓ ମାନସିକ ଚିନ୍ତାରେ ରହିବେ । ଦାମ୍ପତ୍ୟ ଜୀବନ ମଧ୍ୟମ ଫଳପ୍ରଦ କରିବ । ବିଦ୍ୟାର୍ଥୀ ମାନେ ଅଳ୍ପ ପରିଶ୍ରମୀ ହେବେ।
ବୃଷ- ସମ୍ମାନକୁ ଜଗି ରଖି କାର୍ଯ୍ୟ କରନ୍ତୁ । କୌଣସି ବଡ଼ ବିବାଦରେ ପଡ଼ି ଅଯଥା ସମୟ ନଷ୍ଟ କରିବେ । ବ୍ୟବସାୟ ଏତେ ଭଲ ଫଳ ଦେବ ନାହିଁ । ଅଙ୍ଗରେ ଆଘାତ ଲାଗିବା ଭଳି ସମସ୍ୟା ଦେଖା ଦେବ ।ବିଦ୍ୟାର୍ଥୀ ମାନେ ରାଗ ଦ୍ୱେଷର ଶିକାର ହେବେ।
ମିଥୁନ- ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟ ସମ୍ପାଦନ କରିବେ । କୌଣସି ନୂତନ କିମ୍ବା ପୁରାତନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନର ପାତ୍ର ହେବେ । ବିଦ୍ୟାର୍ଥୀମାନେ ସଫଳ ଅର୍ଜନ କରିବେ। ବ୍ୟବସାୟରେ ଲାଭର ଯୋଗ ରହିବ ।
କର୍କଟ- ଯାନ ବାହାନରେ ନିହାତି ସତର୍କତା ଅବଲମ୍ବନ କରିବା ବିଧେୟ । ଆୟ ଠାରୁ ବ୍ୟୟ ଅଧିକ ରହିବ । ବନ୍ଧୁ ମାନଙ୍କ ସହ ଭ୍ରମଣରେ ଯାଇ ଖର୍ଚ୍ଚାନ୍ତ ହେବେ । ମୁଣ୍ଡ ବ୍ୟଥା ପରି ସମସ୍ତ ଦେଖାଦେବ ।
ସିଂହ- ସ୍ଥାନକୁ ଯାତ୍ରା କରି ଶୁଭ ଫଳ ପ୍ରାପ୍ତି କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ । ପରିବାରର ସହଯୋଗ ମିଳିବ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ବ୍ୟବସାୟରେ ଉତ୍ତମ ଫଳ ପ୍ରାପ୍ତି ହେବ ।
କନ୍ୟା- ଆୟ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ବ୍ୟୟ ଯୋଗ ରହିଛି। କିଛି ଶାରୀରିକ ସମସ୍ୟା ଦେଖା ଦେବ। ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । କର୍ମ କ୍ଷେତ୍ରରେ ଆଳସ୍ୟ ଦେଖାଦେବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ୍ ଲାଭ ଦାୟକ ରହିଛି ।
ତୁଳା- ଗୃହରେ ନୂତନ ଶୁଭ କାର୍ଯ୍ୟର ଆରମ୍ଭ ହେବ । ଚାକିରିରେ ସଫଳତା ଅର୍ଜନ କରିବେ ଅଟକିଥିବା କାର୍ଯ୍ୟର ସମାପ୍ତି ଘଟିବ । ଆୟରେ ବୃଦ୍ଧି ଘଟିବ । ମନରେ ଶାନ୍ତି ବଜାୟ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଘରକୁ ବନ୍ଧୁଙ୍କ ଆଗମନ ହେବ ।
ବିଛା- କର୍ମଫଳ ନିଶ୍ଚିନ୍ତ ପ୍ରାପ୍ତ ହେବ । ଦୂର ସ୍ଥାନକୁ ଯାତ୍ରା ସଫଳ ହେବ । ନୂତନ ଯାନବାହାନ କ୍ରୟ କରିପାରନ୍ତି । ଅର୍ଥ ପ୍ରାପ୍ତିର ଯୋଗ ରହିଛି । ବ୍ୟବସାୟରେ ବୃଦ୍ଧି ହେବ । ନୂଆ ଚାକିରି ପ୍ରାପ୍ତ ହୋଇପାରେ ।
ଧନୁ- ଭାଗବତ ସେବାରେ ମନୋନିବେଶ କରିବେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବୃଦ୍ଧି ଘଟିବ । କିଛି ମାନସିକ ବିଷାଦ ମଧ୍ୟ ଦେଖାଦେଇପାରେ । ଘରେ ଆପଣଙ୍କୁ ନେଇ ଚିନ୍ତାଜନକ ପରିବେଶ ରହିବ, କିନ୍ତୁ ସମୟ ସହିତ ସବୁ କିଛି ସମାଧାନ ହୋଇଯିବ ।
ମକର- ସନ୍ତାନର ଭବିଷ୍ୟତ ପାଇଁ ଧନ ନିବେଶ କରିବେ । ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ । ଅଙ୍ଗରେ କ୍ଲେଶ ଦେଖା ଦେଇପାରେ । ସୁଖ ହାନି ହୋଇପାରେ। ମନ ଅସ୍ଥିର ରହିବ । ଚାକିରିରେ ପରିବର୍ତ୍ତନ ହୋଇପାରେ ।
କୁମ୍ଭ- ବନ୍ଧୁଙ୍କୁ ପାଖରେ ପାଇ ଖୁସି ଅନୁଭବ କରିବେ । ଅଟକିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । କର୍ମ କ୍ଷେତ୍ରରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇପାରନ୍ତି । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।
ମୀନ- ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ସମ୍ମାନ ପ୍ରାପ୍ତିର ଯୋଗ ରହିଛି । ଭ୍ରମଣ ଯୋଗ ରହିଛି । ମନରେ ସାମାନ୍ୟ ଗ୍ଲାନି ଦେଖାଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ଭଲ ଲାଭ ମିଳିପାରେ ।
ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର
ଯୋଗାଯୋଗ – 8249826682