scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ମ କ୍ଷେତ୍ରରେ ଉନ୍ନତି ହେବ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିବ

9/02/2024 at 9:08 PM

ମେଷ– ଦିନଟି ଉତ୍ତମ ଫଳ ପ୍ରଦାନ କରିବ । ମାଲିମକଦ୍ଦମାରେ ଜୟଯୁକ୍ତ ହେବେ । ଆର୍ଥିକ ସ୍ଥିତିରେ ସ୍ଵଚ୍ଛଳତା ଆସିବ । ବ୍ୟବସାୟରେ ଅନେକ ଲାଭର ସୂଚନା ମିଳୁଛି । ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ ।

ବୃଷ– ଦୂର ଯାତ୍ରା କରିବାର ଯୋଗ ରହିଛି । ବ୍ୟବସାୟ ଲାଭଜନକ ହେବ। ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ଅଟକି ଥିବା ଧନ ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ– କିଛି ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି । ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ସ୍ଵାସ୍ଥ୍ୟଗତ ସମସ୍ୟା କିଛି ଦେଖା ଦେଇପାରେ । ବ୍ୟବସାୟରେ ଉନ୍ନତି ହେବ । ବିଦ୍ୟାର୍ଥୀମାନେ ସଙ୍କୋଚରେ ରହିବେ ।

କର୍କଟ– ଦିନଟି ମିଶ୍ର ଫଳ ଦେବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । ବ୍ୟବସାୟରେ କ୍ଷତି ହେବାର ଯୋଗ ରହିଛି । ପତି-ପତ୍ନୀଙ୍କ ଭିତରେ ମନୋମାଳିନ୍ୟ ଦେଖା ଦେବ । ପୈତୃକ ସମ୍ପତିକୁ ନେଇ ସମସ୍ୟା ଦେଖାଦେଇପାରେ ।

ସିଂହ– ଦିନଟି ମଧ୍ୟମ ଫଳ ଦେବ । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ । ରାଜନୀତିରେ ସଫଳତା ପ୍ରାପ୍ତ ହେବ । ବ୍ୟବସାୟରେ ଏତେ ଭଲ ଫଳ ମିଳିବ ନାହିଁ । ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ ।

କନ୍ୟା– ଚାକିରିରେ ଉନ୍ନତି ଯୋଗ ଅଛି । ଅଧାରୁ ଅଟକିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ରୋଜଗାର କରୁନଥିବା ବ୍ୟକ୍ତିଙ୍କୁ ଅର୍ଥ ପ୍ରାପ୍ତି ହେବ । ଭ୍ରମଣ ଯୋଗ ରହିଛି । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ଲାଭ କରିବେ ।

ତୁଳା– ଦିନଟି ମିଶ୍ର ଫଳ ପ୍ରଦାନ କରିବ । ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବ । ଖର୍ଚ୍ଚର ପରିମାଣ ଅଧିକ ରହିଛି । ଭୂମି, ଗୃହ କ୍ରୟ କରିବା ପାଇଁ ଦିନଟି ଅତ୍ୟନ୍ତ ଭଲ । ଅଟକିଥିବା ଧନ ଅକସ୍ମାତ ପ୍ରାପ୍ତି ହେବାର ଯୋଗ ରହିଛି ।

ବିଛା– ବିଶେଷ ଭାବେ ଭ୍ରମଣର ଯୋଗ ରହିଛି । ବ୍ୟବସାୟ କ୍ଷେତ୍ରରେ ଅନେକ ନୂଆ ନୂଆ ଯୋଜନା ମନକୁ ଆସିବ । କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ହେବ। ପରିବାର ସହ ସମୟ ଅତିବାହିତ କରିବେ । ନିବେଶ ପାଇଁ ମଧ୍ୟ ଦିନଟି ଅନୁକୂଳ ରହିଛି ।

ଧନୁ– ପରିବାରରେ ସୁଖ ସମାଚାର ଶୁଣିବାକୁ ମିଳିବ । ବନ୍ଧୁଙ୍କ ମାଧ୍ୟମରେ ଧନ ଆୟର ଯୋଗ ରହିଛି । ବ୍ୟବସାୟରେ ଅର୍ଥ ନିବେଶ କରିବେ। ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ । ବିଦ୍ୟାର୍ଥୀମାନେ ଖୁସି ଖବର ପାଇବେ ।

ମକର– ରାଶି ପାଇଁ ଶ୍ରୀ ଚନ୍ଦ୍ର । କର୍ମ କ୍ଷେତ୍ରରେ ଉନ୍ନତି ହେବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ ହେବ । ଛାତ୍ରଛାତ୍ରୀମାନେ ଅଧିକ ପରିଶ୍ରମ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ– ଦିନଟିରେ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବେ । ମନୋବଳ ଦୃଢ଼ ରହିବ । ବନ୍ଧୁମାନଙ୍କ ସହ ସମୟ ଅତିବାହିତ କରିବେ । ଜୀବନ ସାଥିଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସଂକଳ୍ପ ନେବେ ।

ମୀନ– ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗି ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର
ଯୋଗାଯୋଗ – 8249826682

   Related Posts