ଲାଗିଥିବା ସମସ୍ୟାର ସମାଧାନ ହେବ, ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ହୋଇପାରେ

Published By : Prameya-News7 Bureau | March 03, 2024 IST

ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ । ପିଲାମାନଙ୍କ ସହିତ ସମୟ କାଟିବେ । ଅଧିକ ଖର୍ଚ୍ଚ ହେବ । ବିଦ୍ୟାର୍ଥୀମାନେ ପାଠକୁ ଅଧିକ ଗୁରୁତ୍ଵ ଦେବେ। ବ୍ୟବସାୟରେ ଇଚ୍ଛାକୃତ ଲାଭ ପାଇବା ପରେ ଆପଣ ବହୁତ ଖୁସି ହେବେ।

ବୃଷ- ପାରିବାରିକ ଜୀବନ ସୁଖମୟ ହେବ । ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ମନ ସାମାନ୍ୟ ଚିନ୍ତାରେ ରହିପାରେ । ବିଦେଶ ଯାତ୍ରା କରି ପାରନ୍ତି । ଭାଇଙ୍କ ସହ ଯୋଗ ପ୍ରାପ୍ତ କରିବେ ।

ମିଥୁନ- ଦିନଟି ଖୁସିରେ କଟିବ । ପରିବାରର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଚାପ ବୃଦ୍ଧି ପାଇବ । ଲାଗିଥିବା ସମସ୍ୟାର ସମାଧାନ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମରେ ଅଧିକ ଲାଭ ଯୋଗ ରହିଛି ।

କର୍କଟ- ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ପ୍ରାପ୍ତ ହେବ । ବ୍ୟାପାରରେ ଅଧିକ ଲାଭ ଯୋଗ ରହିଛି । ପୁରୁଣା ଋଣକୁ ପରିଶୋଧ କରିବାକୁ ସକ୍ଷମ ହେବେ । ପତ୍ନୀଙ୍କ ସହ ଆଲୋଚନା କରି କିଛି ନୂଆ କରିବାକୁ ମନସ୍ଥ କରିବେ ।

ସିଂହ- ମାନସିକ ଚିନ୍ତାରେ ରହି ନିଷ୍ପତି ନେବେ ଓ ସଫଳତା ମଧ୍ୟ ମିଳିବ । ପରିବାରରେ ସାହାଯ୍ୟ ସହାନଭୂତି ଲାଗି ରହିବ । ମିଳୁନଥିବା ଅର୍ଥ ହଠାତ୍ ପ୍ରାପ୍ତି ହେବ । ନୂତନ ଯାନବାହାନ କ୍ରୟ କରିବେ । ଛାତ୍ରଛାତ୍ରୀମାନେ ବ୍ୟସ୍ତତାରେ ଦିନ କାଟିବେ ।

କନ୍ୟା- ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଚାକିରିରେ ପଦୋନ୍ନତି ଘଟିବ । ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗ ରହିଛି । ମନ ସମ୍ମାନ ମିଳିବ । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ତୁଳା- ଚାକିରି କ୍ଷେତ୍ରରେ ସମ୍ମାନ ଓ ପଦୋନ୍ନତିର ଯୋଗ ରହିଛି । ଗୃହକୁ ବନ୍ଧୁଙ୍କ ଆଗମନ ହୋଇପାରେ । ବ୍ୟବସାୟରେ ଲାଭ ଯୋଗ ରହିଛି । ମିଳୁନଥିବା ଧନ ପ୍ରାପ୍ତି ହେବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି।

ବିଛା- ଦିନଟିରେ ବହୁତ ଭଲ ଯୋଗ ରହିଛି । ରାଜନୀତିରେ ସଫଳତା ପ୍ରାପ୍ତି ହେବ । ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ କରିବେ । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ଆଗକୁ ବଢିବା ।

ଧନୁ- ଶାରୀରିକ ସମସ୍ୟା ଦେଖା ଦେବ । ପେଟରେ ଯନ୍ତ୍ରଣା ଦେଖା ଦେଇପାରେ । ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟାବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ ।

ମକର- ଦିନଟି ମଧ୍ୟମ ଫଳ ଦେବ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ରଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କୁମ୍ଭ- ଦିନଟି ଭଲ ଫଳ ଦେବ । ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । ଭ୍ରମଣ ଯୋଗ ରହିଛି । ପରିବାରରେ ସାମାନ୍ୟ ସ୍ବାସ୍ଥ୍ୟାଗତ ସମସ୍ୟା ଦେଖା ଦେବ ।

ମୀନ- ଚାକିରିରେ ମଧ୍ୟମ ଫଳ ପ୍ରାପ୍ତ ହେବ । ବ୍ୟବସାୟରେ ଆଶା ଅନୁସାରେ ଫଳ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରିବେ । ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ । ବିଦ୍ୟାର୍ଥୀମାନେ ଉପକୃତ ହେବେ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର
ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.