ମେଷ - କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇବ । ଦିନଟି ଆମୋଦ ପ୍ରମୋଦରେ କଟିବ। ବାହ୍ୟ ସ୍ଥାନରୁ ମାନ-ସମ୍ମାନ ମିଳିବ। ପୁରୁଣା ମିତ୍ରଙ୍କୁ ଭେଟି ଆନନ୍ଦ ପାଇବେ। ଆର୍ଥିକ ସମସ୍ୟା ଦେଖାଦେବ । ବିଦ୍ୟାର୍ଥୀମାନେ ଅନେକ ଲାଭବାନ ହେବେ ।
ବୃଷ- ମନ ବ୍ୟାକୁଳିତ ହେବ । ଚିନ୍ତାରେ ପଡ଼ିପାରନ୍ତି । ରାଜନୀତିରେ ଉନ୍ନତି ଯୋଗ ରହିଛି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି ।
ମିଥୁନ- ପରିଶ୍ରମ ଅଧିକ ରହିବ। ଅପରାହ୍ନ ପରେ ଉତ୍ତମ ଯୋଗ ରହିଛି । କର୍ମ କ୍ଷେତ୍ରରେ କିଛି ସମସ୍ୟା ଦେଖା ଦେଇପାରେ । ଦିନଟିରେ ରୋଜଗାର ଉତ୍ତମ ହେବ । ବ୍ୟବସାୟ ଭଲ ହେବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । କର୍ତ୍ତବ୍ୟ ପରାୟଣ ହେବେ ।
କର୍କଟ- ସୁଖହାନି ହେବାର ଯୋଗ ରହିଛି । ଦାମ୍ପତ୍ୟ ଜୀବନରେ କଳହ ଯୋଗ । ଅଙ୍ଗରେ ଆଘାତ ଲାଗିପାରେ । କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ନଷ୍ଟ କରି ଦୁଃଖ ପ୍ରକାଶ କରିବେ। ହେଲେ ମଧ୍ୟ ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରାଯାଇପାରେ ।
ସିଂହ- ମନ ପ୍ରଫୁଲ୍ଲ ରହିବ । କିଛି ନୂତନ କାର୍ଯ୍ୟ ବା ବସ୍ତୁ ପାଇ ଅଧିକ ଉତ୍ସାହିତ ହେବେ । ଉଚ୍ଚ ସମ୍ମାନ ପ୍ରାପ୍ତି ହେବେ । ନୂତନ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟ ବିସ୍ତାର ପାଇଁ ଆପଣ ପରିବାରରୁ ଆର୍ଥିକ ସହାୟତା ପାଇପାରିବେ।
କନ୍ୟା- ମନ ବ୍ୟକୁଳିତ ରହିବ । ଆର୍ଥିକ ସମସ୍ୟା କିଛିକୁ ନେଇ ଅସନ୍ତୋଷ ପ୍ରକାଶ କରିପାରନ୍ତି । ବ୍ୟବସାୟରେ ଏତେ ଲାଭର ଯୋଗ ନାହିଁ । ପରିବାରରେ ସମସ୍ୟା ଦେଖା ଦେଇପାରେ । ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।
ତୁଳା- ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମ ର ଯୋଗ ରହିବ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।
ବିଛା- ଅଷ୍ଟମ ଚନ୍ଦ୍ର ରହିଥିବାରୁ ଗୃହରେ ଅଧିକ କାର୍ଯ୍ୟ ଭାର ରହିବ । ଦେହ କଷ୍ଟ ହେବ ଯାହା ଦ୍ଵାରା ଆପଣ ଚିନ୍ତିତ ହୋଇ ରହିବେ । ଅଯଥା ଅର୍ଥ ବ୍ୟୟ ହେବ । ମାନସିକ ସ୍ଥିତି ଠିକ୍ ରହିବ ନାହିଁ । ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।
ଧନୁ- ଧନ ପ୍ରାପ୍ତିର ଯୋଗ ରହିଛି । କିଛି ନୂତନ କାର୍ଯ୍ୟ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ବହୁତ ଉତ୍ତମ ରହିବ। ସର୍ବ କାର୍ଯ୍ୟ ସଫଳତା ପୂର୍ବକ ସମପାପ୍ତ ହେବ । ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଛତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ ହେବ ।
ମକର- ଭ୍ରମଣର ଯୋଗ ରହିଛି । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି, ଯାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବ । ଯାହା ବି ଭଲ କର୍ମ କରିଛନ୍ତି ତାର ଫଳ ନିଶ୍ଚୟ ପ୍ରାପ୍ତ ହେବ। ବ୍ୟବସାୟରେ ଯାତ୍ରା ଯୋଗ । ଚାକିରିରେ ଉଚ୍ଚସ୍ଥାନ ପ୍ରାପ୍ତି ହେବ ।
କୁମ୍ଭ- ଶାରୀରିକ କଷ୍ଟ ଅନୁଭବ କରିବେ । ମନ ଅଶାନ୍ତ ରହିବ । କାର୍ଯ୍ୟ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ଆଶା ଏବଂ ନିରାଶାର ଭାବନା ରହିପାରେ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଜୀବନ ସାଥୀଙ୍କ ସମର୍ଥନ ପାଇବ । ଖର୍ଚ୍ଚ ବୃଦ୍ଧି ପାଇବ ।
ମୀନ- ସେବା ପୂଜାରେ ମନୋନିବେଶ କରିବେ । ମନରେ ବିଷ ସୃଷ୍ଟି ହୋଇପାରେ । ବନ୍ଧୁଙ୍କ ପାଇଁ ନୂତନ କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିବେ । ମନ ସାମାନ୍ୟ ଚିନ୍ତିତ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଭ୍ରମଣ ଯୋଗ ରହିଛି ।