ନଭେମ୍ବର ୨୫ ତାରିଖ, ରବିବାର; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

Published By : Prameya-News7 Bureau | November 25, 2024 IST

ମେଷ- ମେଷ ରାଶିର ବ୍ୟକ୍ତି ବିଶେଷମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ। ମନରେ ବିଶାଦ ଭାବ ସୃଷ୍ଟି ହେବ । ଲାଗି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିବେ। ସତସଙ୍ଗରେ ମନୋନିବେଶ କରିବେ ।

ବୃଷ- ଅଯଥା ଅର୍ଥ ବ୍ୟୟ ହେବା ସହିତ କିଛି ଦ୍ରବ୍ୟ ମଧ୍ୟ କ୍ରୟ କରିବେ। ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଙ୍ଗରେ ଆଘାତ ଲାଗିଲା ଭଳି ସମସ୍ୟା ଉପୁଜିପାରେ। ଆତ୍ମବିଶ୍ୱାସର ଅଭାବ ହେବ । ଅନାବଶ୍ୟକ କ୍ରୋଧରୁ ଦୂରେଇ ରୁହନ୍ତୁ ।

ମିଥୁନ- ସର୍ବ କାର୍ଯ୍ୟ ସିଦ୍ଧି ହେବା ସହ ମନ ପ୍ରଫୁଲ୍ଲ ରହିବ। କିଛି ନୂତନ କାର୍ଯ୍ୟ ଆରମ୍ଭ କରିବେ, ଯାହା ଫଳରେ ମନ ଉତ୍ସାହିତ ରହିବ। ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି । 

କର୍କଟ- କିଛି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଶାରୀରିକ ଓ ମାନସିକ ଶାନ୍ତି ମିଳିବ । ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବ। ସାନ ଭାଇଭଉଣୀଙ୍କ ସହିତ ସମନ୍ୱୟ ରହିବ। ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ପ୍ରଗତି ପାଇଁ ସୁଯୋଗ ପାଇବେ। ପ୍ରେମ ସମ୍ପର୍କ ମଧ୍ୟ ଦୃଢ଼ ହେବ ।

ସିଂହ- ଅର୍ଥ ବିଷୟକୁ ନେଇ ଚିନ୍ତାରେ ରହିବେ। ମାନସିକ ଅଶାନ୍ତି ଦେଖା ଦେଇପାରେ । ଅନ୍ୟ ଲୋକଙ୍କ ବିଷୟରେ ଆଲୋଚନା କରି ସମୟ ନଷ୍ଟ କରିବେ। ପ୍ରେମ ସମ୍ପର୍କରେ ମଧୁରତା ଆସିବାର ସମ୍ଭାବନା ଅଛି । ବିଦ୍ୟାର୍ଥୀ ମାନେ ସାମାନ୍ୟ ଆମାନଯୋଗୀ ହେବେ ।

କନ୍ୟା- ସମ୍ମାନ ପ୍ରାପ୍ତିର ଯୋଗ ରହିଛି। କର୍ମ ଫଳର ପ୍ରାପ୍ତି ହେବ। ସୁଖ ସମ୍ମାନ ଲାଭର ଯୋଗ ରହିଛି । ପିତାମାତାଙ୍କଠାରୁ ଆଶୀର୍ବାଦ ପାଇବେ । ଚାକିରିରେ ଭ୍ରମଣର ସୁଯୋଗ ରହିଛି। କିଛି ନୂତନ ଦ୍ରବ୍ୟ ଲାଭ କରି ଖୁସି ଅନୁଭବ କରିବେ ।

ତୁଳା- ଅର୍ଥ ବ୍ୟୟର ଯୋଗ ରହିଛି। ଯଶ ହାନି ମଧ୍ୟ ହୋଇପାରେ। ପରିବାର ଓ କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ। ଜୀବନ ସାଥୀଙ୍କ ସହଯୋଗ ମିଳିବ। ବନ୍ଧୁ ମିଳନର ଯୋଗ ରହିଛି । ବ୍ୟବସାୟରେ ଏତେ ଭଲ ଫଳ ପ୍ରାପ୍ତ ହେବ ନାହିଁ ।

ବିଛା- କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଅର୍ଥ ବ୍ୟୟ ମଧ୍ୟ ହେବ । ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ କାର୍ଯ୍ୟ ପ୍ରତି ବିମୁଖ ହେବେ। କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ ।

ଧନୁ- ମାନ ହାନି ହେବାର ସମ୍ଭାବନା ରହିଛି । ମନ ସାମାନ୍ୟ ଅଶାନ୍ତ ରହିବ । ନିରାଶା ଏବଂ ଅସନ୍ତୋଷ ମନରେ ରହିବ। ବାର୍ତ୍ତାଳାପରେ ଶାନ୍ତ ରୁହନ୍ତୁ । ବ୍ୟବସାୟରେ ଅସୁବିଧା ହୋଇପାରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବିଦ୍ୟାର୍ଥୀମାନେ ଅମନଯୋଗୀ ହେବେ।

ମକର- ଶୁଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଉତ୍ତମ ରହିଛି । ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି। ବ୍ୟବସାୟ ପାଇଁ ଭ୍ରମଣ ସଫଳ ହେବ । ବ୍ୟବସାୟରେ ବୃଦ୍ଧି ଘଟିବ । ଲାଭ ପାଇଁ ମଧ୍ୟ ସୁଯୋଗ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।

କୁମ୍ଭ- କାର୍ଯ୍ୟରେ ହାନି ଘଟିବ। ଅର୍ଥ ବ୍ୟୟର ଯୋଗ ରହିଛି। ନିରାଶା ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ । ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ ।ଶିକ୍ଷାଗତ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ବାଧା ଆସିପାରେ । ଆୟ ହ୍ରାସ ହେବ ।

ମୀନ- କର୍ମ ଫଳ ପ୍ରାପ୍ତ ହେବ। ନୂଆ ଚାକିରି ହାତ ପାହାନ୍ତାରେ ପହଞ୍ଚିବ। ଅଧିକ ପରିଶ୍ରମ ହେଲେ ମଧ୍ୟ ତାହା ଫଳପ୍ରଦ ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ବିକାଶ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682

  • Horoscope
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.