ଦିନଟିରେ ସୁଖ ଅନୁଭବ କରିବେ, ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ

Published By : Prameya-News7 Bureau | April 14, 2024 IST

ମେଷ- ଦିନଟିରେ ବିଶ୍ରାମ କରିବେ । ଯାହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଭଲ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ମିଶ୍ରଫଳ ଦେବ । ଦୁଃଖ ଥିଲେ ସୁଖ ଅନୁଭବ କରିବେ । ବ୍ୟବସାୟ ମଧ୍ୟମ ଫଳ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଲାଭବାନ ହେବେ ।

ବୃଷ - ଦୃଢ଼ ମନା ହୋଇ ସର୍ବ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ । ବିଦ୍ୟାର୍ଥୀମାନେ ମନୋରଞ୍ଜନରେ ସମୟ  ଅତିବାହିତ କରିବେ | ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ, କିନ୍ତୁ ଆଶାନୁରୂପକ ଲାଭବାନ ହେବେ ନାହିଁ ।

ମିଥୁନ- ଭୋଗ ବିଳାସ ପାଇଁ ଦିନଟି ଉତ୍ତମ ରହିଛି। ଆମୋଦ ପ୍ରମୋଦ ଲାଗି ରହିବ। ଟଙ୍କା ସହ ଜଡ଼ିତ କିଛି  ବିପଦକୁ ଏଡାନ୍ତୁ, ନଚେତ୍ ଏହା ଏକ ବିପର୍ଯ୍ୟୟ ହୋଇପାରେ ।   ଅଭିଳାଷ ବୃଦ୍ଧି ପାଇବ କିନ୍ତୁ, ସେହି ଅନୁଯାୟୀ ଫଳାଫଳ ପାଇବାକୁ ସମୟ ଲାଗିବ ।

କର୍କଟ-  ଶରୀର ପୀଡ଼ା ପରି ସମସ୍ୟା ଦେଖାଦେଇପାରେ । ଏକାଗ୍ରତାର ଅଭାବ ରହିବ ଏବଂ ମନ କୌଣସି କାର୍ଯ୍ୟରେ ନିୟୋଜିତ ହୋଇପାରିବନାହିଁ । ଅଳସୁଆ ଅନୁଭବ ଅଧିକ ହେବ ଏବଂ କିଛି ଅଘଟଣ ଘଟିବାର ସମ୍ଭାବନା ମଧ୍ୟ ଅଛି ।

ସିଂହ-  ପର ଚର୍ଚ୍ଚା କରି ସମୟ ନଷ୍ଟ କରିବେ। ସରକାରୀ କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟ ପ୍ରତି ବିମୁଖ ହେବେ । କିଛି ଘର କାମ ବିଷୟରେ ଭାଇ କିମ୍ବା ଭଉଣୀ ସହିତ ଯୁକ୍ତିତର୍କ ହେବ । ବିଦ୍ୟାର୍ଥୀମାନେ ସକାରାତ୍ମକ ଚିନ୍ତାଧାରାରେ ରହିବେ। 

କନ୍ୟା- ପରିବାରରେ ସୁଖ ସମ୍ବାଦ ମିଳିବ । କର୍ମକ୍ଷେତ୍ରରେ ଧନପ୍ରାପ୍ତିର ଯୋଗ ରହିଛି । ରୀତିନୀତିରେ ବ୍ୟସ୍ତ ରହିବେ ଏବଂ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଆଚରଣରେ ପରିବର୍ତ୍ତନ ଆଣନ୍ତୁ ଏବଂ ସମସ୍ତଙ୍କ ସହିତ ଭଲ ମନୋଭାବ ରଖନ୍ତୁ ।

ତୁଳା- ଯାନବାହାନରେ ସତର୍କତା ଅବଲମ୍ବନ କରନ୍ତୁ। ଯୋଗ୍ୟତା ବୃଦ୍ଧି ହେବ ଏବଂ କ୍ୟାରିୟର ସମ୍ବନ୍ଧରେ ନୂତନ ଆଶା ସୃଷ୍ଟି ହେବ । ଯଦି ଆପଣ ଏକ ନୂତନ ଚାକିରି ପାଇଁ ଆବେଦନ କରିଛନ୍ତି, ତେବେ ଆପଣ ସେଠାରୁ ଭଲ ଖବର ଶୁଣିବାକୁ ପାଇବେ ।

ବିଛା- ମନ ସାଧାରଣତଃ ଅଶାନ୍ତ ରହିବ । ଅପରାହ୍ନରେ ଅଙ୍ଗରେ   ଯନ୍ତ୍ରଣା ବଢିପାରେ । ପରିବାରରେ କିଛି ପ୍ରସଙ୍ଗରେ ସାମାନ୍ୟ ମତଭେଦ ହେବ, କିନ୍ତୁ ଏହା ଠିକ ସମୟରେ ସମାଧାନ ହେବ । ଆର୍ଥିକ କ୍ଷେତ୍ରରେ ଲାଭ ହେବ ।

ଧନୁ-  ମାନସିକ ସ୍ଥିତି ଠିକ୍ ରହିବ । ସମୟର ଅଧିକ ଅପବ୍ୟବହାର ହେବ, କିନ୍ତୁ ଆପଣ ଅଧିକ କିଛି କରିବାକୁ ସମର୍ଥ ହେବେ ନାହିଁ । ପିଲାମାନଙ୍କଠାରୁ କିଛି ବିଷୟରେ ଖୁସି ହେବ । ବ୍ୟବସାୟ ଲାଭଜନକ ହେବ । ବିଦ୍ୟାର୍ଥୀ ମାନେ ଯଥେଷ୍ଟ ଲାଭବାନ ହେବେ ।

ମକର- ଅଯଥା ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି। ଜୀବନ ସାଥୀ ପ୍ରତି ଆକର୍ଷଣର ଭାବନା ବୃଦ୍ଧି ପାଇବ ଏବଂ ସେମାନେ ମଧ୍ୟ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ବ୍ୟବସାୟରେ ଆୟର ପରିମାଣ କମ ରହିବ । ବିଦ୍ୟାର୍ଥୀ ମାନେ ଅମନଯୋଗି ହେବେ ।

କୁମ୍ଭ- ଆୟ ବହୁ କଷ୍ଟରେ ଉପାର୍ଜନ ହେବ। ଅନେକ ନୂତନ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବ ଏବଂ ଆପଣ ମଧ୍ୟ ସେମାନଙ୍କ ଉପରେ ଆଗକୁ ବଢ଼ାଇବାକୁ ଚିନ୍ତା କରିବେ । ନୂତନ କର୍ମସଂସ୍ଥାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।

ମୀନ- ଅଧିକ ପରିଶ୍ରମ ଯୋଗୁଁ ଦେହ କଷ୍ଟ ହେବ । ପିଲାମାନଙ୍କ ପାଇଁ ଦିନଟି ବହୁତ୍ ଭଲ ଏବଂ ସେମାନଙ୍କ ପାଇଁ କିଛି ନୂଆ କରିବାର କଳ୍ପନା ମଧ୍ୟ ମନକୁ ଆସିବ। ଘରେ ପରିବେଶ ସକରାତ୍ମକ ହେବ ଏବଂ ଆପଣ ମଧ୍ୟ ଆପଣଙ୍କ ଚାରିପାଖରେ ଶାନ୍ତି ଅନୁଭବ କରିବେ ।


ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର

ଯୋଗାଯୋଗ - 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.